ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା:
ଯୋଗ ଅଭ୍ୟାସ ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହେ,ଏହାକୁ ଉପଲବ୍ଧି କରି ବରିଷ୍ଠ ନାଗରିକ ସଂଘ ର ଅନୁରୋଧ ରକ୍ଷା କରି ଜିଲ୍ଲାପାଳ ପାୱାର ସଚିବ ପ୍ରକାଶ ଙ୍କ ନିର୍ଦ୍ଦେଶ କ୍ରମେ ମାସ କୁ ଦୁଇ ଦିନ ଯଥା ପ୍ରତି ମାସର ୧ ଏବଂ ୧୬ ତାରିଖରେ ଜିଲ୍ଲାସ୍ତରୀୟ ସମସ୍ତ ଅଧିକାରୀ, କର୍ମଚାରୀ, କଲେକ୍ଟରିଏଟ ଷ୍ଟାଫ୍, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପତଞ୍ଜଳି ଯୋଗ ସମିତି ର ତତ୍ୱାବଧାନରେ ଜିଲ୍ଲା ର ବରିଷ୍ଠ ନାଗରିକ ସଂଘ ର ସହଯୋଗରେ ଯୋଗ ଅଭ୍ୟାସ କରିବେ ।
ଏହି କ୍ରମରେ ସକାଳ ୭ ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଯୋଗାଭ୍ୟାସ ର ଶୁଭାରମ୍ଭ କରିଥିଲେ।ଯୋଗଗୁରୁ ଅଶୋକ କୁମାର ମୁଣ୍ଡ ଙ୍କ ତତ୍ୱାବଧାନରେ ଯୋଗ ଅଭ୍ୟାସ ଆରମ୍ଭ ହୋଇଥିଲା। ଏହି ଯୋଗାଅଭ୍ୟାସ ପାଇଁ ନୋଡାଲ ଅଫିସର ଭାବରେ ନିୟୋଜିତ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. ନିହାରେନ୍ଦ୍ର ପଣ୍ଡା ଯୋଗାଭ୍ୟାସ ପରିଚାଳନା କରିଥିଲେ ।ଶୀତୁଆ ସକାଳ ର ଅତ୍ୟଧିକ ଶୀତ ପ୍ରବାହ ସତ୍ୱେ ବରିଷ୍ଠ ନାଗରିକ ସଂଘ ର କର୍ମକର୍ତ୍ତା, ବହୁ ସଦସ୍ୟ , ଅଫିସର ଏବଂ ଷ୍ଟାଫ ଏହି ଯୋଗ ଅଭ୍ୟାସ ରେ ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

