ନ୍ୟୁଜ ଗ୍ୟାଲେରି, ଭବାନୀପାଟଣା: କଳାହାଣ୍ଡିର ଲୋକ କଳା, ଲୋକ ସଂସ୍କୃତିର ମହାକୁମ୍ଭ ହେଉଛି କଳାହାଣ୍ଡି ଉତ୍ସବ ଘୁମୁରା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ କଳାହାଣ୍ଡିଆ ସ୍ୱାଭିମାନ ଆଗରେ ରହିଛି ଓ ଯୁଗେ ଯୁଗେ ବଜାୟ ରହିବ। ଜିଲ୍ଲାର ଏ ଉତ୍ସବ ମହାପର୍ବରେ ପରିଣତ ହୋଇଥିବାବେଳେ ୨୮ ବର୍ଷରେ ପହଞ୍ଚିଥିବା ଏହି ଉତ୍ସବ ଅନ୍ୟ ଜିଲ୍ଲାର ଲୋକ ଉତ୍ସବ ଆୟୋଜନ ପାଇଁ ପ୍ରେରଣା ଯୋଗାଇଛି ବୋଲି କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଅବସରରେ ଅତିଥିମାନେ କହିଛନ୍ତି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଜିଲ୍ଲାପାଳ ସ୍ୱାଗତ ଅଭିଭାଷଣ ଓ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କୃତୀତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଜିଲ୍ଲାସ୍ତରୀୟ କବି ସମ୍ମିଳନୀର ମୁଖପତ୍ର ‘ନିଶାନ’ ଓ କବି ବିରଞ୍ଚି ନାରାୟଣ ମୁଣ୍ଡଙ୍କ ‘କଳାହାଣ୍ଡିଆ ବର୍ଣ୍ଣବୋଧ’ ଉନ୍ମୋଚିତ ହୋଇଥିଲା।ପରେ ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା। ଶେଷରେ ଦିପ୍ତୀରେଖା ପାଢୀ ଓ ସାଥୀଙ୍କ ଦ୍ୱାରା ଷ୍ଟାର ନାଇଟ କାର୍ଯ୍ୟକ୍ରମକୁ ଲକ୍ଷାଧିକ ଦର୍ଶକ ବିଳମ୍ବିତ ରାତିଯାଏଁ ଉପଭୋଗ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

