ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା ପୌରପାଳିକା ଆନୁକୁଲ୍ୟରେ ଟାଉନ ହଲ, ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ହୋଇଯାଇଛି।ଏହି ଉତ୍ସବରେ ମୁଖ୍ୟ ଅତିଥି କଳାହାଣ୍ଡି ସାଂସଦ ମାଳବିକା ଦେବୀ, ତନ୍ମୟ କୁମାର ଦରୱାନ,ଅତିରିକ୍ତ ଜିଲ୍ଲାପାଳ, ଚିନ୍ମୟ କୁମାର ନାୟକ, ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଏହି ଶୁଭାବସରରେ ସମସ୍ତଙ୍କର ଉପସ୍ଥିତି ଏକ ଆନନ୍ଦମୟ ବାତାବରଣ ସୃଷ୍ଟି କରିଥିଲା ଏବଂ ସକାଳ ସମୟରେ ସମସ୍ତ ମହାପୁରୁଷଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ପୌରପାଳିକା କାର୍ଯ୍ୟାଳୟ ପ୍ରାଙ୍ଗଣରେ ନଗରପାଳଙ୍କ ଦ୍ବାରା ଜାତୀୟ ପତାକା ଉତ୍ତୋଳନ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।
କାର୍ଯ୍ୟକ୍ରମରେ ସାଧାରଣ ସଭା ସମ୍ବର୍ଦ୍ଧନା କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରାୟତଃ ସଚେତନତା ରାଲି, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ କ୍ରୀଡା କାର୍ଯ୍ୟକ୍ରମ ଭଳି ସାର୍ବଜନୀନ କାର୍ଯ୍ୟକଳାପ ସହିତ ସାର୍ବଜନୀନ ସେବାରେ ଉନ୍ନତି ଆଣିବା, ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା, ନାଗରିକଙ୍କ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଏବଂ ସମ୍ପ୍ରଦାୟ ପାଇଁ ଏକ ଉତ୍ତମ ପରିବେଶ ନିର୍ମାଣ କରିବା ହେଉଛି ମୂଳଲକ୍ଷ୍ୟ ବୋଲି ଅତିଥି ଅଭିଭାଷଣ ରଖିଥିଲେ। ବିଷ୍ଣୁ ପ୍ରଧାନ ନଗରପାଳ, ସମସ୍ତ ପରିଷଦ ବୃନ୍ଦ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।
Latest entries
ଜିଲ୍ଲା ଖବରJanuary 7, 2026ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରJanuary 5, 2026ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଦ୍ଵିତୀୟ ଦିବସ
ଜିଲ୍ଲା ଖବରJanuary 5, 2026ଭାରତୀୟ ଜନତା ପାର୍ଟି ର ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
ଜିଲ୍ଲା ଖବରJanuary 4, 2026କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ

