ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଡି ପି ସି ପୋଷ୍ଟ,ଅର୍ଥ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଶୋଭାଯାତ୍ରା ତଥା ସଞ୍ଚୟ ରଥକୁ ଆନୁଷ୍ଠାନିକ ଭାବରେ ଉଦ୍ଧଘାଟନ କରିଥିଲେ ।
ଆମେ ମିତବ୍ୟୟୀ ହୋଇ ଆଗାମୀ ଭବିଷ୍ୟତ ପାଈଁ ସଞ୍ଚୟ କରିବା ଏବଂ କୌଣସି ପ୍ରଲୋଭନ ଶିକାର ନ ହୋଇ ସ୍ଵୀକୃତି ପ୍ରାପ୍ତ ଆର୍ଥିକ ଅନୁଷ୍ଠାନ, ଜାତୀୟ ବ୍ୟାଙ୍କ୍,ପୋଷ୍ଟ ଅଫିସ ରେ ନିଜ ର ପୁଞ୍ଜି ନିବେଶ କରିବାକୁ କହିଥିଲେ ।ଏହି ସଚେତନତା ରଥ ମାଧ୍ୟମରେ ସରକାରଙ୍କ ମହିଳା ସମ୍ମାନ ଯୋଜନା, ବାଳିକା ସମୃଦ୍ଧି ଯୋଜନା ତଥା ସାଇବର କ୍ରାଇମ ଉପରେ ମଧ୍ୟ ଜନ ସଚେତନତା ସୃଷ୍ଟି କରାଯାଉଛି । ଏହି ସଚେତନତା ରଥ ଜିଲ୍ଳାର ସମସ୍ଥ ବ୍ଲକ ତଥା ସହରାଞ୍ଚଳ ଭ୍ରମଣ କରିବ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ସହକାରୀ ନିର୍ଦେଶକ ସଞ୍ଚୟ ବିବେକାନନ୍ଦ ମହାନନ୍ଦ ଯୋଗଦେଇ ସଞ୍ଚୟର ଉପକାରିତା ଉପରେ ଆଲୋକପାତ କରିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

