ନ୍ୟୁଜଗ୍ୟାଲେରି, ଭବାନିପାଟଣା: ପରିବେଶ ସୁରକ୍ଷା, ସମ୍ବିଧାନିକ ଅଧିକାରର ସଂରକ୍ଷଣ ଏବଂ ଜନସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ଦାବିକୁ ସମର୍ଥନ ଜଣାଇ ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ସକାଳ ୮ ଘଣ୍ଟା ରୁ ଭବାନୀପାଟଣା ଗାନ୍ଧୀଛକଠାରେ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତ ରତ୍ନ ଡ଼. ବି. ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସେମାନଙ୍କ ଆଦର୍ଶ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ପରେ ଅହିଂସା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଆଧାର କରି ଉପବାସ ସତ୍ୟାଗ୍ରହର ଔପଚାରିକ ଶୁଭାରମ୍ଭ କରାଯାଇଥିଲା। ଏହି ଅବସରରେ ସଂଗଠନର ସଭାପତି ମନୀନ୍ଦ୍ର ମହାନ୍ତି, ସାଧାରଣ ସମ୍ପାଦକ ଅଗଷ୍ଟ ନାଏକ, ଉପସଭାପତି ପୀତବାସ ବେହେରା, ଉପସଭାପତି ଶିବ ସାହୁ, ପୂର୍ବତନ ଉପନଗରପାଳ ଆଦିତ୍ୟ ନନ୍ଦ,ବିକ୍ରମ କେଶରୀ ନାଏକ, ଶୁଭେନ୍ଦୁ ନିଆଲ,ମାନସ ସିନ୍ଦୁର,ରବୀନ୍ଦ୍ର ବେନିଆ, ଚିରଞ୍ଜିବି କରୁଅଁ, ବାବୁଲି ବାଗ, ପୁଷ୍ପେନ୍ଦୁ ନିଆଲ, ଦିଲୀପ ଖମରୀ ଓ ସଞ୍ଜୟ ନିହାଲ ପ୍ରମୁଖ ଉପବାସରେ ସାମିଲ ହୋଇ ଆନ୍ଦୋଳନର ଶୁଭାରମ୍ଭ କରିଥିଲେ।ବକ୍ତାମାନେ କହିଥିଲେ ଯେ ପରିବେଶ ସଂରକ୍ଷଣ, ସାମାଜିକ ନ୍ୟାୟ ଏବଂ ଗଣତାନ୍ତ୍ରିକ ଅଧିକାରର ସୁରକ୍ଷା ପାଇଁ ସୋନମ ୱାଞ୍ଚୁଙ୍କ ଅହିଂସାତ୍ମକ ଆନ୍ଦୋଳନ ଦେଶର ଯୁବପିଢ଼ି ପାଇଁ ପ୍ରେରଣାର ଉତ୍ସ। ତାଙ୍କ ଉଠାଇଥିବା ଦାବିଗୁଡ଼ିକ ପ୍ରତି କେନ୍ଦ୍ର ସରକାର ସକାରାତ୍ମକ ମନୋଭାବ ପ୍ରଦର୍ଶନ କରି ଆଲୋଚନା ମାଧ୍ୟମରେ ଶୀଘ୍ର ସମାଧାନର ପଥ ପ୍ରସ୍ତୁତ କରିବାକୁ ସେମାନେ ଆହ୍ୱାନ ଜଣାଇଥିଲେ। ଦିନବ୍ୟାପୀ ଚାଲିଥିବା ଏହି ଉପବାସ ସତ୍ୟାଗ୍ରହରେ ବହୁ ଯୁବକ, ସମାଜସେବୀ ଏବଂ ସଚେତନ ନାଗରିକ ଯୋଗଦେଇ ସୋନମ ୱାଞ୍ଚୁଙ୍କ ପ୍ରତି ନିଜର ଏକାତ୍ମତା ଓ ସମର୍ଥନ ପ୍ରକାଶ କରିଥିଲେ। ଆୟୋଜକମାନଙ୍କ କହିବା ଅନୁସାରେ, ଏହି ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ କାର୍ଯ୍ୟକ୍ରମ ସନ୍ଧ୍ୟା ୮ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଉକ୍ତ ଉପବାସ ସତ୍ୟାଗ୍ରହକୁ ସମର୍ଥନ ଜଣାଇ ସମାଜସେବୀ ହୃଷିକେଶ ଗାନ୍ଧୀ , କଳାହାଣ୍ଡି ସୁରକ୍ଷା ମଞ୍ଚ ସଭାପତି ସୁରେଶ ରାଓ,ଦଳିତ ଆଦିବାସୀ ମହାସଂଘର କାର୍ଯ୍ୟକାରୀ ସଭାପତି ଧର୍ମେନ୍ଦ୍ର ନାଏକ, ଆଇନଜୀବୀ ଦିବ୍ୟ ବହିଦାର ଓ ରାଜୀବ ସାତପଥୀ, ବରିଷ୍ଠ ନେତା ପ୍ରଦୀପ ମୁଣ୍ଡ,ସାମନ୍ତ ଖମାରି,ଦୀନେଶ ବଗର୍ତି,ତ୍ରିଲୋଚନ ପାଣିଗ୍ରାହୀ,ସଞ୍ଜୟ ସୁନାନୀ,ଚନ୍ଦ୍ରାଂଶୁ ମିଶ୍ର,ରିଙ୍କୁ ନାଏକ, ଯୁବ ନେତା ମହମ୍ମଦ ସାହେବ,ସୁତପା ବହିଦାର,ପ୍ରତିଭା ଚୌହାନ,ବର୍ଷା ସରାଫ,ଭବାନୀପାଟଣା ପୌରପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ବିଷ୍ଣୁ ପ୍ରଧାନ,ପୂର୍ବତନ ଉପନଗରପାଳ ସବିତା ପ୍ରଧାନ, କାଉନସିଲର କ୍ଷୀରସିନ୍ଧୁ ନାଏକ, ଜୟଶ୍ରୀ ଅଗ୍ରୱାଲ, ହାରାମଣି ଗଣ୍ଡ, ଗିରିଜା ଗହୀର,ଭୁବନେ ବାଗଙ୍କ ସମେତ ଅନେକ ଯୁବ, ଛାତ୍ର, ମହିଳା ଓ ବୁଦ୍ଧିଜୀବୀ ଉପସ୍ଥିତ ରହି ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜଣାଇଥିଲେ।ଆୟୋଜକମାନେ କହିଛନ୍ତି ଯେ, ଗଣତାନ୍ତ୍ରିକ ଓ ଅହିଂସାମୂଳକ ଆନ୍ଦୋଳନ ମାଧ୍ୟମରେ ପରିବେଶ ସୁରକ୍ଷା, ସାମାଜିକ ନ୍ୟାୟ ଏବଂ ଜନସ୍ୱାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗରେ ସାଧାରଣ ଜନତାଙ୍କ ସଚେତନତା ବୃଦ୍ଧି କରିବା ଏହି ସତ୍ୟାଗ୍ରହର ମୂଳ ଉଦ୍ଦେଶ୍ୟ।ସଂନ୍ଧ୍ୟା 8 ଘଣ୍ଟା ସମୟରେ ପୂର୍ବତନ ଓକିଲ ସଙ୍ଘ ସଭାପତି ସୁବ୍ରତ ବହିଦାର, ଓ ନର୍ଲା ବିଧାୟିକା ପ୍ରତିନିଧି ଫଳରସ ପିଆଇ ଅନଶନ କାରୀଙ୍କ ସତ୍ୟାଗ୍ରହ ଭଙ୍ଗ କରାଇଥିଲେ
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

