Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ବିକ୍ଷୋଭ ରେ ସଂଘର ରାଜ୍ଯ ସଭାପତି ଜୟନ୍ତ ଦାସ ଉଦବୋଧନ ଦେଇ ଗତ ୨୫ଵର୍ଷ ମଧ୍ୟରେ କେନ୍ଦ୍ର ସରକାରଙ୍କ ସ୍ଵର୍ଣ୍ଣ ଜୟନ୍ତୀ ସ୍ଵ ରୋଜଗାର ଯୋଜନା ଓ ୨୦୧୧ମସିହାଠାରୁ ଏନ୍ଆରଏଲ୍ଏମ୍ କେନ୍ଦ୍ରୀୟ ସ୍କିମ ଅଧିନରେ ଓଡ଼ିଶାର ମିଶନ ଶକ୍ତି ବିଭାଗ ମାଧ୍ଯମରେ ନିଯୁକ୍ତି ପାଇ ରାଜ୍ୟରେ ୬ଲକ୍ଷରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରି ମିଶନ ଶକ୍ତି ମାଧ୍ଯମରେ ୭୦ଲକ୍ଷ ମହିଳାଙ୍କୁ ଜୀବିକା ଅର୍ଜନ ର ରାହା ଦେଖାଇଛନ୍ତି। ଏମାନେ ୨୦୧୯ ପର୍ଯ୍ଯନ୍ତ ବିନା ଉତ୍ତାରେ କାର୍ଯ୍ଯ କରି ଆସିଥିଵା ବେଳେ ୨୦୧୯ରେ ରାଜ୍ଯ ସରକାରଙ୍କ ନିଷ୍ପତ୍ତି ଭିତ୍ତିରେ ୨୦୨୨ମସିହାରୁ ମାସିକ ହଜାରେ ଟଙ୍କା ହାରରେ ଏଵଂ ୨୦୨୪ ମାର୍ଚ୍ଚରୁ ମାସିକ ଦେଢ଼ ହଜାର ଟଙ୍କା ହାରରେ ଧାର୍ଯ୍ୟ ଗସ୍ତ ଭତ୍ତା ପାଉଛନ୍ତି। ବିଧାନ ସଭା ନିର୍ବାଚନରେ ରାଜ୍ୟର ସରକାର ପରିବର୍ତ୍ତନ ହେଲା। ନୂଆ ସରକାର ୨୦୨୫ ନୂଆବର୍ଷରେ ରାଜ୍ୟର ଏହି ଲକ୍ଷାଧିକ କାର୍ଯ୍ଯରତ କର୍ମଜୀବି ମହିଳା ଇସି ସଦସ୍ଯଙ୍କୁ ରିଷ୍ଟ୍ରକ୍ଚରିଙ୍ଗ୍ ଆଳରେ କାର୍ଯରୁ ଵାହାର କରିବା ନିଷ୍ପତ୍ତିକୁ କଡ଼ା ନିନ୍ଦା କରିବା ସହ ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର ସହ ଏହି କାର୍ଯ୍ୟରତ ଇସି ସଦସ୍ୟଙ୍କୁ ସ୍ଥାୟୀ ନିଯୁକ୍ତି, ବକେୟା ଭତ୍ତା ପ୍ରଦାନ, ଇପିଏଫ୍ ଏବଂ ଇଏସ୍ଆଇ ସମେତ ସାମାଜିକ ନିରାପତ୍ତା ପ୍ରଦାନ, କାର୍ଯ୍ଯ କାଳର ବୟସ ସୀମା ୬୫ବର୍ଷକୁ ବୃଦ୍ଧି ଇତ୍ୟାଦି ସହ ମିଶନ ଶକ୍ତି ପରିବାରରେ କାର୍ଯ୍ଯ ରତ ସିଆରପି ଓ ଏମବିକେ ସମେତ କମ୍ଯୁନିଟି ସପୋର୍ଟ ଷ୍ଟାଫଙ୍କ ବର୍ଷାଧିକ କାଳର ବକେୟା ଭତ୍ତା ପ୍ରଦାନ ସହ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି।
ସରକାର ନିର୍ବାଚନ ପ୍ରତିଶୃତି ଦେଇ ରାଜ୍ୟର ସମସ୍ତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ ମାସିକ ହଜାରେ ଟଙ୍କାର ସଶକ୍ତି କରଣ ଭତ୍ତା ଫାଙ୍କିବା ପାଇଁ ଆସି ରିଷ୍ଟ୍ରକ୍ଚରିଙ୍ଗ୍ ନାମରେ ଲକ୍ଷାଧିକ କର୍ମଜୀବି ମହିଳା ଇସି ଙ୍କୁ ବାହାର କରିବାର ରାଜନୈତିକ ପ୍ରତିହିଂସା ପରାୟଣ ନିଷ୍ପତ୍ତି ସମଗ୍ର ରାଜ୍ୟର ପ୍ରତି ଗାଁରେ ମହିଳାଙ୍କୁ ଅଶାନ୍ତି ଭିତରକୁ ଠେଲି ଦେଇଛନ୍ତି। ଏହି ରିଷ୍ଟ୍ରକ୍ଚରିଙ୍ଗ୍ ଆଦେଶ ପ୍ରତ୍ୟାହାର କରି ସ୍ଥାୟୀ ନିଯୁକ୍ତି ଦାବିରେ ଆସନ୍ତା ୧୩ଫେବୃଆରୀରୁ ବିଧାନସଭାର ବଜେଟ ଅଧିବେଶନ ସମୟରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ଯନ୍ତ ଗଣଧାରଣା ପାଇଁ ନିଖିଳ ଓଡ଼ିଶା ଜୀବିକା ମିଶନ ଇସି ସଂଘ ଆହ୍ଵାନ ଦେଇଛି। ଏହି ଦାଵି ପାଇଁ ସମସ୍ତ ଇସି ୧୨ତାରିଖରୁ ଭୁବନେଶ୍ଵର ଯାତ୍ରା ପାଇଁ ଶ୍ରୀ ଦାସ ଆହ୍ଵାନ ଦେଇଛନ୍ତି। ଏହି ଆନ୍ଦୋଳନରେ ସଂଘର ରାଜ୍ଯ ଉପ ସାଧାରଣ ସମ୍ପାଦକ ଟୁନୀ ନାଏକ, ବିଭିନ୍ନ ଵ୍ଲକ ନେତା ଦୀପାଞ୍ଜଳୀ ମାଝୀ,ସୁକାନ୍ତୀ ସାହୁ, ତରୁଣୀ ଗଡତିଆ,ଏଆଇଟିୟୁସିର ପୁର୍ଣ୍ଣ ଚନ୍ଦ୍ର ପ୍ରଧାନ, ସଞ୍ଜୟ ସୁନାନୀ, ସୁରେନ୍ଦ୍ର ମାଝୀ, ବିଶ୍ଵମ୍ଵର ଦଳେଇ ପ୍ରମୁଖ ଉଦବୋଧନ ଦେଇ ସରକାର ତୁରନ୍ତ ଇସି ରିଷ୍ଟ୍ରକ୍ଚରିଙ୍ଗ୍ ବନ୍ଦ କରି ସ୍ଥାୟୀ ନିଯୁକ୍ତି କରିବାକୁ ଦାବି କରିଥିଲେ।
Editor, News Gallery Mob: 9439506580 Email: newsgallery.in@gmail.com
