ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଲକ୍ଷପତି ଦିଦି କାର୍ଯ୍ୟକ୍ରମ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓଡିଶା ଜୀବିକା ମିଶନ, ମିଶନ ଶକ୍ତି ବିଭାଗ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମହିଳା ଉଦ୍ୟୋଗ ବିକାଶ ବାର୍ତ୍ତା ସହ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ।ଓଡିଶା ଜୀବିକା ମିଶନ ର ଜିଲ୍ଲର ପ୍ରକଳ୍ପ ପରିଚାଳକ ଚନ୍ଦନ କୁମାର ବେହେରା ସମସ୍ତ ଙ୍କୁ ସ୍ୱାଗତ କରିବା ସହିତ ଲକ୍ଷପତି ଦିଦି କାର୍ଯ୍ୟକ୍ରମ ର ମୁଳ ଉଦ୍ଦେଶ୍ୟ, ମହିଳା ମାନଙ୍କ ସାମାଜିକ, ଆର୍ଥିକ ସଶକ୍ତିକରଣ ବିକାଶ ସହ ମହିଳା ମାନଙ୍କୁ ଉଦ୍ୟୋଗୀ ଭାବେ ବିକଶିତ କରି ସ୍ୱାବଲମ୍ବୀ କରିବା ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।
ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୟାମୟ ପାଢ଼ୀ କଳାହାଣ୍ଡି ଜିଲ୍ଲା ରେ ଲକ୍ଷପତି କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ବନ୍ଧ ରେ ସୂଚନା ଦେବା ସହ ଲକ୍ଷପତି ଦିଦି ବିକାଶ ନିମନ୍ତେ ମହିଳା ମାନଙ୍କ ତାଲିମ୍, ସରକାରଙ୍କ ବିଭିର୍ଣ୍ଣ ଯୋଜନା ବିଷୟରେ କହିଥିଲେ । ମୁଖ୍ୟଅତିଥି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ମହିଳା ମାନଙ୍କୁ ଲକ୍ଷପତି ଦିଦି ବିକାଶ ଯୋଜନା ରେ ସାମିଲ ହେବା ପାଇଁ ସରକାରଙ୍କ ପଦକ୍ଷେପ, ଜୀବିକା ର ବିକାଶ ବିଷୟରେ ଆହ୍ୱାନ ଦେଇଥିଲେ ଓ ଜିଲ୍ଲା ର ୧୩ ଟି ବ୍ଲକ ରୁ ୧୩ ଜଣ ଲକ୍ଷପତି ସହାୟିକା ଦିଦି ମାନଙ୍କୁ ସେମାନଙ୍କ କଠିନ ପରିଶ୍ରମ,ସଫଳତା, ଦୃଢ ଇଛାଶକ୍ତି ପାଇଁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ | ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ମଳୟ କୁମାର ପରିଡା କୃଷି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହିଳା ମାନଙ୍କ ପାଇଁ ବିଭିର୍ନ ଯୋଜନା ଯଥା ଶ୍ରୀ ଅର୍ଣ୍ଣ ଯୋଜନା, କୃଷି ଯନ୍ତ୍ରପାତି, ପ୍ରାକୃତିକ କୃଷି ପ୍ରଭୃତି ସେମାନଙ୍କୁ ଲକ୍ଷପତି କରିବା ପାଇଁ କିପରି ସହାୟକ ହୋଇ ପାରିବ, ସେ ବିଷୟରେ ଉପସ୍ଥାପନା କରିଥିଲେ| ଜିଲ୍ଲା ମୁଖ୍ୟ ଉଦ୍ୟାନ ଅଧିକାରୀ ଵିଷ୍ଣୁ ପ୍ରସାଦ ସିଂ ମହିଳା ଲକ୍ଷପତି ଦିଦି ମାନଙ୍କୁ ଜୈବିକ କୃଷି,ଛତୁ ଚାଷ, ବୁନ୍ଦା ଜଳ ସେଚନ, ତୈଳବୀଜ ଉଦ୍ୟାନ କୃଷି ଯୋଜନା ମହିଳା ମାନଙ୍କୁ କିଭଳି ଲକ୍ଷପତି କରାଇବାରେ ସହାୟକ ହେବା ବୋଲି ବକ୍ତବ୍ୟ ରଖିଥିଲେ |ଜିଲ୍ଲା ମଛ୍ୟସମ୍ପଦ ଅଧିକାରୀ ସୁଶ୍ରୀ ଦ୍ରୌପଦୀ ମାଝୀ ସରକାରଙ୍କ ମାଛ ଚାଷ ଯୋଜନା ବିଷୟରେ ଅବଗତ କରାଇଥିଲେ । ଡା. ନିରୋଦ କହଁର, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ପ୍ରାଣୀ ସମ୍ପଦ ବିଭାଗ ଦ୍ୱାରା ପରିଚାଳିତ ଯୋଜନା ଯଥା ୩୦+୧ ମଡେଲ, ୧୦+୧ ମଡେଲ ଛେଳି ଚାଷ, ୫୦୦ ବ୍ରାଏଲର କୁକୁଡ଼ା, ଦେଶୀ କୁକୁଡ଼ା ଚାଷ, ଗୋଖାଦ୍ୟ ପାଇଁ ଘାସ ଚାଷ ଇତ୍ୟାଦି ଯୋଜନା ମହିଳା ମାନଙ୍କୁ ଲକ୍ଷପତି ହେବାରେ ସହାୟକ ହୋଇପାରିବ ବୋଲି ଉପସ୍ଥାପନା କରିଥିଲେ ।
Latest entries
ଜିଲ୍ଲା ଖବରJuly 29, 2026ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ
ଜିଲ୍ଲା ଖବରJuly 29, 2026ପୂର୍ବତନ ମନ୍ତ୍ରୀ ଦିବଂଗତ ସୁଶାନ୍ତ ସିଂହଙ୍କ ବିୟୋଗରେ ବିଜୁ ଜନତା ଦଳ କଳାହାଣ୍ଡି ପକ୍ଷରୁ ଶୋକସଭା
ଜିଲ୍ଲା ଖବରJuly 27, 2026କର୍ଲାଗୁଡା ସ୍କୁଲରେ ଶିକ୍ଷକ ମନଇଚ୍ଛା ଆସିବା ପ୍ରସଙ୍ଗ ହେଉନି କାର୍ଯ୍ୟାନୁଷ୍ଠାନ
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ

