କଳାହାଣ୍ଡି/ଭବାନୀପାଟଣା,ଗରିବ ଜନସାଧାରଣ ଙ୍କୁ ମାଗଣାରେ ୨୦୦ ୟୁନିଟ ବିଦ୍ୟୁତ ପ୍ରଦାନ ନେଇ ଆଜି ଆମ ଆଦମୀ ପାର୍ଟି କଳାହାଣ୍ଡି ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟ ଳୟ ସମ୍ମୁଖରେ ଘେରାଓ କରାଯାଇଥିଲା। ଦିଲ୍ଲୀ, ପଞ୍ଜାବ ଭଳି ରାଜ୍ୟମାନଙ୍କରେ ବିଜୁଳି ଉତ୍ପାଦନ ନହୋଇ ମଧ୍ୟ ଗରିବ ଜନସାଧାରଣ ଙ୍କୁ ସେଠାକାର ଆମ ଆଦିମୀ ସରକାର ୨୦୦ ରୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦେଉଥିବା ବେଳେ
କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜାଳ ବିଦ୍ୟୁତ ପ୍ରକଳ୍ପ ରୁ ବାର୍ଷିକ ୬୦୦ ମେଗାୱାଟର ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ଏଠାକାର ଜନସାଧାରଙ୍କୁ ଚଢା ଦରରେ ବିଜୁଳି ଯୋଗାଯାଉଛି ତେଣୁ କଳାହାଣ୍ଡି ଜିଲ୍ଲାର ସମସ୍ତ ପରିବାରକୁ ୨୦୦ ୟୁନିଟ ବିଜୁଳି ମାଗଣାରେପ୍ରଦାନ ଏବଂ ବିଦ୍ୟୁତ ସଂଯୋଗ ହୋଇନଥିବା ଗାଁ ଗୁଡିକୁ ତୁରନ୍ତ ବିଜୁଳି ସଂଯୋଗ ଓ ବିଜୁଳି କୁ ଘରୋଇ କାରଣ ବନ୍ଦ କରି ସରକାରଙ୍କ ନିୟନ୍ତ୍ରଣ ରେ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି. ଆମ ଆଦମୀ ପାର୍ଟି କଳାହାଣ୍ଡି ଶାଖାର ଆବାହକ ସତ୍ୟମାହାର, ସମ୍ପାଦକ ତୀର୍ଥ ବୁଦ୍ଧିଆ, ଉପସଭାପତି ଖିରୋଦ ବାଗ, ମୋହନ ସାହୁ, ରାଧେଶ୍ୟାମ ଅଗ୍ରୱାଲ, ନାରୀ ନେତ୍ରୀ ମମତା ନାୟକ ପ୍ରମୁଖ ଶତାଧିକ ପୁରୁଷ ଓ ମହିଳା ସ୍ଥାନୀୟ ମାଣିକେଶ୍ବରୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ଘେରାଓ କରିଥିଲେ ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

