ନ୍ୟୁଜଗ୍ୟାଲେରି, ଭବାନୀପାଟଣା:କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଭଟାଙ୍ଗପଦର ସରକାରୀ ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷୟତ୍ରୀ ପ୍ରଜ୍ଞା ପ୍ରିୟଦର୍ଶିନୀ ଶତପଥୀ ରାଜ୍ୟ ସ୍ତରୀୟ କଳା ଉତ୍ସବ ସମୃଦ୍ଧି ପ୍ରତିଯୋଗିତା-୨୦୨୫ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି। ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ରାଜ୍ୟର ୩୦ ଟି ଜିଲ୍ଲାର ୩୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜିଲ୍ଲା ସ୍ତରରୁ ମନୋନୀତ ହୋଇ ଅଂଶ ଗ୍ରହଣ କରିଥିଲେ। ଶିକ୍ଷୟତ୍ରୀ ଶତପଥୀ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଭାବଶାଳୀ ଶିକ୍ଷାଦାନ ପଦ୍ଧତି ସହ ପ୍ରଦର୍ଶନ କଳା, ସଙ୍ଗୀତ, ନୃତ୍ୟ ଓ ନାଟକକୁ ବ୍ୟବହାର କରି ଶିକ୍ଷାଦାନ ପରୀକ୍ଷଣ ରାଜ୍ୟରେ ଦ୍ବିତୀୟ ପୁରସ୍କାର ବିଜୟିନୀ ହୋଇଛନ୍ତି। ସୂଚନା ଯୋଗ୍ୟ ଯେ ଶିକ୍ଷୟତ୍ରୀ ଶତପଥୀ ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି। ରାଜ୍ୟରେ ଦ୍ବିତୀୟ ପୁରସ୍କାର ବିଜୟିନୀ ହୋଇଥିବାରୁ ଶିକ୍ଷୟତ୍ରୀ ଶତପଥୀଙ୍କୁ କଳାହାଣ୍ଡିର ବହୁ ଶିକ୍ଷାବତ ଓ ବୁଦ୍ଧିଜୀବୀ ଅଭିନନ୍ଦନ ଜଣାଇଛନ୍ତି।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

