ନ୍ୟୁଜଗ୍ୟାଲେରି(ଉଦ୍ଧବ ପଣ୍ଡା) କଳାହାଣ୍ଡି, ମ. ରାମପୁର:ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ସେବା ଜଗତ ଓ ମୁରୁଗପା ଚେଟିଆର ରିସର୍ଚ୍ଚ ସେଣ୍ଟର ସହାୟତା ରେ ରଂଗାପଦର ସ୍ଥିତ ତାଲିମ କେନ୍ଦ୍ର ରେ ବାୟୋଚାର ଉତ୍ପାଦନ ଓ ଏହାର ବ୍ୟବହାର ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି।ଜମିରେ କମ ପରିମାଣରେ ରାସାୟନିକ ସାର ର ବ୍ୟବହାର କରି ,ବୟୋଚାର ଜୈବିକ ଖତ ର ବ୍ୟବହାର କରି ଜମି କୁ ଅଧିକ ଅମଳ କ୍ଷମ କରିବା ସହିତ ମାଟି କୁ ସୁସ୍ଥ ରଖିବା ପାଇଁ ଏକ ଉତ୍କୃଷ୍ଟ ଉପାୟ।
ଏଥି ସହିତ ମାଟିରେ ଜଳଧାରଣ ଶକ୍ତି କୁ ମଧ୍ୟ ବଡାଇଥାଏ।ଏହି କର୍ମଶାଳା ରେ ,କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ,ଯଥା, ୱାସାନ , ଦ ହ୍ୟୁମାନ ଡେଭଲପ ମେଣ୍ଟ, ଜନ ସାହାଯ୍ୟ, କାରାଡ଼ା, ତଥା ରିଣ୍ଡୋ ମାଝୀ ସେବା ଉତ୍ପାଦକସଂଘ, ଉର୍ଲଦାନି, ମାନିକେଶ୍ୱରୀ ଉତ୍ପାଦକ କମ୍ପାନୀ, ବାଲିପଡ଼ ର କର୍ମକର୍ତ୍ତା ଓ ଅଗ୍ରଣୀ ଚାଷୀ ସହିତ , ଉର୍ଲା ଦାନୀ ଗ୍ରାମ ପଞ୍ଚାୟତ ର ଆଗ୍ରହୀ ଚାଷୀ ମିଶି ମୋଟ ୭୬ ଜଣ ଅଂଶଗ୍ରହଣ କରି ଏହି କର୍ମଶାଳା ରେ ଉପସ୍ଥିତ ଥିଲେ। ମୁରୁଗପା ଚେଟି ଆର ରିସର୍ଚ୍ଚ ସେଣ୍ଟର ର ଜେମ୍ସ ରାଜା ନାରାୟଣ, ସି.ଏସ.ଜାଭିଆର ଯୄଦୟ ମେରୀ,ଉପସ୍ଥିତ ଥିବାବେଳେ ମୁଖ୍ୟ ଅତିଥି ୱାସନ ର ଜିତେନ୍ଦ୍ର ନାୟକ, ମ.ରାମପୁର ବ୍ଲକ ର ବ୍ଲକ ଟେକନିକାଲ ମେନେଜର ଧର୍ମସିଂ , ଉପସ୍ଥିତ ଥିବାବେଳେ ସେବାଜଗତ ଅନୁଷ୍ଠାନ ର ରୋଶନା ମହାନ୍ତି ଓ ସତ୍ୟନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

