ନ୍ୟୁଜଗ୍ୟାଲେରି,ଭବାନୀପାଟଣା :ଭବାନୀପାଟଣା ବ୍ଲକ ଗୁଡ଼ିଆଲି ପଦର ପଞ୍ଚାୟତ ର ଭେଜିପଦର ଗାଁ କୁ ରାସ୍ତା ନଥିବାରୁ ବର୍ଷ ବର୍ଷ ଧରି ନାହିଁନଥିବା ଅସୁବିଦା ର ସମୂଖ୍ୟନ ହେଉଛନ୍ତି ଗ୍ରାମବାସୀ ସରପଞ୍ଚଙ୍କ ଠାରୁ ମନ୍ତ୍ରୀ, ବିଡ଼ିଓ, ଜିଲ୍ଲାପାଳ ସମସ୍ତଙ୍କୁ ଗୁହାରୀ କଲେ ମଧ୍ୟ ଗାଁକୁ ରାସ୍ତାଟିଏ ନିର୍ମାଣ କରାଯାଉ ପାରୁ ନାହିଁ । ଏଭଳି ଅବ୍ୟବସ୍ଥା କୁନେଇ ଗତ ସାଧାରଣ ନିର୍ବାଚନ ବର୍ଜନ କରିଥିଲେ ଭେଜିପଦର ଗ୍ରାମବାସୀ । ବର୍ତ୍ତମାନ ମଧ୍ୟ ପ୍ରଶାସନ ରାସ୍ତା ନିର୍ମାଣ ନକଲେ ଆସନ୍ତା ୨୦୨୪ ନିର୍ବାଚନ ମଧ୍ୟ ବର୍ଜନ କରିବାକୁବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଭବାନୀପାଟଣା ସହର ଉପକଣ୍ଠରେ ରହିଥିବା ଭେଜିପଦର ଗ୍ରାମକୁ ପୂର୍ବରୁ କାମଚଳା ରାସ୍ତାଟିଏ ଥିଲା କିନ୍ତୁ ଭବାନୀପାଟଣାକୁ ରେଳଚଳାଚଳ ପାଇଁ ଏହି ରାସ୍ତାଦେଇ ରେଳ ଲାଇନ ଯିବାରୁ ରେଳ ବିଭାଗ ଏହି ରାସ୍ତାଟିକୁ ବନ୍ଦ କରିଦେଲା କିନ୍ତୁ ରେଳ ବିଭାଗ ପକ୍ଷରୁ ଭୁତଳ ବ୍ରିଜ କରିବା କଥା କିନ୍ତୁ କରାଗଲାନାହିଁ ଫଳରେ ଏହି ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି । ଫଳରେ ଗ୍ରାମବାସୀ ମାନେ ବାଧ୍ୟ ହୋଇ ୫ କିଲୋମିଟର ଏଫସିଆଇ ଗୋଦାମ ଦେଇ ଯାତାୟତ କରୁଛନ୍ତି । ଗ୍ରାମବାସୀଙ୍କ ଏଭଳି ହଇରାଣ ଅନୁଭବ କରି ସନ୍ତୋଷ ମୁଣ୍ଡ ନାମକ ଜୈନେକ ବ୍ୟକ୍ତି ଗାଁ କୁ ରାସ୍ତାନିର୍ମାଣ ପାଇଁ ଜମି ଦାନ କରିଥିଲେ ସୁଦ୍ଧା ପ୍ରଶାସନିକ ଅବହେଳା ଯୋଗୁଁ ସବୁଦିନିଆ ରାସ୍ତାଟିଏ ନିର୍ମାଣ ହୋଇପାରୁନାହିଁ । ଯଥାଶୀଘ୍ର ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବିକରିଛନ୍ତି । ରାସ୍ତା ନିର୍ମାଣ କରାନଗଲେ ଆସନ୍ତା ନିର୍ବାଚନ ବର୍ଜନ କରିବାକୁ ବୋଲି ଚେତାବନୀ ଦେବସହିତ ରଜରାସ୍ତା କୁ ଅବରୋଧ କରିବୁ ବୋଲି ଗ୍ରାମବାସୀ କହିଛନ୍ତି।
Latest entries
ଜିଲ୍ଲା ଖବରJuly 21, 2026ସୋନମ ୱାଞ୍ଚୁଙ୍କ ସମର୍ଥନରେ ‘ଦ ୟୁଥ ଅଫ କଳାହାଣ୍ଡି’ ପକ୍ଷରୁ ୧୨ ଘଣ୍ଟିଆ ଉପବାସ ସତ୍ୟାଗ୍ରହ
ଜିଲ୍ଲା ଖବରJuly 14, 2026ସାତ ଦିନ ମଧ୍ୟରେ ସମସ୍ତ ବକେୟା ଅଭିଯୋଗର ନିଷ୍ପତ୍ତି କରିବାକୁ ଜିଲ୍ଲାପାଳ ଙ୍କ କଡ଼ା ନିର୍ଦ୍ଦେଶ
ଜିଲ୍ଲା ଖବରJuly 4, 2026ଜୁଆ ଖେଳୁଥିବା ବେଳେ ବାଲାଜୀ ରାଇସ ମିଲରେ ପୋଲିସର ଚଢ଼ାଉ
ଜିଲ୍ଲା ଖବରJune 27, 2026ଅନ୍ତର୍ଜାତୀୟ ନିଶା ନିବାରଣ ଏବଂ ଅବୋଧ ଚାଲାଣ ନିଷିଦ୍ଧ ଦିବସ ପାଳିତ

