ନ୍ୟୁଜଗ୍ୟାଲେରି, କଳାହାଣ୍ଡି: ପ୍ରସୁତି ମାମଲା ନିମନ୍ତେ ଲାଞ୍ଚ ମାଗିବା ଓ ଲାଞ୍ଚ ନେବା ମାମଲାରେ ଧର୍ମଗଡ଼ ଡାକ୍ତରଖାନାର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଫିସର ଅଜିତକୁମାର ନେଗୀଙ୍କୁ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ଚୂଡାନ୍ତ ରାୟ ପ୍ରକାଶ କରି ଲାଞ୍ଚୁଆ ଡାକ୍ତର ଙ୍କୁ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଦଣ୍ଡଆଦେଶ କରିଛନ୍ତି ।
ଜରିମାନା ଅର୍ଥ ଅଣଦେୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି ୨୦୧୪ ମସିହାରେ ଡାକ୍ତର ଅଜିତକୁମାର ନେଗୀ ଧର୍ମଗଡ଼ ସି ଏସ ସି ର ଭାରପ୍ରାପ୍ତ ମେଡିକାଲ ଅଫିସର ଥିବାବେଳେ ଜଣେ ପ୍ରସୂତି ମହିଳାଙ୍କ ଠାରୁ ପ୍ରସବ କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ । ଏନେଇ କୋରାପୁଟ ଭିଜିଲାନ୍ସ ଥାନା କେଶ ନମ୍ବର ୧୩ ତା ୨.୪.୨୦୧୪ ରେ ଏକ ମାମଲା ୠଜୁକରି ଅଭିଯୁକ୍ତ ଡାକ୍ତରଙ୍କ ବିରୁଦ୍ଧରେ ଭବାନୀପାଟଣା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲେ । ଏହି ମାମଲାରେ ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି । ଦୋଷୀ ସାବ୍ୟସ୍ତ ଡାକ୍ତର ଙ୍କୁ ଜେଲ ହାଜତକୁ ପଠାଇଦିଆଯାଇଛି । ଏହି ଡାକ୍ତରଙ୍କ ପେନସନ ବନ୍ଦ କରିବା ପାଇଁ ଭିଜିଲାନ୍ସ ବିଭାଗ ପକ୍ଷରୁ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଆବେଦନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

