ନ୍ୟୁଜଗ୍ୟାଲେରି,ବଲାଙ୍ଗିର: ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ଠାରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଏବଂ “ବିଚାର” ଓ “ଭୂମିକା” ପରିବାରର ମିଳିତ ଆନୁକୁଲ୍ୟରେ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ “ସାମ୍ବାଦିକଙ୍କ ସାଂସ୍କୃତିକ ଦାୟିତ୍ୱ” ଶୀର୍ଷକ ସେମିନାର ଆୟୋଜିତ ହୋଇଥିଲା।
ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଅରବିନ୍ଦ ଓଝା ଙ୍କ ସଭାପତିତ୍ବ ରେ ଅତିଥି ଭାବରେ ପ୍ରଫେସର ମଧୁସୂଦନ ପତି ଯୋଗ ଦେଇଥିବା ବେଳେ ସନ୍ଧିପ କୁମାର କୁଁଅର, ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ମହାପାତ୍ର, ମନୋରଞ୍ଜନ ଯୋଷୀ ଓ ଶିବ ଶଙ୍କର ନନ୍ଦ ସମ୍ମାନିତ ଆଲୋଚକ ଭାବରେ ଯୋଗ ଦେଇଥିଲେ। ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହେଉଛି ଗଣ ମାଧ୍ୟମ। ସମାଜ ଗଣ ମାଧ୍ୟମକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ର ମାନ୍ୟତା ଦେଇଛି। ଦେଶ ନିର୍ମାଣରେ ଗଣତନ୍ତ୍ରର ଯଥେଷ୍ଟ ଭୂମିକା ରହିଛି। ଗଣ ମାଧ୍ୟମ ସାମାଜିକ ଦାୟିତ୍ୱବୋଧ ଓ ସାଂସ୍କୃତିକ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ ହେବା ସହ ନିଜର କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ୍।

ଚିରାଚରିତ ଢଙ୍ଗରୁ ଟିକେ ସଂସ୍କୃତି ପ୍ରତି ସମ୍ବେଦନଶିଳ ହୋଇ ସାମ୍ବାଦିକ ସଂସ୍କୃତିର ସଂରକ୍ଷଣ ଦିଗରେ କାର୍ଯ୍ୟକଲେ ସାମଗ୍ରିକ ଭାବରେ ଦେଶର ବିକାଶଧାରା ଓ ସାଂସ୍କୃତିକଧାରା ଆହୁରି ସୁଦୃଢ଼ ହୋଇ ପାରିବ ବୋଲି ସେମିନାରରେ ଆଲୋଚକ ମାନେ ମତପୋଷଣ କରିଥିଲେ। ଆଲୋଚକ ମାନଙ୍କ ବକ୍ତବ୍ୟ ଉପସ୍ଥାପନ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକତା ଓ ଗଣ ଯୋଗାଯୋଗ ଛାତ୍ରୀ ମାନଙ୍କ ବିଭିନ୍ନ ପ୍ରଶ୍ନର ସମ୍ମାନିତ ଆଲୋଚକ ମାନେ ଉତ୍ତର ଦେଇଥିଲେ। “ଭୂମିକା” ର ବରିଷ୍ଠ ସଭ୍ୟ ଚିତ୍ତରଞ୍ଜନ ଦାଶ ସେମିନାରକୁ ପରିଚାଳନା କରିଥିଲେ। ଭୂମିକା ର ସଭ୍ୟ ଅଖିଳ ହୋତା କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ସେମିନାର ରେ ମହିଳା ମହାବିଦ୍ୟାଳୟର ଛାତ୍ରୀ ସମେତ ବଲାଙ୍ଗୀର ସହରର ବହୁ ବୁଦ୍ଧିଜବୀ ଓ ସାମ୍ୱାଦିକ ମାନେ ଯୋଗ ଦେଇଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

