ନ୍ୟୁଜ୍ ଗ୍ୟାଲେରୀ,ଧର୍ମଗଡ/ ବେହେରା: (ଭୂପେଶ ତିୱାରୀ)
କଳାହାଣ୍ଡି ଜିଲ୍ଲାର ଧର୍ମଗଡ ବ୍ଲକ ବେହେରା ଗ୍ରାମର ମେଧାବୀ ଛାତ୍ର ଚେତନ ଅଗ୍ରୱାଲ ଚଳିତ ବର୍ଷ ଜେଇଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଜେଇଇ ମେନ୍ସ ପରୀକ୍ଷାରେ ସେ ୯୯.୪ ପର୍ସେଣ୍ଟାଇଲ ହାସଲ କରିଥିବାବେଳେ ଜେଇଇ ଆଡଭାନ୍ସଡ୍ରେ ଅଲ୍ ଇଣ୍ଡିଆ ର୍ୟାଙ୍କ (AIR) ୩୫୦୧ ଅଧିକାର କରିଛନ୍ତି।ଚେତନଙ୍କ ପିତା ବିକାଶ ଅଗ୍ରୱାଲ ଜଣେ ଟ୍ୟାକ୍ସ କନସଲଟାଣ୍ଟ ଓ ମାତା ଜ୍ୟୋତି ଅଗ୍ରୱାଲ ଗୃହିଣୀ।
ସେ ଦଶମ ଶ୍ରେଣୀର ଶିକ୍ଷା ପାର୍ଲାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରୁ ସମ୍ପୂର୍ଣ୍ଣ କରିଥିବାବେଳେ ଯୁକ୍ତ ଦୁଇ ବିଜ୍ଞାନ ଶିକ୍ଷା ଭବାନୀପାଟଣାର ହାଇ-ଟେକ୍ ପବ୍ଲିକ ସ୍କୁଲରେ ଗ୍ରହଣ କରିଥିଲେ।
ନିୟମିତ ଅଧ୍ୟୟନ, କଠିନ ପରିଶ୍ରମ ଓ ଦୃଢ଼ ଲକ୍ଷ୍ୟ ଯୋଗୁଁ ସେ ଏହି ସଫଳତା ହାସଲ କରିପାରିଛନ୍ତି। ଭବିଷ୍ୟତରେ ଭାରତୀୟ ପ୍ରଯୁକ୍ତି ବିଦ୍ୟାଳୟ (IIT)ରେ ଉଚ୍ଚଶିକ୍ଷା ଗ୍ରହଣ କରି ଜଣେ ସଫଳ ଇଞ୍ଜିନିୟର ହେବା ତାଙ୍କର ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଛନ୍ତି।
ଚେତନଙ୍କ ଏହି କୃତିତ୍ୱ ପାଇଁ ଅଭିଭାବକ, ଶିକ୍ଷକ ଏବଂ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

