ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଜିଲ୍ଲା ଗସ୍ତରେ ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦିନିକିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭା ଗୃହରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ୨୦୨୪-୨୫ ଖରିଫ ଧାନ ସଗ୍ରହ ସମୀକ୍ଷା ବୈଠକରେ ଯୋଗଦେଇ ଜିଲ୍ଲାର ୧୨୩ ଗୋଟି ଧାନ ସଂଗ୍ରହ ମଣ୍ଡି ମାଧ୍ୟମରେ ଚାଷିଙ୍କ ଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ।
ଜିଲ୍ଲାର ୯୫ ପ୍ରତିଶତ ଧାନ ଚାଷିଙ୍କ ଠାରୁ ମଣ୍ଡି ରୁ ସଂଗ୍ରହ କରାଯାଇ ସାରିଥିବା ଏବଂ ଏହି ପ୍ରକ୍ରିୟା ରେ ଜିଲ୍ଲାର ୮୫ ଗୋଟି ମିଲର୍ସ ଉଷୁନା ପାଇଁ ୭୦ ଓ ଅରୁଆ ଚାଉଳ ସଂଗ୍ରହ ପାଇଁ ୧୫ ମିଲର୍ସ ଅଂଶଗ୍ରହଣ କରିଥିବା ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ଦେଇଥିଲେ। ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାର ର ଟାର୍ଗେଟ ଥିବା ୬୪୦୬୧୯୧.୧୮ କୁଇଣ୍ଟାଲ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୫୬୭୯୯୭୦.୩ କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ ସଂଗ୍ରହ କରାଯାଇଛି ଆଉ ବଳକା ଧାନ ସଂଗ୍ରହ ପ୍ରକ୍ରିୟା ଚାଲୁରହିଛି ଖୁବ ଶୀଘ୍ର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବୈଠକରେ ଅବଗତ କରାଇଥିଲେ। ମନ୍ତ୍ରୀ ଶ୍ରୀ ପାତ୍ର ଜିଲ୍ଲାର ଧାନ ସଂଗ୍ରହ ପ୍ରକ୍ରିୟା କୁ ପ୍ରଶଂସା କରି ଚାଷୀ ଙ୍କର ହିତ ଦୃଷ୍ଟି ରୁ ଟାର୍ଗେଟ ଧାର୍ଯ୍ୟ ବଳକା ଧାନ ସଂଗ୍ରହ ପ୍ରକ୍ରିୟା ସୁଚାରୁରୂପେ ପରିଚାଳନା କରିବା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ଉପ ଜିଲ୍ଲାପାଳ ପ୍ରଭାତ କୁମାର ପରିଡା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର କୁମାର ସାହୁ, ଡି ଆର୍ ସି ଏସ୍, ପ୍ରମାଦ କୁମାର ସାହୁ ଙ୍କ ସମେତ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଯୋଗଦେଇ ଥିଲେ।ମନ୍ତ୍ରୀ ଭବାନୀପାଟଣା ଅଞ୍ଚଳର କିଛି ଧାନ ମଣ୍ଡି ପରିଦର୍ଶନରେ ଯାଇଥିଲେ ଏବଂ ସନ୍ଧ୍ୟାରେ ପଞ୍ଚାୟତ ଡିଗ୍ରୀ ମହାବିଦ୍ୟାଳୟ ବେଲଖଣ୍ଡି ର ସିଲଭର ଜୁବଲି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

