Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଥୁଆପଦର୍ ଗ୍ରାମପଞ୍ଚାୟତ ର ତେନ୍ତୁଳିଖୁଣ୍ଟି ଛକରେ ଅନୁଷ୍ଠିତ ପ୍ରାୟ ୨୦୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କ ସମାବେଶ ସଭାରେ ମହିଳା ମା ମାନଙ୍କୁ ନିଜ ଜୀବିକା ଖଳିଦାନା,ମସଲା ତିଆରି, ଛେଳି ପାଳନ, ଗାଁ ପୋଖରୀ ମାଛ ଚାଷ, ନର୍ସରୀ ଉପରେ ବିଭିନ୍ନ ପ୍ରଶ୍ନ ପଚାରି ଆଲୋଚନା କରିଥିଲେ ।ରାଜ୍ୟପାଳ ନିଜ ବକ୍ତବ୍ୟ ରେ ସ୍ଥାନୀୟ ଉତ୍ପାଦ କୁ ସୁନ୍ଦର ପ୍ୟାକିଂ, ବ୍ରାଣ୍ଡିଙ୍ଗ କରିବାକୁ କହିବା ସହ ମହିଳାମାନେ ଆତ୍ମନିର୍ଭର ହେବାସହ ନିଜ କନ୍ୟାମାନଙ୍କୁ ପାଠ ପଢ଼ାଇବା ସହ ଜୀବନରେ ଆତ୍ମ ସକ୍ଷମ କରିବାକୁ ଉପଦେଶ ଦେଇଥିଲେ।
ଏହାପରେ ପାଷ୍ଟିଗୁଡ଼ି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ଗସ୍ତ କରି ରୋଗୀ ମାନଙ୍କୁ ଭେଟି ଡ଼ାକ୍ତରଖାନା ରେ ମିଳୁଥିବା ସୁବିଧା ଉପରେ ପଚାରିଥିଲେ। ପାଷ୍ଟିଗୁଡ଼ି ଅଙ୍ଗନବାଡ଼ି କେନ୍ଦ୍ର ଗସ୍ତ କରି ପୋଷଣ ଯୋଜନା ସଂକ୍ରାନ୍ତରେ ଅଭିବାଭକ ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ। ନାସିଗାଁ ରେ ପହଞ୍ଚି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ଙ୍କ ସହିତ ଆଲୋଚନା କରିଥିଲେ। ସେଠାରୁ କେସିଙ୍ଗା ରେଲୱେ ଷ୍ଟେସନ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆଭଶୀ ମାଧ୍ୟମରେ ଦେଶରେ ଅମୃତ ଷ୍ଟେସନ ଯୋଜନା ଅନ୍ତର୍ଗତ ୫୫୪ ରେଳ ପ୍ରକଳ୍ପ ଉନ୍ନତୀକରଣ ର ଶିଳାନ୍ୟାସଅନେକ ରେଳ ରାସ୍ତା, ଓଭର ବ୍ରିଜର ଉଦ୍ଘାଟନ ର ସଭା ରେ ଯୋଗ ଦେଇଥିଲେ।
ପରେ ଭବାନୀପାଟଣା ସର୍କିଟ ହାଉସ ଫେରି ଆସି ବିଶ୍ରାମ ନେଇ ପୁଣି ଅପରାହ୍ନ ଉତ୍କେଳା ମିନି ଷ୍ଟାଡିୟମ୍ ଠାରେ ସମାବେଶ ପ୍ରାୟ ୨୦୦ ଜଣ ଚାଷୀ ଓ ଗ୍ରାମବାସୀ ଙ୍କ ସହ ବିଭିନ୍ନ ଯୋଜନା ଉପରେ ବାର୍ତ୍ତାଳାପ କରିଥିଲେ।ସେଠାରୁ ଉତ୍ କେଳା ଏୟାରପୋର୍ଟ ଯାଇ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଗସ୍ତ କରିଥିଲେ। ରାଜ୍ୟପାଳଙ୍କ ସହ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
