ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:
ଯୋଗ ଅଭ୍ୟାସ ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହେ,ଏହାକୁ ଉପଲବ୍ଧି କରି ବରିଷ୍ଠ ନାଗରିକ ସଂଘ ର ଅନୁରୋଧ ରକ୍ଷା କରି ଜିଲ୍ଲାପାଳ ପାୱାର ସଚିବ ପ୍ରକାଶ ଙ୍କ ନିର୍ଦ୍ଦେଶ କ୍ରମେ ମାସ କୁ ଦୁଇ ଦିନ ଯଥା ପ୍ରତି ମାସର ୧ ଏବଂ ୧୬ ତାରିଖରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, କର୍ମଚାରୀ, କଲେକ୍ଟରିଏଟ ଷ୍ଟାଫ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତଞ୍ଜଳି ଯୋଗ ସମିତି ର ତତ୍ୱାବଧାନରେ ଜିଲ୍ଲା ର ବରିଷ୍ଠ ନାଗରିକ ସଂଘ ର ସହଯୋଗରେ ଯୋଗ ଅଭ୍ୟାସ କରିବେ ।
ଏହି କ୍ରମରେ ସକାଳ ୭ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଯୋଗାଭ୍ୟାସ ର ଶୁଭାରମ୍ଭ କରିଥିଲେ।ଯୋଗଗୁରୁ ଅଶୋକ କୁମାର ମୁଣ୍ଡ ଙ୍କ ତତ୍ୱାବଧାନରେ ଯୋଗ ଅଭ୍ୟାସ ଆରମ୍ଭ ହୋଇଥିଲା। ଏହି ଯୋଗାଅଭ୍ୟାସ ପାଇଁ ନୋଡାଲ ଅଫିସର ଭାବରେ ନିୟୋଜିତ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ନିହାରେନ୍ଦ୍ର ପଣ୍ଡା ଯୋଗାଭ୍ୟାସ ପରିଚାଳନା କରିଥିଲେ ।ଶୀତୁଆ ସକାଳ ର ଅତ୍ୟଧିକ ଶୀତ ପ୍ରବାହ ସତ୍ୱେ ବରିଷ୍ଠ ନାଗରିକ ସଂଘ ର କର୍ମକର୍ତ୍ତା, ବହୁ ସଦସ୍ୟ , ଅଫିସର ଏବଂ ଷ୍ଟାଫ ଏହି ଯୋଗ ଅଭ୍ୟାସ ରେ ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

