ନ୍ୟୁଜଗ୍ୟାଲେରି, କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜାତୀୟ ରାଜପଥ ୨୬ ଦେଇ ଅନେକ ଗଞ୍ଜେଇ ଚୋରା ଚାଲାଣ ହୋଇଛି କିଛି ଅଭିଯୁକ୍ତ ପୁଲିସ ଆଖିରୁ ଖସି ଯାଇଥିବା ବେଳେ ଅନେକ ଅଭିଯୁକ୍ତ କେସିଙ୍ଗା ପୁଲିସ ହାବୁଡ଼ରେ ପଡି ଜେଲ ଭୋଗୁଛନ୍ତି। ତେବେ ଗଞ୍ଜେଇ ଚୋରା ଚାଲାଣ କମ ହୋଇ ନାହିଁ ବରଂ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୁକ୍ତ ମାନେ ନୁଆଁ ନୁଆଁ ଉପାୟ ରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ପ୍ରୟାସ କରୁଛନ୍ତି ତେଣୁ ପୁଲିସ ଆଖିରେ ଧୂଳି ଦେବା ପାଇଁ ଜନଗହଳି ଭିଡ଼ ଭାଡ ବସ ଓ ଟ୍ରେନ ରେ ଗଞ୍ଜେଇ ଚୋରା ଚାଲାଣ ପାଇଁ ସନ୍ଧାନ ରେ ରହିଛନ୍ତି। ଏହିପରି କଳାହାଣ୍ଡି ଜିଲ୍ଲା କେସିଙ୍ଗା ରୁ ଏକ ଘରୋଇ ବସ ରେ ୧୫ କି.ଗ୍ରା ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ଆଦର୍ଶ ପୋଲିସ ହାବୁଡ଼ରେ ପଡିଛନ୍ତି ତିନି ଅଭିଯୁକ୍ତ। ସୂଚନା ଅନୁଯାଇ ଏକ ଘରୋଇ ବସ ମୋହନଗିରି ରୁ ଭବାନୀପାଟଣା ଅଭିମୁଖେ ଆସୁଥିବା ବେଳେ କେସିଙ୍ଗା ପୋଲିସ କୌଣସି ସୂତ୍ରରୁ ଗଞ୍ଜେଇ ଚୋରା ଚାଲାଣ ଖବର ପାଇ କେସିଙ୍ଗା ଷ୍ଟେସନ ରୋଡ଼ ରେ ବସକୁ ଅଟକାଇ ତଲାସୀ କରିବାରୁ ତିନୋଟି ବ୍ୟାଗ ରୁ ପ୍ରାୟ ୧୫ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ତିନି ଜଣ ଗଞ୍ଜେଇ ଚୋରା ଚାଲାଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ହରିନଦ୍ର ୟାଦବ (୨୧) ପୁରନ୍ଦର ମାଝୀ(୨୩)ଓ ଜଣେ ମହିଳା ପ୍ରେମଶିଳା ଦେବୀ(୨୮) ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ବସ କଣ୍ଡକ୍ଟର ଙ୍କ କହିବା ଅନୁଯାୟୀ ସେମାନେ ତିନି ଜଣ ମଦନପୁର ରାମପୁର ବସ ଷ୍ଟାଣ୍ଡ ରୁ ବସ ରେ ଚଢ଼ିଥିଲେ ଓ କେସିଙ୍ଗାରୁ ଟ୍ରେନ ଯୋଗେ ଅନ୍ୟ ଜାଗାକୁ ଯିବାର ଯୋଜନା ଥିଲା ବୋଲି ସେ ପ୍ରକାଶ କରିଥିଲେ।
Latest entries
ଜିଲ୍ଲା ଖବରFebruary 25, 2026ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଜିଲ୍ଲା ଖବରFebruary 24, 2026ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ
ଜିଲ୍ଲା ଖବରFebruary 21, 2026ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରFebruary 17, 2026ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

