ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ଭବାନୀପାଟଣା ସ୍ଥିତ ଭଙ୍ଗାବାରୀ ଠାରେ କଳାହାଣ୍ଡି ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଉପସ୍ଥିତ ରହିଥିଲେ। ମୁଖ୍ୟମନ୍ତ୍ରୀ ୧୧ ଟି ଜିଲ୍ଲାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ଏବଂ ପ୍ଲାନେଟୋରିଅମ ଓ ଭିତ୍ତିପ୍ରସ୍ତର ସ୍ଥାପନ ଆଭାସୀ ମାଧ୍ୟମରେ ଉଦ୍ଧଘାଟନ କରିଥିଲେ ।
ବିଦ୍ୟାଳୟ ର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି ଓ ଅନୁସନ୍ଧିତା , ବିଜ୍ଞାନ ଓ ବୈଷୟିକ ଜ୍ଞାନ,ବିଜ୍ଞାନର ଲୋକପ୍ରିୟତାକୁ ଜନସାଧାରଣ ଙ୍କ ଠାରେ ପହଞ୍ଚାଇବା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୟପୁର, ଘଟଗାଁ ଓ ବାରିପଦାରେ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପରିସରରେ ପ୍ଲାନେଟୋରିଅମ ର ଲୋକାର୍ପଣ କରିଛନ୍ତି । ବିଜ୍ଞାନ ଓ ବୈଷୟିକ ଯୁଗରେ ଆମ ଓଡିଶାର ଛାତ୍ରଛାତ୍ରୀ ରୂପାନ୍ତରିକରଣ ସ୍କୁଲରେ ପାଠ ପଢି ନିଜର ଦକ୍ଷତାକୁ ବିକାଶ କରିବେ ଓ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରି ଓଡିଶା ବିକାଶର ସହାୟକ ହେବେ ।
ରାଜ୍ୟସଭା ସାଂସଦ ସୁଜିତ କୁମାର ଛାତ୍ରଛାତ୍ରୀ ମାନଙ୍କୁ ଜାତୀୟ ବିଜ୍ଞାନ ଦିବସର ଶୁଭେଚ୍ଛା ଜଣାଇ ୧୧ଟି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ନିଆଯାଇଥିବା ଜିଲ୍ଲା ବିଜ୍ଞାନ କେନ୍ଦ୍ରର ସ୍ଥାପନ ପଦକ୍ଷେପକୁ ପ୍ରଶଂସା କରି ପ୍ରଯୁକ୍ତି ବିଦ୍ୟା ଓ ବୈଷୟିକ ଜ୍ଞାନ ଲାଭକରି ଛାତ୍ରଛାତ୍ରୀମାନେ ଓଡିଶାର ତଥା ଦେଶରେ ରାଜ୍ୟର ନାମ ରଖିବେ ବୋଲି ଆଶା ପ୍ରକାଶ କଲେ । ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ ଆଭାଷୀ ରେ ଉପସ୍ଥିତ ମୁଖ୍ୟମନ୍ତ୍ରୀ , ୫ଟି ଅଧ୍ୟକ୍ଷ , ମନ୍ତ୍ରୀ, ବିଧାୟକ ଓ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ପୌରପରିଷଦ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା , ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ପାତ୍ର , ଡି.ଇ.ଓ ସୁଶାନ୍ତ ଚୋପଦାର , ଡି.ଆଇ.ପି.ଆର.ଓ ମନୋଜ ବେହେରା , ଶିକ୍ଷା ବିଭାଗର କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟତ୍ରୀ,ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।
Latest entries
ଜିଲ୍ଲା ଖବରAugust 14, 2026ବିଜେଡିର ବୁଥ୍ ସ୍ତରୀୟ ଯୁବ-ଛାତ୍ର ସମ୍ମିଳନୀ
ଜିଲ୍ଲା ଖବରAugust 14, 2026ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ସଚେତନତା ରାଲି
ଜିଲ୍ଲା ଖବରAugust 12, 2026ରାସ୍ତା, ନାଲ ସସମସ୍ୟା ଥିବାରୁ ସଦର ବିଧାୟକ ସାଗର ଚରଣ ଦାସ ପଡ଼ା କୁ ପରୀଦର୍ଶନ
ଜିଲ୍ଲା ଖବରAugust 10, 2026ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର

