ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା ପୌରପାଳିକା ଆନୁକୁଲ୍ୟରେ ଟାଉନ ହଲ, ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି କଳାହାଣ୍ଡି ସାଂସଦ ମାଳବିକା ଦେବୀ, ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ, ଚିନ୍ମୟ କୁମାର ନାୟକ, ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଏହି ଶୁଭାବସରରେ ସମସ୍ତଙ୍କର ଉପସ୍ଥିତି ଏକ ଆନନ୍ଦମୟ ବାତାବରଣ ସୃଷ୍ଟି କରିଥିଲା ଏବଂ ସକାଳ ସମୟରେ ସମସ୍ତ ମହାପୁରୁଷଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପୌରପାଳିକା କାର୍ଯ୍ୟାଳୟ ପ୍ରାଙ୍ଗଣରେ ନଗରପାଳଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ସାଧାରଣ ସଭା ସମ୍ବର୍ଦ୍ଧନା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟତଃ ସଚେତନତା ରାଲି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କ୍ରୀଡା କାର୍ଯ୍ୟକ୍ରମ ଭଳି ସାର୍ବଜନୀନ କାର୍ଯ୍ୟକଳାପ ସହିତ ସାର୍ବଜନୀନ ସେବାରେ ଉନ୍ନତି ଆଣିବା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା, ନାଗରିକଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପ୍ରଦାୟ ପାଇଁ ଏକ ଉତ୍ତମ ପରିବେଶ ନିର୍ମାଣ କରିବା ହେଉଛି ମୂଳଲକ୍ଷ୍ୟ ବୋଲି ଅତିଥି ଅଭିଭାଷଣ ରଖିଥିଲେ। ବିଷ୍ଣୁ ପ୍ରଧାନ ନଗରପାଳ, ସମସ୍ତ ପରିଷଦ ବୃନ୍ଦ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରAugust 22, 2026ଭବାନୀପାଟଣା ଟାଉନ ଫୁଟବଲ ଲିଗ ଉଦଘାଟିତ
ଜିଲ୍ଲା ଖବରAugust 21, 2026ହାଇଦ୍ରାବାଦରୁ ଟିକେଟ୍ କାଟି ଅଧା ରାସ୍ତାରେ ଫସିଲେ ଯାତ୍ରୀ ଘରୋଇ ବସର ଦାଦାଗିରି
ଜିଲ୍ଲା ଖବରAugust 20, 2026ପୂର୍ବତନ ଲାଞ୍ଜିଗଡ଼ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଜିଲ୍ଲା ଖବରAugust 20, 2026ଲଳିତ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

