ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ପ୍ରତିବାଦରେ ରାଜ୍ୟ ର ପ୍ରତେକ ଜିଲ୍ଲା ରେ କଂଗ୍ରେସ ପାର୍ଟି ବିକ୍ଷୋଭ ପ୍ରଦର୍ଶନ କରି ବିଜେପି ସରକାର ରାଜ୍ୟରେ ଦାୟିତ୍ୱ ନେବା ପରେ ରାଜ୍ୟରେ ମହିଳା ମାନେ ଅସୁରକ୍ଷିତ ଅଛନ୍ତି। ବହୁ ସଂଖ୍ୟାରେ ମହିଳା ଧର୍ଷଣ, ହତ୍ୟା ଆଦି ବୃଦ୍ଧି ପାଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି।
ପ୍ରଥମେ ଭବାନୀପାଟଣା ବୁସଷ୍ଟାଣ୍ଡ ରୁ ଏକ ରେଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଯନ୍ତ ଆସି ରାଜ୍ୟ ସରକାରଙ୍କୁ ଉପରେ ଗର୍ଜନ କରିଥିଲେ। ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତଚାରଣ ଦାସ ଙ୍କ ଆହ୍ୱାନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ଭାରତ ବେମାଲଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ସୁକାନ୍ତି ସରାଫ,ମନ୍ଦାକିନୀ ବଣୁଆ, ଧନୁର୍ଦ୍ଧର ଗହୀର, ମହମ୍ମଦ ସାହେବ,ଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇ ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ।
Latest entries
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ
ଜିଲ୍ଲା ଖବରSeptember 5, 2026ସରକାରଙ୍କ ସିଏମ୍ କିସାନ
ଜିଲ୍ଲା ଖବରSeptember 2, 2026ସପ୍ତମ ଭବାନୀପାଟଣା ଟାଉନ ଫୁଟବଲ୍ ଲିଗ୍ ଟୁର୍ଣ୍ଣାମେନ୍ଟ ଉଦଜାପିତ
ଜିଲ୍ଲା ଖବରAugust 29, 2026ବିଶ୍ୱ ସଂସ୍କୃତ ଦିବସ ଓ ମେହେର ଜୟନ୍ତୀ ପାଳିତ

