କଳାହାଣ୍ଡି/ଭବାନୀପାଟଣା,ରାଜ୍ୟ ରେ ପ୍ରକାଶ ପାଇଥିବା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ରେ ଭବାନୀପାଟଣା ସ୍ଥିତ ବିକାଶ ଆବାସିକ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଶତ ପ୍ରତିଶତ ରିଜଲ୍ଟ ସହ ଜିଲ୍ଲାରେ ଉଭୟ ବିଭାଗ ରେ ଟପର ହୋଇଛନ୍ତି । ସମଗ୍ର ପଶ୍ଚିମ ଓଡ଼ିଶାରେ କଳାହାଣ୍ଡି ଜିଲ୍ଲାରେ ବିଜ୍ଞାନରେ ପାସ ହାର ୮୮.୯୨ ପ୍ରତିଶତ ହୋଇଥିବା ବେଳେ ବିକାଶ କଲେଜରେ ମୋଟ ୧୬୫ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଶତ ପ୍ରତିଶତ ପରୀକ୍ଷା ଫଳ ଆସିଥିବା ବେଳେ ସୁଜିତ କୁମାର ସାହୁ ୯୨.୧୬ ପ୍ରତିଶତ ମାର୍କ ରଖି କଳାହାଣ୍ଡି ଜିଲ୍ଲାର ଟପର ହୋଇଛନ୍ତି।
ସେହିପରି ବାଣିଜ୍ୟ ବିଭାଗ ରେ ମଧ୍ୟ ଏହି କଲେଜର ୨୭ ଜଣ ପରୀକ୍ଷା ଦେଇ ଶତ ପ୍ରତିଶତ ରିଜଲ୍ଟ କରିଥିବା ବେଳେ ତାନିଷା ବଂଶଲ ୯୨.୬୬ ପ୍ରତିଶତ ମାର୍କ ରଖି କଳାହାଣ୍ଡି ଜିଲ୍ଲର ଟପର ହୋଇଛନ୍ତି. ଛାତ୍ର ଛାତ୍ରୀ ଙ୍କ ଏଭଳି ସଫଳତାରେ କଲେଜର ଅଧ୍ୟକ୍ଷ ଡ଼ି ମୁରଲୀ କ୍ରିଷ୍ଣା, କଲେଜ ର ନିର୍ଦେଶକ ଡ଼ି ଶ୍ୟାମ,ଅନ୍ୟତମ ନିର୍ଦେଶକ ଡ଼ି ରାମ, ଏକାଡେମୀକ ଇନଚାର୍ଜ ଡ଼ି ବିଜୟା,କଲେଜ ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବାସହ ଶୁଭେଚ୍ଛା ଜଣାଇଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

