ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ସଦର ବ୍ଲକ ସି ଟି ସ୍କୁଲ ପ୍ରାଙ୍ଗଣ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ କଳାହାଣ୍ଡି ତରଫରୁ ଜିଲ୍ଲା ସ୍ତରୀୟ ବୃହତ ନିଯୁକ୍ତି ମେଳା ର ଉଦ୍ଘାଟନ ସମାରୋହ ଜିଲ୍ଲାପାଳ ପାୱାର ସଚିନ ପ୍ରକଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି ।ଏହି ନିଯୁକ୍ତି ମେଳା ରେ ରାଜ୍ୟ ଓ ରାଜ୍ୟ ବାହାର ର ୪୦ ଗୋଟି ନିଯୁକ୍ତି ଦାତା ସଂସ୍ଥା ଯୋଗଦେଇଥିଲେ ଏହା ବ୍ୟତୀତ ୧୨ ଗୋଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା, ସି ଟି ଟି ସି , ସରକାରୀ ଆଇ ଟି ଆଇ ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ସରକାରୀ ପଲିଟେକ୍ନିକ କଳାହାଣ୍ଡି, ଜନ ଶିକ୍ଷଣ ସଂସ୍ଥାନ, ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱର, ଆଦି ଯୋଗ ଦେଇଥିଲେ ଭାରତୀୟ ସେନା ଓ ଭାରତୀୟ ବାୟୁସେନା ଅଧିକାରୀ ମାନେ ମଧ୍ୟ ମେଳା ରେ ଯୋଗ ଦେଇ ପିଲା ମାନଙ୍କୁ ଅଗ୍ନିବୀର ଓ ଅଗ୍ନିବୀର ବାୟୁ ରେ ଯୋଗ ଦେବା ପାଇଁ ପ୍ରୋତ୍ସାହିତ କରିଥିଲେ ।
ଏହି ମେଳା ରେ ଜିଲ୍ଲା ର ସମସ୍ତ ୧୩ ଟି ବ୍ଲକ ରୁ ୧୮୬୭ ଜଣ ନିଯୁକ୍ତି ଆଶାୟୀ ପ୍ରାଥୀ, ପ୍ରାଥୀନି ମାନେ ଯୋଗ ଦେଇଥିଲେ ତନ୍ମଧ୍ୟରୁ ୬୮୨ ଜଣ ବିଭିନ୍ନ ନିଯୁକ୍ତି ସଂସ୍ଥା ଓ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ସହିତ ଅନୁବନ୍ଧିତ ହୋଇଥିଲେ ।ଜିଲ୍ଲାପାଳ ପିଲାମାନଙ୍କୁ ଏହି ସୁଯୋଗ ର ଭରପୁର ଫାଇଦା ନେବାପାଇଁ ଉପଦେଶ ଦେଇଥିଲେ ଓ ବିଭିନ୍ନ ଦକ୍ଷତା ବିକାଶ ତାଲିମ ନେଇ ରୋଜଗାର କ୍ଷମ ହେବାପାଇଁ ପରାମର୍ଶ ଦେଇଥିଲେ। ଏହି ମେଳା କୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିଲେ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ର ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୁବିଦିତ ସାମନ୍ତରାୟ, ସୁବ୍ରତ ମେହେର, ପ୍ରିୟା, କେଶବ ଗାଭାଲେ ଓ ସମସ୍ତ କର୍ମକର୍ତା ସହାୟତା କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

