ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: ଭବାନୀପାଟଣା ଟାଉନ ଥାନାରେ ନୂତନ ଭାବେ ଯୋଗଦେଇଛନ୍ତି ଥାନା ଅଧିକାରୀ ପ୍ରଦୁନ୍ମ ମହାପାତ୍ର। ଶ୍ରୀ ମହାପାତ୍ର ଏହା ପୂର୍ବରୁ କେସିଙ୍ଗା ଥାନାରେ କାର୍ଯ୍ୟରତ ଥିଲେ। ତେବେ ସେ ଭବାନୀପାଟଣା ଟାଉନ ଥାନାରେ ଯୋଗଦେବା ପରେ ତାଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଉଛି।
ଆଜି ଏହି ପରିପ୍ରେକ୍ଷୀରେ ବିଜେଡି ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାୟକ,ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ଅମିତ ଯାଦବ, କାଉନସିଲର ଭୁବନେ ବାଗ, କାଉନସିଲର ଶିବା ସାହୁ, ବିଜେଡି ଛାତ୍ର ନଗର ସଭାପତି ଯୁବ ନେତା ନବୀନ ନାୟକ, ତପନ ମୁଣ୍ଡ , ସମାଜସେବୀ ଓମ ରାଉତ ଯୁବ ନେତା ଗୌରବ ଦୁର୍ଗ, ଯୁବ ନେତା ଶୁଭମ୍ ଦୂର୍ଗା, ରଘୁବୀର ନିଆଲ, ମାନସ ସିନ୍ଦୁର ଯୁବ ନେତା ଜାଗା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଯୋଗ ଦେଇଥିବା ଥାନା ଅଧିକାରୀ ଶ୍ରୀ ମହାପାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ସହରରେ ଚାଲିଥିବା ଚୋରୀ, ଡକାୟତ, ନିଶାଖୋର ଲୋକମାନଙ୍କୁ କବଜାକୁ ଆଣିବା ସହିତ ଦ୍ରୁତ ଗତିରେ ଗାଡି ଚଳାଉଥିବା ଚାଳକଙ୍କୁ ଧରିବା ଏବଂ ସହରରେ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି।
Latest entries
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ
ଜିଲ୍ଲା ଖବରOctober 6, 2026ସେବା ସଂକଳ୍ପ ଅଭିଯାନ ୨୦୨୬ ଅବସରରେ “ନମୋ ସେବା ଗାଥା” ଅନ୍ତର୍ଗତ ପଥପ୍ରାନ୍ତ ନାଟକ ଅନୁଷ୍ଠିତ
ଜିଲ୍ଲା ଖବରOctober 6, 2026ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର
ଜିଲ୍ଲା ଖବରOctober 4, 2026ଆସନ୍ତା ଅକ୍ଟୋବର ୮ ତାରିଖରେ ଓଡ଼ିଶା ବନ୍ଦ


