ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ସ୍ଥିତ ପୁରୁଣା ପଡା ଠାରେ ନିରଞ୍ଜନ ପ୍ରଧାନ (ବିଦ୍ରୋହୀ) ଙ୍କ ଦ୍ଵାଦଶ କାର୍ଯ୍ୟକ୍ରମ ଅବସରରେ ଏକ ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଏବଂ ନିରଞ୍ଜନ ସ୍ମରଣିକା କମିଟି ଗଠିତ ହୋଇଯାଇଛି । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ କପିଳମୁନୀ, ଆଶ୍ରମ ପୀଠ, ପାଇକମାଳ , ହରିଶଙ୍କର ଶାଖା ଖପ୍ରାଖୋଲ ସମେତ କେତେକ ଅନୁଷ୍ଠାନ ର ମିଳିତ ଆନୁକୂଲ୍ୟରେ ପୁରୁଣା ପଡା ରାଧାକୃଷ୍ଣ ମନ୍ଦିର ନିକଟରେ ନିରଞ୍ଜନ ବିଦ୍ରୋହୀଙ୍କ ଭକ୍ତିପୂତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଅର୍ପଣ ସହ ନିରଞ୍ଜନ ସ୍ମରଣିକା କମିଟି ଗଠନ କରାଯାଇଥିଲା । ଉଭୟ କାର୍ଯ୍ୟକ୍ରମରେ ଇନ୍ଦ୍ରଜିତ୍ ମହାଖୁଡ ଅଧ୍ୟକ୍ଷତା କରିଥିବାବେଳେ ଏହି କାର୍ଯ୍ୟକ୍ରମରେ ବରଗଡ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ, ଲିଙ୍ଗରାଜ ଆଜାଦ, ସତ୍ଯ ମାହାର, ରାଧାନାଥ ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଚାଷୀ ନେତା ଲିଙ୍ଗରାଜ ପ୍ରଧାନ,ରଶ୍ମୀ ପ୍ରଭା ମହାନ୍ତି, ଦାମୋଦର ମହାରଣା,ଦିଲେଶ୍ଵର ଷଡଙ୍ଗୀ,ରଜତ ପ୍ରଧାନ, ସନ୍ତୋଷପ୍ରଧାନ,ପ୍ରମୂଖ ସ୍ମୃତି ଚାରଣ କରିଥିଲେ।ଗନ୍ଧମାର୍ଦ୍ଦନ ଓ ପାଇକ ମାଳ ଅଞ୍ଚଳର ଅନେକ ଚାଷୀ ନେତା ଉପସ୍ଥିତ ରହି ନିରଞ୍ଜନ ସ୍ମରଣିକା କମିଟି ରେ ଆଇନଜୀବୀ ସିଦ୍ଧାର୍ଥ ନାୟକ ଅଧକ୍ଷ ନିର୍ମଳ ପ୍ରଧାନ, ଲିଙ୍ଗରାଜ ଆଜାଦ, ରଜତ କୁମାର ପ୍ରଧାନ, ଇନ୍ଦ୍ରଜିତ୍ ମହାଖୁଡ, ବୀରେନ୍ଦ୍ର ପ୍ରଧାନ, ଧୀରେଶୃର ଷଡଙ୍ଗୀ, ମନ୍ଥନ (ବୀହାର )ପ୍ରମୂଖ କମିଟିରେ ସଦସ୍ୟ ପଦରେ ରହିଛନ୍ତି । ଏହି ଶ୍ରଦ୍ଧାଞ୍ଜଳି ସଭାକୁ ଲିଙ୍ଗରାଜ ଆଜାଦ ଧନ୍ୟବାଦ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

