କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କଳାହାଣ୍ଡି ଜିଲ୍ଲା ପହଁଚିବା ପରେ ଇଷ୍ଟଦେବୀ ମା ମାଣିକେଶ୍ବରୀଙ୍କ ଦର୍ଶନ କରିବାପରେ ଭବାନୀପାଟଣା ସ୍ଥିତ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ ଠାରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ‘ମହା ଜନସମ୍ପର୍କ ଅଭିଯାନ’ରେ ସାମିଲ ହୋଇଥିଲେ ।
ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ସଭାରେ ଉପସ୍ଥିତ ବିଶାଳ ଜନସମୁଦାୟକୁ ସମ୍ବୋଧିତ କରି ସେ ମୋଦୀ ସରକାରଙ୍କ ୯ ବର୍ଷର ସଫଳତାର କାହାଣୀ ଓ ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ ।ପ୍ରଥମେ ବାହାନଗା ରେଳ ଦୁର୍ଘଟଣାରେ ମୃତକମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନିଜ ଅଭିଭାଷଣ ଆରମ୍ଭ କରିଥିଲେ । ୧୧ କୋଟି ଲୋକଙ୍କୁ ଆୟୁଷ୍ମାନ ଯୋଜନା ସୁଫଳ ମିଳିଛି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲାଗୁ କରୁନାହାନ୍ତି । ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଞ୍ଚିତ କରାଯାଉଛି ବୋଲି କହିଛନ୍ତି ଜେ ପି ନଡ୍ଡା । ଓଡ଼ିଶାର ୩.୫ କୋଟି ଲୋକଙ୍କୁ ମୋଦୀ ସରକାର ରାସନ ଦେଉଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ସେ ବିଜେଡିସରକାରଙ୍କୁ ସିଧା ନିଶାନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉ ନାହାନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସିଧା ଟାର୍ଗେଟ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା କହିଛନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ସେ ବିଜେଡ଼ି ଓ କଂଗ୍ରେସକୁ ସମାଲୋଚନା କରିଛନ୍ତି ।ସଭାରେ ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସହ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପାଣ୍ଡ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ବିଶେଶ୍ୱର ଟୁଡୁ, ବିଜେପିର ଓଡ଼ିଶା ପ୍ରଭାରୀ ଡି.ପୁରୁନ୍ଦେଶ୍ୱରୀ, ରାଜ୍ୟ ସଭାପତି ମନମୋହନ ସାମଲ,କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ସଦର ବିଧାୟକ ପ୍ରଦୀପ୍ତ କୁମାର ନାଏକ,ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ମହା ଜନସମ୍ପର୍କ ଅଭିଯାନରେ ଯୋଗ ଦେଇଥିବାରୁ କଳାହାଣ୍ଡି ଭାରତୀୟ ଜନତା ପାର୍ଟି କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଉପସ୍ଥିତ ରହି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

