ନ୍ୟୁଜଗ୍ୟାଲେରି,ଭବାନୀପାଟଣା ତା: ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାରମାନଙ୍କୁ ନିଜସ୍ଵ କଳାର ପ୍ରଦର୍ଶନ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର ।
ଜିଲ୍ଲାର ବ୍ଲକ କଳା ସଂସ୍କୃତି ସଂଘମାନଙ୍କୁ ଦୁଇଦିନ ଧରି ତାଲିମ ପ୍ରଦାନ କରାଯିବ । ସ୍ଥାନୀୟ ସମ୍ପ୍ରସାରଣ ପ୍ରଶିକ୍ଷଣ ତାଲିମକେନ୍ଦ୍ରରେ ଆୟୋଜିତ ତାଲିମ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତ ସାଧନ ସଭ୍ୟମାନଙ୍କୁ ଯୋଜନାର ସଫଳ ପ୍ରଚାର ପାଇଁ ତଥା ନିଜସ୍ଵ କଳା ପ୍ରଦର୍ଶନ ପାଇଁ କହିଥିଲେ । ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ଵଳନ କରି ପ୍ରଥମ ଦିନ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରିଥିଲେ ।
ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା , ଡି . ଆଇ . ପି . ଆର . ଓ . ମନୋଜ ବେହେରା , ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି କରୁଣାକର ଦାସ , ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ( ଗୋଲାମୁଣ୍ଡା ) ପ୍ରଦୀପ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ଓ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ଵାଗତ ଭାଷଣ ଦେଇ ତାଲିମ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ପ୍ରଭାସ ଚନ୍ଦ୍ର ମିଶ୍ର ଓ ବିଶିଷ୍ଟ ଲୋକକଳା ଗୁରୁ ଭୀମସେନ ସାହୁ କଳାକାରମାନଙ୍କୁ ଦିଗଦର୍ଶନ ଦେଇଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

