Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ସେମାନେ ୨୦୦୮ ମସିହା ଠାରୁ ମନରେଗା କାର୍ଯ୍ୟକରୁଥିବା ଗାଁ ସାଥି (ମେଟ) ମାନଙ୍କୁ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ବରହଜାର ଟଙ୍କା ଦାବୀରେ କଳାହାଣ୍ଡି ଗାଁ ସାଥି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଛଅ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି।କଳାହାଣ୍ଡି ଜିଲ୍ଲା ଗାଁ ସାଥି କ୍ରିୟାନୁଷ୍ଠାନ କମିଟି କୋଡ଼ିନେଟର ଅଭିମନ୍ୟୁ ବେଶ୍ରାଙ୍କ ନେତୃତ୍ୱରେ ମାଣିକେଶ୍ବରୀ ମନ୍ଦିର ଠାରୁ ଶହ ଶହ ଗାଁ ସାଥି ଭାଇ ଭଉଣୀ ଶୋଭାଯାତ୍ରାରେ ଆସି କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୂଜାର୍ଚ୍ଚନା କରି ବକ୍ତବ୍ୟ ମଧ୍ୟମରେ ଦାବୀ ଗୁଡିକ ଉପସ୍ଥାପନା କରିଥିଲେ। ସମସ୍ତ ଗାଁ ସାଥି ମାନଙ୍କୁ ସଠିକ ଭାବେ ଚିହ୍ନ୍ନଟ କରାଯାଇ ସ୍ଥାୟୀ ନିଯୁକ୍ତି ପ୍ରଦାନ କରି ମାସିକ ପ୍ରୋତ୍ସାହନ ବାରହଜାର ଟଙ୍କା ଦେବାକୁ ଦାବୀ କରି ଥିଲେ।
ମନମୁଖୀ ଚୟନ ହୋଇଥିବା ଗାଁ ସାଥି ମାନଙ୍କୁ କାର୍ଯ୍ୟରୁ ବାଦଦେବା ସହିତ +୨ ଶିକ୍ଷାଗତ ଥିବା ଗାଁ ସାଥି ମାନଙ୍କୁ ସ୍ଥାୟୀ ନିଯୁକ୍ତି, +୨ ରୁ ତଳକୁ ଶିକ୍ଷାଗତ ଯୋଗ୍ୟତା ଥିବା ଗାଁ ସାଥି ମାନଂକୁ ବାର ହଜାର ଟଙ୍କା ଦେବାକୁ ଦାବୀ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂନଭେନର ରୋହିତ କୁମାର ସାହୁ, ଶ୍ୟାମ ଛତ୍ରିଆ, ନବୀନ କୋଳଟିଆ, ଗୌରଚନ୍ଦ୍ର ଗହୀର, ଯୁବରାଜ ନାଗ,ସଦାଶିବ ନାଗ, ଶତ୍ରୁଘନ ଗୌଡ଼, ପ୍ରକାଶ ବୁଦ୍ଧିଆ, ଭିକାରି କୁମାର, ଅମର ଦୁର୍ଗା, ପ୍ରେମ ଗୋପାଳ ସାହୁ, ତିଳୋତ୍ତମା ସାହୁ ତଥା ଜିଲ୍ଲାର ଶତାଧିକ ଗାଁ ସାଥି ଉପସ୍ଥିତ ରହିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
