ନ୍ୟୁଜଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଡି ପି ସି ପୋଷ୍ଟ,ଅର୍ଥ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳନ ହୋଇଯାଇଛି । କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଶୋଭାଯାତ୍ରା ତଥା ସଞ୍ଚୟ ରଥକୁ ଆନୁଷ୍ଠାନିକ ଭାବରେ ଉଦ୍ଧଘାଟନ କରିଥିଲେ ।
ଆମେ ମିତବ୍ୟୟୀ ହୋଇ ଆଗାମୀ ଭବିଷ୍ୟତ ପାଈଁ ସଞ୍ଚୟ କରିବା ଏବଂ କୌଣସି ପ୍ରଲୋଭନ ଶିକାର ନ ହୋଇ ସ୍ଵୀକୃତି ପ୍ରାପ୍ତ ଆର୍ଥିକ ଅନୁଷ୍ଠାନ, ଜାତୀୟ ବ୍ୟାଙ୍କ୍,ପୋଷ୍ଟ ଅଫିସ ରେ ନିଜ ର ପୁଞ୍ଜି ନିବେଶ କରିବାକୁ କହିଥିଲେ ।ଏହି ସଚେତନତା ରଥ ମାଧ୍ୟମରେ ସରକାରଙ୍କ ମହିଳା ସମ୍ମାନ ଯୋଜନା, ବାଳିକା ସମୃଦ୍ଧି ଯୋଜନା ତଥା ସାଇବର କ୍ରାଇମ ଉପରେ ମଧ୍ୟ ଜନ ସଚେତନତା ସୃଷ୍ଟି କରାଯାଉଛି । ଏହି ସଚେତନତା ରଥ ଜିଲ୍ଳାର ସମସ୍ଥ ବ୍ଲକ ତଥା ସହରାଞ୍ଚଳ ଭ୍ରମଣ କରିବ । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ସହକାରୀ ନିର୍ଦେଶକ ସଞ୍ଚୟ ବିବେକାନନ୍ଦ ମହାନନ୍ଦ ଯୋଗଦେଇ ସଞ୍ଚୟର ଉପକାରିତା ଉପରେ ଆଲୋକପାତ କରିଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

