ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ବହୁଦିନରୁ ଆଶା ବାନ୍ଧିଥିବା କଳାହାଣ୍ଡି ଜିଲ୍ଲାର ଚାରବାହାଲ ପଞ୍ଚାୟତର ଗ୍ରାମବାସୀ ଏବେ ଚଳଚଞ୍ଚଳ ହୋଇ ଉଠିଛନ୍ତି। ଓଡ଼ିଶାର ମୂଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଅମଳରୁ ଚାରବାହାଲ ଠାରେ ବ୍ଳକ ଗଠନ ପାଇଁ ଦାବୀ ହେଇ ଆସିଛି। କିନ୍ତୁ ଏହା ଉପରେ ପରବର୍ତ୍ତୀ ସରକାର ମାନେ ନୂତନ ପଞ୍ଚାୟତ ଗଠନ କରିଥିଲେ ହେଁ ନୂତନ ବ୍ଳକ ଗଠନ ପ୍ରସଙ୍ଗକୁ ଶୀତଳ ଭଣ୍ଡାରରେ ରଖି ଦେଇଥିଲେ। ନୂତନ ଏନ୍ ଏ ସି, ତହସିଲ ଗଠନକୁ ଗୁରୁତ୍ଵ ଦେଇଥିଲେ ।
ବର୍ତ୍ତମାନ ବିଜେପି ଦଳ କ୍ଷମତାକୁ ଆସିବାପରେ ନୂତନ ବ୍ଳକ ଗଠନ ପାଇଁ ପ୍ରସ୍ତୁତି ଚଳାଇଥିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଦୀର୍ଘ ବର୍ଷର ନୀରବତା ପରେ ସରକାରଙ୍କ ନୂତନ ବ୍ଲକ ଘୋଷଣା ପରେ ବହୁ ପ୍ରତୀକ୍ଷିତ ଚାରବାହାଲ ଗ୍ରାମ ପଞ୍ଚାୟତ ବାସୀଙ୍କ ଆଶା ଉଜ୍ଜୀବିତ ହୋଇ ଉଠିଛି । ଚାରବାହାଲ ବ୍ଳକ କ୍ରିୟାନୁଷ୍ଠାନ କମିଟି ଚାରବାହାଲ କୁ ଆଗାମୀ ଦିନରେ ରାଜ୍ୟ ସରକାର ବ୍ଳକ ଘୋଷଣା କରିବା ପାଇଁ ଅଗ୍ରାଧିକାର ଦେବାକୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ତନ୍ନମୟ କୁମାର ଦରୁୱାନ ଙ୍କ ଜରିଆରେ ପ୍ରତିନିଧି ଦଳ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଙ୍କ ଦାବିପତ୍ର ଦେଇ ପ୍ରଶାସନିକ ସ୍ତରରେ ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଚାରବାହାଲ ଗ୍ରାମ ପଞ୍ଚାୟତଟି ଧର୍ମଗଡ, ଜୁନାଗଡ଼, କଲମପୁର, ଜୟପାଟଣା ଓ କୋକସରା ଠାରୁ ପ୍ରାୟ ୨୦ କିମି ଦୂରତା ବିଶିଷ୍ଟ କେନ୍ଦ୍ର ସ୍ଥଳରେ ଅବସ୍ଥିତ। ଏହା ସହିତ ବ୍ଳକ ଗଠନ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ଆନୁଷଙ୍ଗିକ ଭିତ୍ତିଭୂମି ରହିଛି । ତେଣୁ ଅଞ୍ଚଳବାସୀଙ୍କ ଦାବି ଯଥାର୍ଥ ବୋଲି କ୍ରିୟା ଅନୁଷ୍ଠାନ ର ସଦସ୍ୟ ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଏହି ପ୍ରତିନିଧି ଦଳରେ ପୂର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା,ସମାଜସେବୀ ମିନକେତନ ଦଳପତି, ପ୍ରାଣ କିଶୋର ପଣ୍ଡା,ରଜନୀକାନ୍ତ ସମର୍ଲିଆ, ରୁଚେନ ବାଗ, ସାମ୍ବାଦିକ ନିକୁଞ୍ଜ ବିହାରୀ ଚଲାନ, ଆଶିଷ କୁମାର ପଣ୍ଡା, ଚନ୍ଦ୍ରଶେଖର କର, ଭୀଷ୍ମ ଧଙ୍ଗଡାମାଝୀ ପ୍ରମୂଖ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

