ନ୍ୟୁଜଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଡୁମେରଗୁଡା ପଞ୍ଚାୟତ ଠାରେ ଗ୍ରାମ ରୋଜଗାର ସେବକ ନିଯୁକ୍ତି ନ ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଦେବେ ବୋଲି ସ୍ଥାନୀୟ ସରପଞ୍ଚ ନଳିନୀ ପ୍ରଭା ବେହେରା ଏଵଂ ଓ୍ଵାଡ ମୋମ୍ଵର ଓ ଗ୍ରାମ ଵାସି ନିଷ୍ପତି ନେଇଥିବା ଅଭିଯୋଗ କରିଛନ୍ତିି। ଏହି ପଞ୍ଚାୟତ ରେ ଛଅ ଗୋଟି ଗ୍ରାମର ଲୋକମାନେ ବସବାସ କରୁଥିବା ବେଳେ ପ୍ରାୟ ଛଅ ହଜାର ଭୋଟର ଅଛନ୍ତି।
ସରକାର ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଯନା ଗୃହ ଆବେଦନ କରିବା ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଏମ୍,ଜି, ଏନ୍,ଆର୍,ଜି,ଏସ କାମ କରିବାପାଇଁ ଜବ କାର୍ଟ ଧାରୀ ମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ବେହେରା ଵି,ଡି,ଓ , ଜି,ପି,ଓ , ପି,ଡି ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ପଦକ୍ଷେପ ନେଉନଥିବା ସରପଞ୍ଚ ଶ୍ରୀମତି ବେହେରା ଅଭିଯୋଗ କରୁଛନ୍ତି। ଯିଦି ଆଗାମୀ ଦିନ ମଧ୍ୟରେ ଗ୍ରାମ ରୋଜଗାର ସେବକ ନିଯୁକ୍ତି କରାନଯାଏ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ସରପଞ୍ଚ, ଓ୍ଵାଡ ମୋମ୍ଵର, ଓ ଗ୍ରାମ ଜନସାଧାରଣ ଅଭିଯୋଗ କରିଛନ୍ତି । ଏନେଇ ଆମ ପ୍ରତିନିଧି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିଥିବା ରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଥିଲେ ଆମ କାର୍ଯ୍ୟାଳୟ ରେ ଗ୍ରାମ ରୋଜଗାର ସେବକ ସଂଖ୍ୟା କମ୍ ଥିବାରୁ ଜଣେ ଗ୍ରାମ ରୋଜଗାର ସେବକ କୁ ଧଅରପୁର ଏଵଂ ଡୁମେରଗୁଡା ଦୁଇଟି ପଞ୍ଚାୟତ ରେ ନିଯୁକ୍ତି କରିଛୁ ପଞ୍ଚାୟତ ର ଲୋକେ କୈାଣସି ଅସୁବିଧା ସମ୍ମୁଖୀନ ନ ହେଵେ ସେଥିପାଇଁ ଆମେ ଜଣେ ଏ, ଡି,ଇ, ଓ କୁ ନିଯୁକ୍ତି କରିଛୁ ବୋଲି କହିଥିଲେ ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

