ଜୁନାଗଡ ଇଣ୍ଡୋର ଷ୍ଟାଡିଅମ ଠାରେ ମାଁ ମାଣୀକେଶ୍ଵରୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ନ୍ୟୁଜଗ୍ୟାଲେରି, ଭବାନୀପାଟଣା: ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଦ୍ଵାରା ଆୟୋଜିତ ଇଣ୍ଟର୍ କଲେଜ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ  ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ପକ୍ଷରୁ ଜୁନାଗଡ ଇଣ୍ଡୋର ଷ୍ଟାଡିୟମ ଠାରେ ଆୟୋଜିତ ହୋଇଯାଇଛି। ଟୁର୍ନାମେଣ୍ଟ ରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା କଳାହାଣ୍ଡି ଓ ନୂଆପଡା ଜିଲ୍ଲା ର ମୋଟ ୨୩ଟି କଲେଜ ମହିଳା ଓ ପୁରୁଷ ବିଭାଗରେ ଭାଗ ନେଇଥିଲେ ।ଏହି ଉଦ୍ଧଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ମେଜର ଜୟଦେବ ସାହୁ ଯୋଗଦେଇଥିଲେ ଏବଂ ସମ୍ମାନିତ ଅତିଥି ସ୍ପୋର୍ଟ ଡାଇରେକ୍ଟର ଡାକ୍ତର ଘନଶ୍ୟାମ ବେହେରା ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ବିଭୁତି ଭୂଷଣ ମେହେର ଅଧ୍ୟକ୍ଷ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ସଭାପତିତ୍ବ କରିଥିଲେ,ସରୋଜ କୁମାର ପଣ୍ଡା କାର୍ଯ୍ୟକାରିଣୀ ସଭାପତି ଜୁନାଗଡ ବ୍ଯାଡମିନ୍ଟନ ଏସୋସିଏସନ ପ୍ରଫେସର ହଲଧର ସାହୁ, କୈଳାସ ଚନ୍ଦ୍ର ମେହେର ଅଧ୍ୟାପକ ଆୟୋଜକ ସମ୍ପାଦକ, ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ପ୍ରିୟବ୍ରତ ବାଣୁଆ, ଖେଳକୁ ପରିଚାଳନା କରିଥିଲେ ରାକେଶ କୁମାର ବେମାଲ, ସୁମନ ପାଣିଗ୍ରାହୀ, ରୋଜାଲିନ ନାୟକ, ଜଳି ପରାଭୋଇ, ଶିବାନୀ ଭାଟି ଓ ସମୀର କୁମାର ସାହୁ,ଉଦଯାପନୀ ଉତ୍ସବରେ କଳାହାଣ୍ଡି ବ୍ଯାଡମିନ୍ଟନ ଏସୋସିଏସନ ର ସଭାପତି ପ୍ରଦୀପ କୁମାର ଦାସ ମୁଖ୍ୟ ଅତିଥି ଯୋଗଦେଇଥିଲେ। ସମ୍ମାନିତ ଅତିଥି ସନ୍ଦୀପ କୁମାର ମିଶ୍ର ସମ୍ପାଦକ, କଳାହାଣ୍ଡି ବ୍ଯାଡମିନ୍ଟନ ଏସୋସିଏସନ, ଯୁଗ୍ମ ସମ୍ପାଦକ ଦୀପକ ସାଗର କୁମାର, ଓଡିଶା ଷ୍ଟେଟ ବ୍ଯାଡମିନ୍ଟନ ଏସୋସିଏସନ ର ଅମ୍ପାୟାର ମାନଙ୍କର ଡେପୁଟି ଚେୟାରମ୍ଯାନ ମନୋରଞ୍ଜନ ଦାସ, ଅଧ୍ୟକ୍ଷ ବିଭୁତି ଭୂଷଣ ମେହେର, ହଳଧର ସାହୁ,କୈଳାସ ଚନ୍ଦ୍ର ମେହେର, ପ୍ରିୟବ୍ରତ ବଣୁଆ ମଞ୍ଚ ପରିଚାଳନା କରିଥିବାବେଳେ କୃତି ଖେଳାଳି ମାନଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା ଟିମ୍ ଇଭେଣ୍ଟ ରେ ପୁରୁଷ ବିଭାଗରେ ଖରିଆର ଅଟୋନୋମସ କଲେଜ ଚାମ୍ପିଅନ୍ ହୋଇଥିବାବେଳେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଉପବିଜେତା ହୋଇଥିଲେ। ସେହିଭଲି ମହିଳା ବିଭାଗରେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ଜୁନାଗଡ ଚାମ୍ପିଅନ୍ ହୋଇଥିବାବେଳେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟ ଉପବିଜେତା ହୋଇଥିଲେ ।ବ୍ୟକ୍ତିଗତ ପ୍ରତିଯୋଗୀତା ର ପୁରୁଷ ବିଭାଗରେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ସୁବ୍ରତ ପଟ୍ଟନାୟକ ଚାମ୍ପିଅନ୍ ହୋଇଥିବାବେଳେ ଖରିଆର ଅଟୋନୋମସ କଲେଜ ର କିରଣ ଧାରୁଆ ଉପବିଜେତା ହୋଇଥିଲେ। ଠିକ୍ ସେହିଭଲି ମହିଳା ବିଭାଗରେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ରୋଜାଲିନ ନାୟକ ଚାମ୍ପିଅନ୍ ହୋଇଥିବାବେଳେ ପ୍ରିୟଦର୍ଶିନୀ ଇନ୍ଦିରା ଡିଗ୍ରୀ କଲେଜ ର ଦମନ୍ତି ବାଗ୍ ଉପବିଜେତା ହେଇଥିଲେ ।ଏହି କାର୍ଯ୍ୟକ୍ରମରେ ପ୍ରିୟଦର୍ଶିନୀ ଇନ୍ଦିରା କଲେଜ ର ସଦାନନ୍ଦ ମରାଇ, ପୂର୍ଣ୍ଣମାସି ମାଝୀ, ତୁଷାର ସା, ଆକାଶ ମେହେର, ରାମେଶ୍ୱରୀ ରାଜପାଇଲୋ, ବସନ୍ତ ମାଝୀ ଜନ୍ମେଜୟ ମେହେର, ରିଷଭ ବଣୁଆ, ଜ୍ୟୋତି ରଞ୍ଜନ ପାତ୍ର, ବିକାଶ ବେହେରା, ସୁଶାନ୍ତ କୈବର୍ତ୍ତ, ରାଜକୁମାରୀ ବେମାଲ, ତ୍ରିଭୁବନ ବେମାଲ, ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts