କଳାହାଣ୍ଡି/ଭବାନୀପାଟଣା,ଗରିବ ଜନସାଧାରଣ ଙ୍କୁ ମାଗଣାରେ ୨୦୦ ୟୁନିଟ ବିଦ୍ୟୁତ ପ୍ରଦାନ ନେଇ ଆଜି ଆମ ଆଦମୀ ପାର୍ଟି କଳାହାଣ୍ଡି ଶାଖା ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟ ଳୟ ସମ୍ମୁଖରେ ଘେରାଓ କରାଯାଇଥିଲା। ଦିଲ୍ଲୀ, ପଞ୍ଜାବ ଭଳି ରାଜ୍ୟମାନଙ୍କରେ ବିଜୁଳି ଉତ୍ପାଦନ ନହୋଇ ମଧ୍ୟ ଗରିବ ଜନସାଧାରଣ ଙ୍କୁ ସେଠାକାର ଆମ ଆଦିମୀ ସରକାର ୨୦୦ ରୁ ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣାରେ ଦେଉଥିବା ବେଳେ
କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜାଳ ବିଦ୍ୟୁତ ପ୍ରକଳ୍ପ ରୁ ବାର୍ଷିକ ୬୦୦ ମେଗାୱାଟର ବିଜୁଳି ଉତ୍ପାଦନ ହେଉଥିଲେ ମଧ୍ୟ ଏଠାକାର ଜନସାଧାରଙ୍କୁ ଚଢା ଦରରେ ବିଜୁଳି ଯୋଗାଯାଉଛି ତେଣୁ କଳାହାଣ୍ଡି ଜିଲ୍ଲାର ସମସ୍ତ ପରିବାରକୁ ୨୦୦ ୟୁନିଟ ବିଜୁଳି ମାଗଣାରେପ୍ରଦାନ ଏବଂ ବିଦ୍ୟୁତ ସଂଯୋଗ ହୋଇନଥିବା ଗାଁ ଗୁଡିକୁ ତୁରନ୍ତ ବିଜୁଳି ସଂଯୋଗ ଓ ବିଜୁଳି କୁ ଘରୋଇ କାରଣ ବନ୍ଦ କରି ସରକାରଙ୍କ ନିୟନ୍ତ୍ରଣ ରେ ରଖିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି. ଆମ ଆଦମୀ ପାର୍ଟି କଳାହାଣ୍ଡି ଶାଖାର ଆବାହକ ସତ୍ୟମାହାର, ସମ୍ପାଦକ ତୀର୍ଥ ବୁଦ୍ଧିଆ, ଉପସଭାପତି ଖିରୋଦ ବାଗ, ମୋହନ ସାହୁ, ରାଧେଶ୍ୟାମ ଅଗ୍ରୱାଲ, ନାରୀ ନେତ୍ରୀ ମମତା ନାୟକ ପ୍ରମୁଖ ଶତାଧିକ ପୁରୁଷ ଓ ମହିଳା ସ୍ଥାନୀୟ ମାଣିକେଶ୍ବରୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳ ଅଫିସ ଘେରାଓ କରିଥିଲେ ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

