Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
କାର୍ଯ୍ୟକ୍ରମ କୁ ରାଜ୍ୟ ସଂଯୋଜକ ସିଦ୍ଧାର୍ଥ ନାୟକ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ରେ ବିଭିନ୍ନ ବସ୍ତି ଅଞ୍ଚଳରୁ ମହିଳା ନେତ୍ରୀ ଏବଂ ବିଭିନ୍ନ ସଂଗଠନ ର ସଂଗଠକ ମାନେ ଯୋଗଦେଇଥିଲେ । ଉପସ୍ଥିତ ଜନତାଙ୍କୁ ଭାରତ ବର୍ଷରେ ନିଶାନିବାରଣ ପାଇଁ କିପରି ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇ ତାପାଇଁ ସ୍ୱତନ୍ତ୍ର ଆଇନ ଆଣି ନିଶାକୁ ସମ୍ପୂଣ୍ଣ ଭାବେ ବନ୍ଦ କରାଯାଇପାରିବ ସେ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ସେହିପରି ରାଷ୍ଟ୍ରୀୟ ସଂଯୋଜକ ଆଜାଦ ବିହାର ରାଜ୍ୟରେ କିପରି ଆନ୍ଦୋଳନ ଦ୍ୱାରା ନୀତିଶ ସରକାର ଉପରେ ନିଶା କୁ ବନ୍ଦ କରିବା ପାଇଁ ଚାପ ପ୍ରୟୋଗ କରଯାଇଥିଲା ଯାହାଫଳରେ ବିହାର ରାଜ୍ୟ ରେ ଆଇନ ପ୍ରଣୟନ କରାଯାଇ ନିଶାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିଥିଲା ସେ ଉପରେ ସୂଚନା ଦେବାସହ ନିଶାଦ୍ୱାରା ସମାଜର କିପରି କ୍ଷତି ହେଉଛି ସମସ୍ତଙ୍କୁ ଜଣାଇଥିଲେ । ଆଦିବାସୀ ନେତା ପରମାନନ୍ଦ ମାଝୀ ଓ ଏକତାପରିଷଦ ର ସଂଯୋଜକ ସରୋଜ ବାଗ, ଜନମ ମାଟି ସୁରକ୍ଷ୍ୟ ସଂଗ୍ରାମ ସମିତି ର ଗିରିଧାରୀ ପାତ୍ର, ଅଭୟ ନାଏକ,ଶକ୍ତିରଞ୍ଜନ ଛତ୍ରିଆ, ବବିତା ରାଣୀ ଦାସ, ବର୍ଷା ସରାଫ, ଅଞ୍ଜଳି ସିଂ, ଉଷା ବେହେରା, ସୁଶାନ୍ତି ବାଗ , ଲକ୍ଷ୍ମୀ ମାଝୀ, ଯଶୋଦା ମାଝୀ, ଜୟନ୍ତୀ ନାଏକ ନିଜ ନିଜ ମତ ଉପସ୍ଥାପନା କରିବା ସହ ଶୀଘ୍ର ସଂଗଠନ ଦ୍ୱାରା ଭବାନୀପାଟଣା ସହରରେ ନିଶା ନିବାରଣ ଉପରେ ଏକ ପଦଯାତ୍ରା ଓ ସଭାର ଆୟୋଜନ କରାଯାଇ ସମସ୍ତ ଙ୍କୁ ସଚେତନ କରାଯିବ ବୋଲି ନିର୍ଣ୍ଣୟ ନେଇଥିଲେ । ଶେଷରେ ଗିରିଧାରୀ ପାତ୍ର ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଥିଲେ ।
Editor, News Gallery Mob: 9439506580 Email: newsgallery.in@gmail.com
