ନ୍ୟୁଜଗ୍ୟାଲେରି,ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା, ବ୍ଲକ ଓ ନଗର କମିଟିର ସମୀକ୍ଷା ବୈଠକ ଜିଲ୍ଲା ସଭାପତି ଜଳନ୍ଧର ନାଏକଙ୍କ ଅଧ୍ଯକ୍ଷତାରେ ଭବାନୀପାଟଣା ସ୍ଥିତ ଟାଉନହ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଶ୍ରୀକୃଷ୍ଣ ନଗର ଠାରୁ କଂଗ୍ରେସ କମିଟି ସମ୍ପାଦକ ତଥା ସହ ପ୍ରଭାରୀ ଜେଟି କୁସୁମ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଏକ ବାଇକ ରେଲି କରି ଅତିଥିମାନଙ୍କୁ ଟାଉନହଲ୍ ପର୍ଯ୍ୟନ୍ତ ଅଣାଯାଇଥିଲା। ବୈଠକକୁ
ଜିଲ୍ଲା ସାଧାରଣ ସଂପାଦକ ନିମାଞ୍ଚଳ ନାଏକ ମଞ୍ଚ ପରିଚାଳନା କରିଥିବା ବେଳେ ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ତଥା ରାଜ୍ୟ ସହ ପ୍ରଭାରୀ ଜେଟି କୁସୁମ କୁମାର ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ କଂଗ୍ରେସ କର୍ମୀମାନଙ୍କୁ ଏକଜୁଟ୍ ହୋଇ କାମ କରିବା ସହ ଆଗାମୀ ୨୦୨୯ରେ ଦେଶରେ ଓ ରାଜ୍ଯରେ କଂଗ୍ରେସ ସରକାର ଯେପରି ଗଠନ କରାଯାଇପାରିବ ସେଥି ପାଇଁ କର୍ମୀ ମାନଙ୍କୁ ଗୁରୁ ମନ୍ତ୍ର ଦେଇଥିଲେ।
ବିଜେପି ସରକାର ବିହାର ଓ ପଞ୍ଚିମବଙ୍ଗରେ ଯେପରି ଏସ୍ ଆଇ ଆର୍ ମାଧ୍ୟମରେ ଭୋଟ୍ ଚୋରି କଲା ଏବେ ଓଡିଶାରେ ମଧ୍ଯ ଏସ୍ ଆଇ ଆର୍ ମାଧ୍ୟମରେ ଭୋଟ୍ ଚୋରି କରିବା ଚକ୍ରାନ୍ତ ଚାଲିଛି। ତେଣୁ କର୍ମୀମାନେ ବୁଥ୍ ସ୍ତରରୁ ସତର୍କ ହେବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲା ପରିଷଦ ସଦସ୍ଯ ସୁରେଶ ଚୌଧୁରୀ କହିଥିଲେ ଡବଲ ଇଞ୍ଜିନ ସରକାର ସବୁଥିରେ ବିଫଳ ହୋଇଛି। ତେଣୁ ଡବଲ ଇଞ୍ଜିନ ନୁହଁ କଂଗ୍ରେସ ହିଁ ବିକଳ୍ପ ବୋଲି ଲୋକଙ୍କ ନିକଟତର ହେବାକୁ କହିଥିଲେ। ଏହି ସମୀକ୍ଷା ବୈଠକରେ ପର୍ଯ୍ଯବେକ୍ଷକ ଫକୀର ଜଗତ, ଅଖିଳ ଭାତ୍ରା ସମେତ ପୁର୍ବତନ ବିଧାୟକ ଭାରତ ଭୂଷଣ ବେମାଲ, ମହିଳା ସଭାନେତ୍ରୀ ପ୍ରଗତୀ ନାଏକ, ମୂରଲୀ ନାଏକ, ଦ୍ରୌପଦୀ ମାଝୀ, ପ୍ରେମଲାଲ ସାଗର, ମହମ୍ମଦ ସାହେବ ,ଇନ୍ଦ୍ରଜୀତ ମହାଖୁଡ, ସୁବାସ ପ୍ରଧାନ ପ୍ରମୁଖ ନିଜ ମତ ବ୍ୟକ୍ତ କରିଥିଲେ । ଅନ୍ଯମାନଙ୍କ ମଧ୍ଯରେ ବରିଷ୍ଠ କଂଗ୍ରେସ ନେତା ଉତ୍ସବ ସାହୁ, ପୁର୍ବତନ ସଭାପତି ଜୟଦେବ ନାଏକ, ଧନୁର୍ଦ୍ଧର ଗହିର, ସୁଦର୍ଶନ ବିଶ୍ୱାଳ, ଲିଙ୍ଗରାଜ ନାଏକ, ଗଣପତି ନାଏକ, ମାଣିକ୍ୟ ସୁନା, ସରୋଜ ବାଗ, ସିଦ୍ଧାର୍ଥ ନାୟକ, ସନ୍ତୋଷ ପଣ୍ଡା, ମିଡିଆ ସେଲ୍ ଜିଲ୍ଲା ସଂଯୋଜକ ସନ୍ତୋଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

