ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ପ୍ରସୁତି ମାମଲା ନିମନ୍ତେ ଲାଞ୍ଚ ମାଗିବା ଓ ଲାଞ୍ଚ ନେବା ମାମଲାରେ ଧର୍ମଗଡ଼ ଡାକ୍ତରଖାନାର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଫିସର ଅଜିତକୁମାର ନେଗୀଙ୍କୁ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଚୂଡାନ୍ତ ରାୟ ପ୍ରକାଶ କରି ଲାଞ୍ଚୁଆ ଡାକ୍ତର ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡଆଦେଶ କରିଛନ୍ତି ।
ଜରିମାନା ଅର୍ଥ ଅଣଦେୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି ୨୦୧୪ ମସିହାରେ ଡାକ୍ତର ଅଜିତକୁମାର ନେଗୀ ଧର୍ମଗଡ଼ ସି ଏସ ସି ର ଭାରପ୍ରାପ୍ତ ମେଡିକାଲ ଅଫିସର ଥିବାବେଳେ ଜଣେ ପ୍ରସୂତି ମହିଳାଙ୍କ ଠାରୁ ପ୍ରସବ କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ । ଏନେଇ କୋରାପୁଟ ଭିଜିଲାନ୍ସ ଥାନା କେଶ ନମ୍ବର ୧୩ ତା ୨.୪.୨୦୧୪ ରେ ଏକ ମାମଲା ୠଜୁକରି ଅଭିଯୁକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ଏହି ମାମଲାରେ ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ଦୋଷୀ ସାବ୍ୟସ୍ତ ଡାକ୍ତର ଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି । ଏହି ଡାକ୍ତରଙ୍କ ପେନସନ ବନ୍ଦ କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଆବେଦନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

