ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ଟାଉନ ଥାନାରେ ନୂତନ ଭାବେ ଯୋଗଦେଇଛନ୍ତି ଥାନା ଅଧିକାରୀ ପ୍ରଦୁନ୍ମ ମହାପାତ୍ର। ଶ୍ରୀ ମହାପାତ୍ର ଏହା ପୂର୍ବରୁ କେସିଙ୍ଗା ଥାନାରେ କାର୍ଯ୍ୟରତ ଥିଲେ। ତେବେ ସେ ଭବାନୀପାଟଣା ଟାଉନ ଥାନାରେ ଯୋଗଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଉଛି।
ଆଜି ଏହି ପରିପ୍ରେକ୍ଷୀରେ ବିଜେଡି ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାୟକ,ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଅମିତ ଯାଦବ, କାଉନସିଲର ଭୁବନେ ବାଗ, କାଉନସିଲର ଶିବା ସାହୁ, ବିଜେଡି ଛାତ୍ର ନଗର ସଭାପତି ଯୁବ ନେତା ନବୀନ ନାୟକ, ତପନ ମୁଣ୍ଡ , ସମାଜସେବୀ ଓମ ରାଉତ ଯୁବ ନେତା ଗୌରବ ଦୁର୍ଗ, ଯୁବ ନେତା ଶୁଭମ୍ ଦୂର୍ଗା, ରଘୁବୀର ନିଆଲ, ମାନସ ସିନ୍ଦୁର ଯୁବ ନେତା ଜାଗା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀ ମହାପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ସହରରେ ଚାଲିଥିବା ଚୋରୀ, ଡକାୟତ, ନିଶାଖୋର ଲୋକମାନଙ୍କୁ କବଜାକୁ ଆଣିବା ସହିତ ଦ୍ରୁତ ଗତିରେ ଗାଡି ଚଳାଉଥିବା ଚାଳକଙ୍କୁ ଧରିବା ଏବଂ ସହରରେ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।
Latest entries
ଜିଲ୍ଲା ଖବରJanuary 7, 2026ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରJanuary 5, 2026ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଦ୍ଵିତୀୟ ଦିବସ
ଜିଲ୍ଲା ଖବରJanuary 5, 2026ଭାରତୀୟ ଜନତା ପାର୍ଟି ର ଟିପିଗୁଡା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ବୈଠକ
ଜିଲ୍ଲା ଖବରJanuary 4, 2026କଳାହାଣ୍ଡି ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଘାଟିତ


