ନ୍ୟୁଜଗ୍ୟାଲେରି,ରାୟଗଡା:(ସୁଶାନ୍ତ କୁମାର ମିଶ୍ର)ରାୟଗଡା ଜିଲ୍ଲାୱାର୍ଡ଼ ନମ୍ୱର୍ ୨୦ ,ବୁଥ ସଂଖ୍ୟା ୨୦୨ ଠାରେ ବୁଥ ସଭାପତି ବିଷ୍ଣୁ ଚରଣ ଜେନା ଙ୍କ ନେତୃତ୍ୱ ରେ ମାନବ ସମାଜର ଆଦର୍ଶ,ମାର୍ଗ ଦର୍ଶକ,ଏକାତ୍ମ ମାନବବାଦ ଏବଂ ଅନ୍ତୋର୍ଦୟ ର ପ୍ରଣେତା ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କାର୍ଯ୍ୟକ୍ରମ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମ ରେ ନଗର ସଧାରଣ ସମ୍ପାଦିକା ଝରଣା ମହାନ୍ତି, ପୁର୍ବତନ ଯୁବ ମୋର୍ଚ୍ଚା ସଭାପତି ରାଜେଶ ପାଣିଗ୍ରାହି, ପୁର୍ବତନ ନଗର ସଧାରଣ ସମ୍ପାଦକ ସୁଶାନ୍ତ ମିଶ୍ର ଏବଂ ବୁଥ କାର୍ଯ୍ୟକର୍ତ୍ତା ରାକେଶ କୁମାର ପାଢ଼ୀ, ଜନ୍ମେଜୟ ମହାରଣା, ଆଲୋକ ବିଶୋଇ, ସୁରୋଜ ମହାରଣା, ସୁକାନ୍ତି ପାଣି ଏବଂ ଜନସାଧାରଣ ଉପସ୍ଥିତ ରହି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

