ନ୍ୟୁଜଗ୍ୟାଲେରି,ଭବାନୀପାଟଣା ତା: ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ପାରମ୍ପରିକ ଲୋକକଳା ମାଧ୍ୟମରେ ଗାଁ ଗାଁ ରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ କଳାକାରମାନଙ୍କୁ ନିଜସ୍ଵ କଳାର ପ୍ରଦର୍ଶନ କରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛନ୍ତି ରାଜ୍ୟ ସରକାର ।
ଜିଲ୍ଲାର ବ୍ଲକ କଳା ସଂସ୍କୃତି ସଂଘମାନଙ୍କୁ ଦୁଇଦିନ ଧରି ତାଲିମ ପ୍ରଦାନ କରାଯିବ । ସ୍ଥାନୀୟ ସମ୍ପ୍ରସାରଣ ପ୍ରଶିକ୍ଷଣ ତାଲିମକେନ୍ଦ୍ରରେ ଆୟୋଜିତ ତାଲିମ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ସମସ୍ତ ସାଧନ ସଭ୍ୟମାନଙ୍କୁ ଯୋଜନାର ସଫଳ ପ୍ରଚାର ପାଇଁ ତଥା ନିଜସ୍ଵ କଳା ପ୍ରଦର୍ଶନ ପାଇଁ କହିଥିଲେ । ମୁଖ୍ୟ ଅତିଥି ପ୍ରଦୀପ ପ୍ରଜ୍ଜ୍ଵଳନ କରି ପ୍ରଥମ ଦିନ ପ୍ରଶିକ୍ଷଣ ଶିବିରର ଶୁଭାରମ୍ଭ କରିଥିଲେ ।
ଅତିଥିମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା , ଡି . ଆଇ . ପି . ଆର . ଓ . ମନୋଜ ବେହେରା , ଜିଲ୍ଲା କଳା ସଂସ୍କୃତି ସଂଘ ଉପସଭାପତି କରୁଣାକର ଦାସ , ବ୍ଲକ କଳା ସଂସ୍କୃତି ସଂଘ ଉପସଭାପତି ( ଗୋଲାମୁଣ୍ଡା ) ପ୍ରଦୀପ ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ ଓ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରଥମେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ଵାଗତ ଭାଷଣ ଦେଇ ତାଲିମ ଶିବିରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କୃତ ପ୍ରଭାସ ଚନ୍ଦ୍ର ମିଶ୍ର ଓ ବିଶିଷ୍ଟ ଲୋକକଳା ଗୁରୁ ଭୀମସେନ ସାହୁ କଳାକାରମାନଙ୍କୁ ଦିଗଦର୍ଶନ ଦେଇଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

