Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ବର୍ତ୍ତମାନ ବିଜେପି ଦଳ କ୍ଷମତାକୁ ଆସିବାପରେ ନୂତନ ବ୍ଳକ ଗଠନ ପାଇଁ ପ୍ରସ୍ତୁତି ଚଳାଇଥିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଦୀର୍ଘ ବର୍ଷର ନୀରବତା ପରେ ସରକାରଙ୍କ ନୂତନ ବ୍ଲକ ଘୋଷଣା ପରେ ବହୁ ପ୍ରତୀକ୍ଷିତ ଚାରବାହାଲ ଗ୍ରାମ ପଞ୍ଚାୟତ ବାସୀଙ୍କ ଆଶା ଉଜ୍ଜୀବିତ ହୋଇ ଉଠିଛି । ଚାରବାହାଲ ବ୍ଳକ କ୍ରିୟାନୁଷ୍ଠାନ କମିଟି ଚାରବାହାଲ କୁ ଆଗାମୀ ଦିନରେ ରାଜ୍ୟ ସରକାର ବ୍ଳକ ଘୋଷଣା କରିବା ପାଇଁ ଅଗ୍ରାଧିକାର ଦେବାକୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ତନ୍ନମୟ କୁମାର ଦରୁୱାନ ଙ୍କ ଜରିଆରେ ପ୍ରତିନିଧି ଦଳ ପ୍ରଦାନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳଙ୍କୁ ତାଙ୍କ ଦାବିପତ୍ର ଦେଇ ପ୍ରଶାସନିକ ସ୍ତରରେ ପୂର୍ଣ୍ଣ ସହଯୋଗ କରିବାକୁ ନିବେଦନ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଚାରବାହାଲ ଗ୍ରାମ ପଞ୍ଚାୟତଟି ଧର୍ମଗଡ, ଜୁନାଗଡ଼, କଲମପୁର, ଜୟପାଟଣା ଓ କୋକସରା ଠାରୁ ପ୍ରାୟ ୨୦ କିମି ଦୂରତା ବିଶିଷ୍ଟ କେନ୍ଦ୍ର ସ୍ଥଳରେ ଅବସ୍ଥିତ। ଏହା ସହିତ ବ୍ଳକ ଗଠନ ପାଇଁ ଆବଶ୍ୟକୀୟ ସମସ୍ତ ପ୍ରକାର ଆନୁଷଙ୍ଗିକ ଭିତ୍ତିଭୂମି ରହିଛି । ତେଣୁ ଅଞ୍ଚଳବାସୀଙ୍କ ଦାବି ଯଥାର୍ଥ ବୋଲି କ୍ରିୟା ଅନୁଷ୍ଠାନ ର ସଦସ୍ୟ ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।ଏହି ପ୍ରତିନିଧି ଦଳରେ ପୂର୍ବତନ ସରପଞ୍ଚ ରାମ ନାରାୟଣ ପଣ୍ଡା,ସମାଜସେବୀ ମିନକେତନ ଦଳପତି, ପ୍ରାଣ କିଶୋର ପଣ୍ଡା,ରଜନୀକାନ୍ତ ସମର୍ଲିଆ, ରୁଚେନ ବାଗ, ସାମ୍ବାଦିକ ନିକୁଞ୍ଜ ବିହାରୀ ଚଲାନ, ଆଶିଷ କୁମାର ପଣ୍ଡା, ଚନ୍ଦ୍ରଶେଖର କର, ଭୀଷ୍ମ ଧଙ୍ଗଡାମାଝୀ ପ୍ରମୂଖ ଉପସ୍ଥିତ ରହିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
