ନ୍ୟୁଜଗ୍ୟାଲେରି(ଉଦ୍ଧବ ପଣ୍ଡା) କଳାହାଣ୍ଡି, ମ. ରାମପୁର:ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ ସେବା ଜଗତ ଓ ମୁରୁଗପା ଚେଟିଆର ରିସର୍ଚ୍ଚ ସେଣ୍ଟର ସହାୟତା ରେ ରଂଗାପଦର ସ୍ଥିତ ତାଲିମ କେନ୍ଦ୍ର ରେ ବାୟୋଚାର ଉତ୍ପାଦନ ଓ ଏହାର ବ୍ୟବହାର ସମ୍ପର୍କିତ କର୍ମଶାଳା ଆୟୋଜିତ ହୋଇଯାଇଛି।ଜମିରେ କମ ପରିମାଣରେ ରାସାୟନିକ ସାର ର ବ୍ୟବହାର କରି ,ବୟୋଚାର ଜୈବିକ ଖତ ର ବ୍ୟବହାର କରି ଜମି କୁ ଅଧିକ ଅମଳ କ୍ଷମ କରିବା ସହିତ ମାଟି କୁ ସୁସ୍ଥ ରଖିବା ପାଇଁ ଏକ ଉତ୍କୃଷ୍ଟ ଉପାୟ।
ଏଥି ସହିତ ମାଟିରେ ଜଳଧାରଣ ଶକ୍ତି କୁ ମଧ୍ୟ ବଡାଇଥାଏ।ଏହି କର୍ମଶାଳା ରେ ,କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ,ଯଥା, ୱାସାନ , ଦ ହ୍ୟୁମାନ ଡେଭଲପ ମେଣ୍ଟ, ଜନ ସାହାଯ୍ୟ, କାରାଡ଼ା, ତଥା ରିଣ୍ଡୋ ମାଝୀ ସେବା ଉତ୍ପାଦକସଂଘ, ଉର୍ଲଦାନି, ମାନିକେଶ୍ୱରୀ ଉତ୍ପାଦକ କମ୍ପାନୀ, ବାଲିପଡ଼ ର କର୍ମକର୍ତ୍ତା ଓ ଅଗ୍ରଣୀ ଚାଷୀ ସହିତ , ଉର୍ଲା ଦାନୀ ଗ୍ରାମ ପଞ୍ଚାୟତ ର ଆଗ୍ରହୀ ଚାଷୀ ମିଶି ମୋଟ ୭୬ ଜଣ ଅଂଶଗ୍ରହଣ କରି ଏହି କର୍ମଶାଳା ରେ ଉପସ୍ଥିତ ଥିଲେ। ମୁରୁଗପା ଚେଟି ଆର ରିସର୍ଚ୍ଚ ସେଣ୍ଟର ର ଜେମ୍ସ ରାଜା ନାରାୟଣ, ସି.ଏସ.ଜାଭିଆର ଯୄଦୟ ମେରୀ,ଉପସ୍ଥିତ ଥିବାବେଳେ ମୁଖ୍ୟ ଅତିଥି ୱାସନ ର ଜିତେନ୍ଦ୍ର ନାୟକ, ମ.ରାମପୁର ବ୍ଲକ ର ବ୍ଲକ ଟେକନିକାଲ ମେନେଜର ଧର୍ମସିଂ , ଉପସ୍ଥିତ ଥିବାବେଳେ ସେବାଜଗତ ଅନୁଷ୍ଠାନ ର ରୋଶନା ମହାନ୍ତି ଓ ସତ୍ୟନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

