ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ବିଜେଡି ତାର ପଦଯାତ୍ରା ଓ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବ । ଏଥିପାଇଁ କଳାହାଣ୍ଡି ଜିଲ୍ଲା ବିଜେଡି ସଭାପତି ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।
ପଦଯାତ୍ରାରେ ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶ୍ରୁତିର ପ୍ରସଙ୍ଗକୁ ଧରି କଳାହାଣ୍ଡି ବିଜେଡି ମଇଦାନକୁ ଓହ୍ଲାଇବ ଓ ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଅକ୍ଟୋବର ୨ରୁ ୬ ଏବଂ ଅକ୍ଟୋବର ୨୧ରୁ ୩୦ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ପଦଯାତ୍ରା ଜାରି ରହିବ ବୋଲି ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା । ସେହିପରି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅକ୍ଟୋବର ୯ରୁ ଡିସେମ୍ବର ୯ ତାରିଖ ଦୁଇ ମାସ ପର୍ଯ୍ୟନ୍ତ ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିବ। ଏହି ବୈଠକରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ସମସ୍ତ ବିଧାୟକ ଏବଂ କର୍ମକର୍ତ୍ତା ଯୋଗଦେବା ସହ ୨୦୦୦ରୁ ୨୦୨୪ ନବୀନ ସରକାରଙ୍କ ସଫଳତା ମଧ୍ୟ ଲୋକଙ୍କୁ ସଚେତନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।
ଏହି ବୈଠକରେ କଳାହାଣ୍ଡି ବିଜେଡି ମହାସଚିବ ଭବାନୀ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ବରିଷ୍ଠ ବିଜେଡ଼ି ନେତା ଜିତେନ୍ଦ୍ର ମହାନ୍ତି, ପ୍ରଦୀପ ମୁଣ୍ଡ, ଧବଳେଶ୍ଵର ମହାପାତ୍ର, ଟିକେଲାଲ ସାହୁ, ଯୁବ ବିଜେଡି ସଭାପତି ଆଦିତ୍ୟ ନନ୍ଦ, ରାଜ୍ୟ ଯୁବ ବରିଷ୍ଠ ଉପ ସଭାପତି ମଣ୍ଟୁ ନାଏକ, ରାଜ୍ୟ ଛାତ୍ର ବିଜେଡି କାର୍ଯ୍ୟକାରୀ ସଭାପତି ଅବିନାଶ ଠାକୁର, ମହିଳା ସଭାନେତ୍ରୀ ଲଳିତା ନାଏକ, ଏସସି ସେଲ ସଭାପତି ପ୍ରଶାନ୍ତ ନାଏକ, ନିହାର ମିଶ୍ର, ସଂଯୁକ୍ତା ବେହେରା, ସବିତା ପ୍ରଧାନ, ପୋୖରପାଳିକା ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ, ସାମନ୍ତ ଖମାରୀ, ଯୁବନେତା ମନିନ୍ଦ୍ର ମହାନ୍ତି, ରବି ପଟ୍ଟନାୟକ, ବଦ୍ରିନାରାୟଣ ପଟ୍ଟନାୟକ, ପ୍ରେମ ରଞ୍ଜନ ପାଣିଗ୍ରାହୀ, ସେନାପତି ନାଏକ, କ୍ଷୀରସିନ୍ଧୁ ନାଏକ, ସମିତା ନାୟକ, ସତ୍ୟବ୍ରତ ଦାସ, ସୁରଥ ରାଉତ, ଅବଦୁଲ କାଦିର ପ୍ରମୁଖ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

