ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:କର୍ଲ।ପଡା କ୍ଲଷ୍ଟର ସ୍ତରୀୟ”ନିପୁଣ ଓଡ଼ିଶା”(ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ)କାର୍ଯକ୍ରମ କର୍ଲାପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କର୍ଲାପଡ଼ା କ୍ଳଷ୍ଟରର କ୍ଲଷ୍ଟର ସଂଯୋଜକ ପ୍ରଦ୍ୟୁମ୍ନ କୁମାର ହୋତା ଙ୍କ ନେତୃତ୍ୱ ଅନୁଷ୍ଠିତ ହୋଇଥିଲା।ଶ୍ରୀ ହୋତାଙ୍କ ବଳିଷ୍ଠ ନେତୃତ୍ବ ଏବଂ କ୍ଲଷ୍ଟର୍ ର ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ପୂର୍ଣ୍ଣ ସହଯୋଗ ଓ ଆପ୍ରାଣ ପ୍ରଚେଷ୍ଟାରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଦୟାନିଧି ନାଏକ, ମୁଖ୍ୟବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ସ୍ନାତକ ମହାବିଦ୍ୟାଳୟ କର୍ଲାପଡା ମୋହନ ପଟେଲ, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀପାଟଣା ଜଗଦୀଶ ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ,ଭବାନୀପାଟଣା ହୃଷିକେଶ ନାଏକ ଯୋଗଦାନ କରି” ନିପୁଣ ଓଡ଼ିଶା” କାର୍ଯକ୍ରମର ଉର୍ଦ୍ଦେଶ୍ୟର ସଫଳ ରୂପାୟନ ପାଇଁ ଆବଶ୍ୟକ ବିଭିନ୍ନ ଦିଗ ଏବଂ ଅଭିଭାବକ ଶିକ୍ଷକ- ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ମାନଙ୍କ ଭୂମିକାକୁ ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜଗନ୍ନାଥ ଦାସ ପ୍ରଧାନ ଶିକ୍ଷକ, ଚହଗାଁ, କାଳି ପ୍ରସାଦ ରଥ,ପ୍ରଧାନ ଶିକ୍ଷକ କେନ୍ଦୁଗୁପୁକା କ୍ଷେତ୍ରି ରାଉତ,ପ୍ରଧାନ ଶିକ୍ଷକ, କର୍ଲପଡା କାର୍ଯ୍ୟକ୍ରମକୁ ଅତି ଶାନ୍ତି ଶୃଙ୍ଖଳାର ସହ ସମ୍ପାଦନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସର୍ବପ୍ରଥମେ ଶ୍ରୀ ହୋତା ସମ୍ମାନିତ ଅତିଥି ମାନଙ୍କୁ କାର୍ଯ୍ୟକ୍ରମର ଉଦଘାଟନ ପାଇଁ ଆମନ୍ତ୍ରିତ କରିଥିଲେ । ଦୁଇଟି ଶ୍ରେଣୀଗୃହରେ ସଂଗୃହିତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷଣ ସାମଗ୍ରୀକୁ ଅନୁଧ୍ୟାନ କରି ଖୁସି ପ୍ରକଟ କରିଥିଲେ ।
ଏହାପରେ କାର୍ଯ୍ୟକ୍ରମକୁ ଶ୍ରୀ ହୋତା ସ୍ୱାଗତ ବକ୍ତବ୍ୟରେ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସ୍ବାଗତ କରିଥଲେ। ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କୁନି କୁନି ଛାତ୍ର ଛାତ୍ରୀ ପ୍ରସ୍ତୁତ କରିଥିବା ଶିକ୍ଷଣ ସାମଗ୍ରୀକୁ ପ୍ରଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୃତ୍ୟୁଞ୍ଜୟ ପ୍ରଧାନ,ସୁକ୍ରୁ ଜାନି, ସୁଶାନ୍ତ ପ୍ରଧାନ,କସ୍ତୁରୀ ଚାଲାଣ, ଶୋଭାରାଣୀ ନାୟକ, ସଂଯୁକ୍ତା ଖିଲାର,ସୁଜାତା ବାରିକ୍ ସହଯୋଗ କରଥିଲେ।ଏହି କାର୍ଯ୍ୟକ୍ରମ କୁ ଶ୍ରୀ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ
ଜିଲ୍ଲା ଖବରAugust 28, 2026ବ୍ରାହ୍ମଣ ସମାଜ ପକ୍ଷରୁ ସାମୁହିକ ରକ୍ଷା ବନ୍ଧନ ଉତ୍ସବ
ଜିଲ୍ଲା ଖବରAugust 26, 2026ନିଟ ପରିକ୍ଷାରେ କୃତକାର୍ଯ୍ୟ ହେଲେ ପୁର୍ଣିମା ପୁଝାରୀ
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ

