ନ୍ୟୁଜଗ୍ୟାଲେରି,ଧର୍ମଗଡ଼:(ହେମନ୍ତ କୁମାର ମାଝୀ) କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଡୁମେରଗୁଡା ପଞ୍ଚାୟତ ଠାରେ ଗ୍ରାମ ରୋଜଗାର ସେବକ ନିଯୁକ୍ତି ନ ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ଦେବେ ବୋଲି ସ୍ଥାନୀୟ ସରପଞ୍ଚ ନଳିନୀ ପ୍ରଭା ବେହେରା ଏଵଂ ଓ୍ଵାଡ ମୋମ୍ଵର ଓ ଗ୍ରାମ ଵାସି ନିଷ୍ପତି ନେଇଥିବା ଅଭିଯୋଗ କରିଛନ୍ତିି। ଏହି ପଞ୍ଚାୟତ ରେ ଛଅ ଗୋଟି ଗ୍ରାମର ଲୋକମାନେ ବସବାସ କରୁଥିବା ବେଳେ ପ୍ରାୟ ଛଅ ହଜାର ଭୋଟର ଅଛନ୍ତି।
ସରକାର ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଯନା ଗୃହ ଆବେଦନ କରିବା ସହ ସରକାରଙ୍କ ବିଭିନ୍ନ କାର୍ଯ୍ୟ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ସହ ଏମ୍,ଜି, ଏନ୍,ଆର୍,ଜି,ଏସ କାମ କରିବାପାଇଁ ଜବ କାର୍ଟ ଧାରୀ ମାନେ ନାହଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସ୍ଥାନୀୟ ସରପଞ୍ଚ ଶ୍ରୀମତି ବେହେରା ଵି,ଡି,ଓ , ଜି,ପି,ଓ , ପି,ଡି ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୈାଣସି ପଦକ୍ଷେପ ନେଉନଥିବା ସରପଞ୍ଚ ଶ୍ରୀମତି ବେହେରା ଅଭିଯୋଗ କରୁଛନ୍ତି। ଯିଦି ଆଗାମୀ ଦିନ ମଧ୍ୟରେ ଗ୍ରାମ ରୋଜଗାର ସେବକ ନିଯୁକ୍ତି କରାନଯାଏ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି ସରପଞ୍ଚ, ଓ୍ଵାଡ ମୋମ୍ଵର, ଓ ଗ୍ରାମ ଜନସାଧାରଣ ଅଭିଯୋଗ କରିଛନ୍ତି । ଏନେଇ ଆମ ପ୍ରତିନିଧି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିଥିବା ରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଥିଲେ ଆମ କାର୍ଯ୍ୟାଳୟ ରେ ଗ୍ରାମ ରୋଜଗାର ସେବକ ସଂଖ୍ୟା କମ୍ ଥିବାରୁ ଜଣେ ଗ୍ରାମ ରୋଜଗାର ସେବକ କୁ ଧଅରପୁର ଏଵଂ ଡୁମେରଗୁଡା ଦୁଇଟି ପଞ୍ଚାୟତ ରେ ନିଯୁକ୍ତି କରିଛୁ ପଞ୍ଚାୟତ ର ଲୋକେ କୈାଣସି ଅସୁବିଧା ସମ୍ମୁଖୀନ ନ ହେଵେ ସେଥିପାଇଁ ଆମେ ଜଣେ ଏ, ଡି,ଇ, ଓ କୁ ନିଯୁକ୍ତି କରିଛୁ ବୋଲି କହିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

