ନ୍ୟୁଜଗ୍ୟାଲେରି, ଭବାନୀପାଟଣା:(ସନ୍ତୋଷ ପ୍ରଧାନ)କେନ୍ଦ୍ରସରକାର କର୍ମଚାରୀ ଙ୍କ ନିମନ୍ତେ ୟୁନିଫାଏଡ ପେନସନ ସ୍କିମ ଘୋଷଣା କରିବା ପରେ ଦେଶରେ କର୍ମଚାରୀଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏହି ପରିପ୍ରେକ୍ଷୀରେ ଦେଶରେ ସମସ୍ତ କେନ୍ଦ୍ର, ରାଜ୍ୟ ସରକାରୀ କର୍ମଚାରୀ ସମସ୍ତ ଜିଲ୍ଲାପାଳଙ୍କ ଜରୀଆରେ ଦାବିପତ୍ର ପ୍ରଦାନ କରାଯାଇଛି । କଳାହାଣ୍ଡି ଏନଏମ ଓ ପିଏସ ଶାଖା ତରଫରୁ ସଭାପତି ସାମନ୍ତ କୁମାର ପଟ୍ଟଯୋଶୀ ଙ୍କ ନେତୃତ୍ୱରେ ବିଶାଳ ପଟୁଆର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରୁ ଜିଲ୍ଲାପାଳଙ୍କ କାର୍ଯାଳୟ ପର୍ଯ୍ୟନ୍ତ ବାହାରିଥିଲା ।ଏନଏମ ଓ ପିଏସ ଜିଲ୍ଲା ଶାଖା ସାଧାରଣ ସମ୍ପାଦକ ଲଳିତ କୁମାର ନାଏକ ରାଲିର ଅଭିମୁଖ୍ୟ ସ୍ପଷ୍ଟ କରିଥିବା ବେଳେ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ, ବୀରେନ୍ଦ୍ର ବାଗ, ରାଜ୍ୟ ଏନ ଏମଓପି ଏସ ଉପସଭାପତି ବଂକିମ ଚନ୍ଦ୍ର ସାଗର, ବସନ୍ତ କୁମାର, ପ୍ରଦ୍ୟୁମ୍ନ ହୋତା, ରାହୁଲ ବାନଛୋର,ନୀଳାଞ୍ଚଳ ରଥ, ଆଶୁତୋଷ ମିଶ୍ର, ତନ୍ମୟ ମିଶ୍ର, ବିଜୟ କୁମାର ପାଲ, ରମାକାନ୍ତ ନାୟକ, ମାଧବ ପଣ୍ଡା, ଅମରେଶ ନେଗୀ, ପ୍ରଫୁଲ୍ଲ ଠାକୁର, ପ୍ରଭାତ ରଥ,ଦୀପକ ଦାସ, ଉପେନ୍ଦ୍ର ପ୍ରଧାନ , ଗଜେନ୍ଦ୍ର ପତି, ଜିତେନ୍ଦ୍ର ମୁଣ୍ଡ,ଅଜିତ ନାୟକ ପ୍ରମୁଖ ମଞ୍ଚରେ ଗୋଟିଏ ଦାବି ଏକ ଦେଶ,ଏକ ପେନସନ /ଅବିକଳ ପୁରୁଣା ପେନସନ ପୁନଃ ପ୍ରଚଳନ ଦାବି ଉପସ୍ଥାପନ କରିବା ସହ କେନ୍ଦ୍ର ସରକାରଙ୍କ ଏନପି ଏସ/ଇଉପିଏସ ଭଳି କୁତ୍ସିତ ପ୍ରଥା ର କଠୋର ସମାଲୋଚନା କରିଥିଲେ । କେନ୍ଦ୍ର ତଥା ରାଜ୍ୟ ସରକାର ଏହି ଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆସନ୍ତା ଦିନରେ ସମସ୍ତ ବିଭଗାର ଏନପିଏସ କର୍ମଚାରୀ ତରଫରୁ କଠୋର ପଦକ୍ଷେପ ଗ୍ରହଣ ପାଇଁ ବାଧ୍ୟ ହେବେ ବୋଲି ଚେତବାନୀ ଦେଇ ଥିଲେ । ଅଦ୍ୟ ରାଲି କୁ ଏ ଇଉପି ଟି ଏଫ ତଥା ସମସ୍ତ ପ୍ରାଥମିକ ଶିକ୍ଷକ ସଙ୍ଘ , ସମସ୍ତ ମାଧ୍ୟମିକ ତଥା ଉଚ୍ଚ ଶିକ୍ଷା ବିଭାଗ ସଂଘ, ଅମଲା ସଂଘ, ଗୃହ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଜଙ୍ଗଲ ବିଭାଗ, ଜଳ ବିଭାଗ, ବିଦ୍ୟୁତ ବିଭାଗ, କୃଷି ବିଭାଗ, ଜନମଙ୍ଗଳ ବିଭାଗ, ଶିଶୁ କଲ୍ୟାଣ ବିଭାଗ, ପଶୁ ଚିକିତ୍ସାଳୟ ତଥା ୨୮ଗୋଟି ବିଭିନ୍ନ ବିଭାଗ ସହ ୧୩ ଗୋଟି ବ୍ଲକ ଏନ୍ ଏମ ଓ ପି ଏସ ଶାଖା ର ଶତାଧିକ ଏନ୍ ପି ଏସ କର୍ମଚାରୀ ପୂର୍ଣ୍ଣ ସମର୍ଥନ ସହ ଉପସ୍ଥିତ ରହି ଅବିକଳ ପୁରୁଣା ପେନସନ ପ୍ରଚଳନ ଦାବିରେ ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ପ୍ରତିବାଦ ସଭା /ଆକ୍ରୋଶ ମାର୍ଚ୍ଚ ରେ ବିକ୍ଷୋଭ ପ୍ରଦର୍ଶନ କରିବୁ ବୋଲି ଚେତାବନୀ ଦେଇଛନ୍ତି। ଅଜିତ ନାୟକ ଓ ଚିତ୍ତରଞ୍ଜନ ଦଳପତି ବିକ୍ଷୋଭ ସଭାଟିକୁ ପରିଚାଳନା କରିଥିଲେ ।
Editor, News Gallery
Mob: 9439506580
Email: newsgallery.in@gmail.com