ଲାଞ୍ଜିଗଡ:(କୈଲାଶ ଚନ୍ଦ୍ର ସାହୁ ) କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଭୁର୍ଟିଗଡ଼ ପଞ୍ଚାୟତର ଦୁର୍ଗମ ଅଡାଖୁ ଗାଁରେ ଦେଖିବାକୁ ମିଳିଛି ଡାଇରିଆ ରୋଗର ପ୍ରକୋପ। ଗତ ତିନିଦିନ ମଧ୍ୟରେ ଗାଁର ଦାନୁରୀ ମାଝୀ ନାମକ ଜଣେ ମହିଳା ଓ ସସ୍ମିତା ମାଝୀ ନାମକ ଜଣେ ୭ ବର୍ଷ ବୟସର ବାଳିକାଙ୍କ ମୃତ୍ୟୁ ଘଟିଛି। ଗାଁର ନନ୍ଦିନୀ ମାଝୀ, ସୁତୁରି ମାଝୀ, ପାଙ୍ଗାଡୁ ମାଝୀ, କୋବି ମାଝୀ ଏବେ ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।
ସେହିପରି ରାମପାରୁଣୁ ମାଝୀ, ନିବେନ୍ଦ୍ର ମାଝୀ, ଶୁଭଶ୍ରୀ ମାଝୀ, ଯୁଗେଶ୍ୱର ମାଝୀ, ତତଲୀ ମାଝୀ, ସୁକାନ୍ତି ମାଝୀ, ମନୁ ମାଝୀ ଏବେ ଡାଇରିଆ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଖବର ପାଇ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀଙ୍କ ନିର୍ଦ୍ଦେଶ କ୍ରମେ ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ହରିଶଙ୍କର ପାତ୍ର, ବ୍ଲକ ସମିତି ସଭ୍ୟ ସଙ୍ଘର ସଭାପତି ଜଗଦୀଶ ବେନିଆ ପ୍ରମୁଖ ପ୍ରଭାବିତ ଗାଁ ପରିଦର୍ଶନ କରି ସ୍ଥିତି ସମ୍ପର୍କରେ ବିଧାୟକଙ୍କୁ ଜଣାଇଛନ୍ତି। ସେହିପରି ବିଧାୟକଙ୍କ ନିର୍ଦ୍ଦେଶରେ ଏକ ମେଡିକାଲ ଟିମ ଓ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଟିମ ଗାଁକୁ ପରିଦର୍ଶନ କରିଛନ୍ତି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ଥିବା ଜଣାପଡ଼ିଛି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

