Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ଏହି ସମାରୋହରେ ମୁଖ୍ୟ ଅତିଥି ସୂର୍ଯ୍ୟବଂଶୀ ସୂରଜ,ମନ୍ତ୍ରୀ ସ୍ଵାଧୀନ ଦାୟିତ୍ଵ, ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର,ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଓଡିଶା ସରକାର ଯୋଗଦେଇ ଆନୁଷ୍ଠାନିକ ପ୍ରଦର୍ଶନୀ ମେଳା ର ଶୁଭ ଉଦ୍ଧଘାଟନ କରି ଷ୍ଟଲ୍ ପରିଦର୍ଶନ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ମନ୍ତ୍ରୀ ଙ୍କ ଦ୍ଵାର କଳାହାଣ୍ଡି ର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ଵରୀ, ଭଗବାନ ବିର୍ସାମୁଣ୍ଡା ଙ୍କ ଫୋଟ ଚିତ୍ରରେ ପୂଜ୍ୟ ପୂଜା ପୂର୍ବକ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଜିଲ୍ଲପାଳ ପାୱାର ସଚିନ ପ୍ରକାଶ ସ୍ଵାଗତ ଅଭିଭାଷଣ ପ୍ରଦାନ କରିବା ସହିତ ଜନଜାତୀୟ ଗୌରବ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ତାଙ୍କର ଅଭିଭାଷଣ ରେ ଜନଜାତୀୟ ଗୌରବ ଦିବସ ପାଳନ ସମ୍ପର୍କରେ ଉଲ୍ଲେଖ କରି ନିଜ ମାଟି ମା, ଦେଶ ପାଇଁ ଇଂରେଜ ସରକାର ବିରୋଧରେ ବଳିଷ୍ଠ ନେତୃତ୍ୱ ନେଇ ଲଢେଇ କରି ଦେଶମାତୃକା ପାଇଁ ଯୁବାବସ୍ଥା ରେ ଉଲ୍ଲେଖନିୟ କାର୍ଯ୍ୟ କରି ନିଜ ଜୀବନକୁ ଉତ୍ସର୍ଗ କରି ଭାରତ ଇତିହାସରେ ସ୍ଵର୍ଣ୍ଣା କ୍ଷରରେ ଲିପିବଦ୍ଧ କରିଯାଇଥିବା ସହିଦ୍ ବିର୍ସାମୁଣ୍ଡା ଙ୍କ ଆଦର୍ଶ ଆତ୍ମଜୀବନୀ ଉପରେ ଆଲୋକପାତ କରି ଜନଜାତି ସମ୍ପ୍ରଦାୟର ବିକାଶ ଓ ଉନ୍ନତି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।
ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ ବିଧାୟକ ସୁଧୀର ପାଟଯୋଷୀ,ବି ଜି ପି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦେଇ ଜନଜାତୀୟ ଗୌରବ ଦିବସ ପାଳନ ର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଙ୍କ ଦ୍ଵାର ଓପି ଏସ୍, ପରୀକ୍ଷାରେ ସଫଳତା ପାଇଥିବା ଜିଲ୍ଳାର ଜନଜାତି ସମ୍ପ୍ରଦାୟର ମେଧାବୀ ଯୁବକ ଯୁବତୀ ମାନଙ୍କୁ ଏବଂ ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ରେ କୃତିତ୍ଵ ଅର୍ଜନ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି ଯୋଗ୍ୟ ହିତାଧିକାରୀ ଙ୍କୁ ଜଙ୍ଗଲ ଜମି ପଟ୍ଟା, ପ୍ରଧାନମନ୍ତ୍ରୀ ଜନମନ ଯୋଜନା ହିତାଧିକାରୀଙ୍କୁ ଗୃହ ଆବଣ୍ଟନ,ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟାଦେଶ ମୁଖ୍ୟ ଅତିଥି ଙ୍କ ଦ୍ଵାର ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ,(ରାଜସ୍ୱ) ବଇତାରୁ ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢି,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ସୁଚେତା ପାଣି, ଉପ ଜିଲ୍ଲାପାଳ ଧର୍ମଗଡ଼ ଧୀମାନ ଚାକମା, ପି ଏ ଆଇ ଟି ଡି ଏ, ରାମକୃଷ୍ଣ ଗଣ୍ଡ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଆନନ୍ଦ ବର୍ଦ୍ଧନ ଗୁରୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ପଞ୍ଚାୟତ ଅଧିକାରୀ ନୃସିଂହ ଚରଣ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ କୁ ଶିକ୍ଷାବିତ୍ ଡକ୍ଟର ଉମେଶ ଚନ୍ଦ୍ର ଶତପଥି ପରିଚାଳନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।
Editor, News Gallery Mob: 9439506580 Email: newsgallery.in@gmail.com
