ବାଲ୍ୟ ବିବାହ ନିରାକରଣ ଏବଂ ବେଟି ବଚାଓ ବେଟି ପଢାଓ ସମ୍ପର୍କିତ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ବାଲ୍ୟବିବାହ ଏବଂ ବେଟି ବଚାଓ ବେଟି ପଢାଓ ସମ୍ପର୍କିତ ଟାକ୍ସଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ , ଜିଲ୍ଲା ଶିକ୍ଷା ଅଧିକାରୀ , ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ , ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ,ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ,ଜିଲ୍ଲା କ୍ରୀଡ଼ା ଅଧିକାରୀ ,ପୋଲିସ ବିଭାଗ ଅଧିକାରୀ ତଥା ବିଭିନ୍ନ ସ୍ଵେଚ୍ଚାସେବୀ ଅନୁଷ୍ଠାନ ର କର୍ମକର୍ତ୍ତା ଓ ଶିଶୁ ସୁରକ୍ଷା ୟୁନିଟ ର କର୍ମକର୍ତ୍ତା ପ୍ରମୁଖ ସଦସ୍ୟ ଓ ସଦସ୍ୟା ବୈଠକରେ ଉପସ୍ଥିତ ରହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୈଲେନ୍ଦୁ ମହାପାତ୍ର ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହିତ ବୈଠକର ବିବରଣୀ ପାଠ କରିଥିଲେ ଓ ଏହାର ପ୍ରଗତି ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଜିଲ୍ଲାପାଳ ସମସ୍ତ ସଦସ୍ୟ / ସଦସ୍ୟା ଓ ବିଭାଗୀୟ ଅଧିକାରୀମାନଙ୍କୁ ଗତ ବୈଠକର ନିଷ୍ପତ୍ତି ସମ୍ପର୍କୀୟ କାର୍ଯ୍ୟକାରିଣୀକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ଦେଇଥିଲେ । ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ଦିଗରେ ବିଭିନ୍ନ କାର୍ଯ୍ୟଧାରା ଆଗାମୀ ଦିନ ମାନଙ୍କରେ କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ବୈଠକରେ ବାଲ୍ୟ ବିବାହ କୁ ରୋକିବା ଓ ନିରୁତ୍ସାହିତ କରିବାକୁ ବିଭିନ୍ନ ସ୍କୁଲମାନଙ୍କରେ ସଚେତନତା କାର୍ଯ୍ୟକ୍ରମ, ବାଲ୍ୟ ବିବାହରେ ସାମିଲ ନ ହେବା ପାଇଁ ମ୍ୟୁନିସିପାଲଟି, ଏନ୍ ଏ ସି, ଗ୍ରାମାଞ୍ଚଳ ରେ ଅବସ୍ଥିତ ବାଣ୍ଡ୍ ପାର୍ଟି, ଟେଣ୍ଟ, ଡିଯେ,ମନ୍ଦିର ,ପୁରୋହିତ ସଂଘ ମାନଙ୍କୁ ଜିଲ୍ଲାପାଳଙ୍କ ଦ୍ବାରା ନିର୍ଦ୍ଦେଶନାମା ଚିଠୀ, ଡ୍ରପ ଆଉଟ୍ ଝିଅପିଲାମାନଙ୍କ ପାଇଁ ସ୍କୁଲ୍ ଭର୍ତ୍ତି , ସଚେତନତା, ସ୍ଵଂୟ ଆର୍ଥିକ ସ୍ଵାଧୀନତା ଉପରେ ଆଲୋଚନା ହୋଇଥିଲା ଏବଂ ସେ ଦିଗରେ ଆଗାମୀ ଦିନ ମାନଙ୍କରେ ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଯେ କୌଣସି ବ୍ୟକ୍ତି କିମ୍ବା ଅଙ୍ଗନବାଡ଼ି କର୍ମୀ ଗ୍ରାମ କିମ୍ବା ସହରରେ ବାଲ୍ୟ ବିବାହ ହେଉଥିବାର ପ୍ରସ୍ତୁତି ବା ହେଉଥିଲେ ଏ ସମ୍ପର୍କୀୟ ନିର୍ଦ୍ଧିଷ୍ଟ ପ୍ରମାଣ ସହ ଜଣାଇଲେ ତାଙ୍କୁ ପୁରସ୍କାର ପ୍ରୋତ୍ସାହନ ଦିଆଯିବ ବୋଲି ସଭାରେ ଗୃହୀତ ହେଇଛି। ଜିଲ୍ଲାରେ ଏ ପର୍ଯ୍ୟନ୍ତ ୧୭ ଟି ବାଲ୍ୟ ବିବାହକୁ ରୋକା ଯାଇପାରିଛି ଏବଂ ଏହି ସଂଖ୍ୟା ଆହୁରି ଅଧିକ ଥାଇପାରେ, ଯାହା ଲୋକଲୋଚନ କୁ ଆସୁନାହିଁ, ଏଣୁ ଏ ସମ୍ବନ୍ଧିୟ ସୂଚନା ଦେବାକୁ ସଭା ରୁ ଜନ ସାଧାରଣଙ୍କୁ ଅନୁରୋଧ କରାଯାଇ ବୈଠକରେ ବେଟି ବଚାଓ ବେଟି ପଢାଓ ସମ୍ପର୍କିତ ବରାଦ ହୋଇଥିବା ଅର୍ଥର ଖର୍ଚ୍ଚ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା ଏବଂ ଆଗାମୀ ଦିନରେ କେଉଁ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ଏବଂ କନ୍ୟା ସନ୍ତାନ ମାନଙ୍କୁ କିପରି ପ୍ରୋତ୍ସାହିତ କରାଯାଇପାରିବ ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ନିଷ୍ପତ୍ତିମାନ ଗ୍ରହଣ କରାଯାଇଥିଲ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts