ନ୍ୟୁଜ ଗ୍ୟାଲେରି, କୋକସରା: କଳାହାଣ୍ଡି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଏକ ପ୍ରକାର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଭାଙ୍ଗି ଉପରେ ପାଣି ପ୍ରବାହିତ ହେଉଛି। ତେବେ କୋକସରା ବ୍ଳକର ମୋଟେର ଲଡୁଗାଁ ଭାୟା ଦେଇ ବାନେର କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ଅଧିନରେ ଥିବା ରାସ୍ତାର ଲଡୁଗାଁ କମଳ ଜୋର ନିକଟରେ ପ୍ରାୟ ତିନି ଫୁଟ ପାଣି ଚାଲିଥିବା ଯୋଗୁଁ ଜୟପାଟଣା କୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।
ସୂଚନା ଯେ’ କୋକସରା ବ୍ଲକ ରୁ ଜୟପାଟଣା ବ୍ଲକ କୁ ସଂଯୋଗ କରୁଥିବା ମୋଟେର, ଲଡୁଗାଁ ଭାୟା ବାନେର ରାସ୍ତା ଦୀର୍ଘ ଦୁଇ ବର୍ଷ ହେଲା ପୂର୍ତ୍ତ ବିଭାଗ ଦ୍ୱାରା କାମ ଜାରି ରହିଛି। ହେଲେ ଠିକାସଂସ୍ଥାର ଅବହେଳା ଓ ମନ୍ଥର କାର୍ଯ୍ୟ ଯୋଗୁଁ ଲଡୁଗାଁ ଗାଁ ମୁଣ୍ଡରେ ଥିବା କମଲ ଯୋର ନିକଟରେ ତିଆରି ହେଉଥିବା ବ୍ରିଜ୍ କାମ ସରି ପାରୁ ନାହିଁ। ଅନ୍ୟପଟେ ସେଠାରେ ଲୋକଙ୍କ ଯିବା ଆସିବା ପାଇଁ ତିଆରି କରାଯାଇଥିବା ଆପ୍ରୋଚ୍ ରାସ୍ତା ମଧ୍ୟ ଠିକ୍ ହିସାବରେ କରାଯାଇ ନଥିବାରୁ ଦୁଇ ଦିନ ତଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଏହି ନାଳାରେ ପ୍ରାୟ ୩ ଫୁଟ ପାଣି ପ୍ରବାହିତ ହେଉଛି। ଯାହା ଫଳରେ ଲଡୁଗାଁରୁ ଜୟପାଟଣା ଏହି ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଲଡୁଗାଁ ଏକ ବ୍ୟବସାୟିକ କେନ୍ଦ୍ର ସ୍ଥଳୀ ହୋଇଥିବାରୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକଙ୍କ ମଧ୍ୟରୁ କିଛି ଲୋକ ଫେରି ଯିବା ସହିତ ଅଯଥାରେ ୧୦ କିଲୋମିଟର ବୁଲି କାର୍ଯ୍ୟ ସମ୍ପାଦନ କରୁଥିବା ଅଭିଯୋଗ ରହିଛି। ବିଭାଗୀୟ କର୍ମଚାରୀଙ୍କ ଅଣଦେଖା ଓ ଠିକାସଂସ୍ଥାର ମନମାନି ଯୋଗୁଁ ଅଞ୍ଚଳର ଜନସାଧାରଣ ସମେତ ସ୍ଥାନୀୟ ଚାଷୀ ମାନେ କ୍ଷୋଭ ପ୍ରକାଶ କରିଛନ୍ତି। ତେବେ ଠିକା ସଂସ୍ଥା ପକ୍ଷରୁ ଲୋକଙ୍କ ସୁବିଧା ନିମନ୍ତେ ବ୍ରିଜ୍ କାମ ନ ସରିବା ପର୍ଯ୍ୟନ୍ତ ଆପ୍ରୋଚ୍ ରାସ୍ତା ଟି ଠିକ୍ କରିବା ପାଇଁ ଦାବି ଉଠିଥିବା ବେଳେ ମନ୍ଥର ନିର୍ମାଣ କାର୍ଯ୍ୟ କୁ ନେଇ ଜନ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

