ନ୍ୟୁଜଗ୍ୟାଲେରି,ଭବାନୀପାଟଣା:ସଦର ବ୍ଲକ ସି ଟି ସ୍କୁଲ ପ୍ରାଙ୍ଗଣ ଠାରେ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ କଳାହାଣ୍ଡି ତରଫରୁ ଜିଲ୍ଲା ସ୍ତରୀୟ ବୃହତ ନିଯୁକ୍ତି ମେଳା ର ଉଦ୍ଘାଟନ ସମାରୋହ ଜିଲ୍ଲାପାଳ ପାୱାର ସଚିନ ପ୍ରକଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହେଇଯାଇଛି ।ଏହି ନିଯୁକ୍ତି ମେଳା ରେ ରାଜ୍ୟ ଓ ରାଜ୍ୟ ବାହାର ର ୪୦ ଗୋଟି ନିଯୁକ୍ତି ଦାତା ସଂସ୍ଥା ଯୋଗଦେଇଥିଲେ ଏହା ବ୍ୟତୀତ ୧୨ ଗୋଟି ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା, ସି ଟି ଟି ସି , ସରକାରୀ ଆଇ ଟି ଆଇ ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ସରକାରୀ ପଲିଟେକ୍ନିକ କଳାହାଣ୍ଡି, ଜନ ଶିକ୍ଷଣ ସଂସ୍ଥାନ, ବିଶ୍ୱ ଦକ୍ଷତା କେନ୍ଦ୍ର, ଭୁବନେଶ୍ୱର, ଆଦି ଯୋଗ ଦେଇଥିଲେ ଭାରତୀୟ ସେନା ଓ ଭାରତୀୟ ବାୟୁସେନା ଅଧିକାରୀ ମାନେ ମଧ୍ୟ ମେଳା ରେ ଯୋଗ ଦେଇ ପିଲା ମାନଙ୍କୁ ଅଗ୍ନିବୀର ଓ ଅଗ୍ନିବୀର ବାୟୁ ରେ ଯୋଗ ଦେବା ପାଇଁ ପ୍ରୋତ୍ସାହିତ କରିଥିଲେ ।
ଏହି ମେଳା ରେ ଜିଲ୍ଲା ର ସମସ୍ତ ୧୩ ଟି ବ୍ଲକ ରୁ ୧୮୬୭ ଜଣ ନିଯୁକ୍ତି ଆଶାୟୀ ପ୍ରାଥୀ, ପ୍ରାଥୀନି ମାନେ ଯୋଗ ଦେଇଥିଲେ ତନ୍ମଧ୍ୟରୁ ୬୮୨ ଜଣ ବିଭିନ୍ନ ନିଯୁକ୍ତି ସଂସ୍ଥା ଓ ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ସହିତ ଅନୁବନ୍ଧିତ ହୋଇଥିଲେ ।ଜିଲ୍ଲାପାଳ ପିଲାମାନଙ୍କୁ ଏହି ସୁଯୋଗ ର ଭରପୁର ଫାଇଦା ନେବାପାଇଁ ଉପଦେଶ ଦେଇଥିଲେ ଓ ବିଭିନ୍ନ ଦକ୍ଷତା ବିକାଶ ତାଲିମ ନେଇ ରୋଜଗାର କ୍ଷମ ହେବାପାଇଁ ପରାମର୍ଶ ଦେଇଥିଲେ। ଏହି ମେଳା କୁ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଅଜିତ କୁମାର ଉତ୍ତରାୟ ପରିଚାଳନା କରିଥିଲେ ଓ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ର ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସୁବିଦିତ ସାମନ୍ତରାୟ, ସୁବ୍ରତ ମେହେର, ପ୍ରିୟା, କେଶବ ଗାଭାଲେ ଓ ସମସ୍ତ କର୍ମକର୍ତା ସହାୟତା କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

