କଳାହାଣ୍ଡି:(ନ୍ୟୁଜ୍ ଗ୍ୟାଲେରି) ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଅସିତ ତ୍ରିପାଠୀ କଳାହାଣ୍ଡି ଜିଲ୍ଲା ପହଞ୍ଚିବା ପରେ ଭବାନୀପାଟଣା , ଥୁଆମୂଳ ରାମପୁର , ମୁଖିଗୁଡା , ଧର୍ମଗଡ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ର ତଦାରଖ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାରେ ବିଶେଷତଃ ଶିଳ୍ପ,କୃଷି ଭିତ୍ତିକ ଶିଳ୍ପର ସ୍ଥାପନ ଓ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଊପରେ କିଭଳି ଆଖି ଦୃଶିଆ ଅଗ୍ରସର ହୋଇପାରିବ ତା ଉପରେ କୃଷି, ପଶୁ ସମ୍ପଦ , ଉଦ୍ୟାନ, ମତ୍ସ୍ୟ , ଶିଳ୍ପ ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ ।
ଏହି ବୈଠକରେ ପଶ୍ଚିମ ଓଡିଶା ବିକାଶ ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଡଃ ଅଜିତ ମିଶ୍ର , ଜିଲ୍ଲାପାଳ ପି ଅନ୍ବେଶା ରେଡ୍ଡୀ , ଅତିରିକ୍ତ ଜିଲ୍ଲାପାଳ ସୁବ୍ରତ କୁମାର ନାୟକ , ଡବ୍ଲୁ ଓ ଡି ସି ଟେକନିକାଲ ପରାମର୍ଶଦାତା ସୁନୀଲ ନାୟକ , ଡି ଡି ପ୍ଲାନିଙ୍ଗ ଶ୍ରୀକାନ୍ତ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।ଭବାନୀପାଟଣା ସହରର ମତ୍ସ୍ୟ କାର୍ଯ୍ୟ।ଳୟ ଓ ବିମଳା କନଭେଣ୍ଟ ନିକଟସ୍ଥ ପୋଖରୀର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ, ଜାଖମ ଇକୋ ଟୁରିଷ୍ଟ କଂପ୍ଲେକ୍ସ , କାନିଗୁମା କଫି ପ୍ଳାଣ୍ଟେସନ , ଥୁଆମୂଳ ରାମପୁର ର କଫି ନର୍ସରୀ ପରିଦର୍ଶନ ସହ ଏହାର ରକ୍ଷଣାବେକ୍ଷଣ ନିମନ୍ତେ ପରାମର୍ଶ ଦେଇଥିଲେ। ଥୁଆମୂଲ୍ ରାମପୁର ସ୍ଥିତ ମା ମାଣିକେଶ୍ବରୀ ମନ୍ଦିର କାର୍ଯ୍ୟ ଅଗ୍ରଗତି, ବିକାଶ ଓ ଏହାର ଅଧିକ ପରିସୀମା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ସଂପୃକ୍ତ ଅଧିକାରି ଙ୍କୁ କହିଥିଲେ। ଥୂଆମୁଲ ରାମପୁର ର ପର୍ଯ୍ୟଟନ ଆକର୍ଷଣ “ହେଲୋ ପଏଣ୍ଟ” ସହ ଇନ୍ଦ୍ରାବତୀ ଜଳଭଣ୍ଡାର ପରିଦର୍ଶନ କରିଥିଲେ ।ସେଭଳି ଧର୍ମଗଡ ସ୍ଥିତ ଟାଉନ ହଲ ର ପୁନରୁଦ୍ଧାର କାର୍ଯ୍ୟ , ସିଆଲିକାନୀ କଟା ବନ୍ଧ ପରିଦର୍ଶନ ସହ ଧର୍ମଗଡ ଆହାର ରୋଷେଇ କେନ୍ଦ୍ର ଉଦ୍ଘାଟନ କରିଥିଲେ ।
ଧର୍ମଗଡ ଗସ୍ତ ସମୟରେ ଧର୍ମଗଡ ବିଧାୟକ ମୌଶଧି ବାଗ ଉପସ୍ଥିତ ଥିଲେ।ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବାଗଡିସାର ପୋଲ କାର୍ଯ୍ୟ ଅଗ୍ରଗତି ପରିଦର୍ଶନ କରିଥିଲେ। ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଓ ବ୍ଲକ ଅଧିକାରୀ ଉପସ୍ଥିତ ଥିଲେ। ଭବାନୀପାଟଣା ସହର ନିକଟସ୍ଥ ଭଟାଙ୍ଗପଦର ଇକୋ ଟୁରିଜମ ପରିଦର୍ଶନ କରିଥିଲେ। ଅଧ୍ୟକ୍ଷ ଙ୍କ ଗସ୍ତ ସମୟରେ ଜିଲ୍ଲାପାଳ କଳାହାଣ୍ଡି ପି ଅନ୍ୱେଷା ରେଡ୍ଡୀ, ସି ଡି ଓ ଜିଲ୍ଲା ପରିଷଦ ସଚିନ ପାୱାର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିଶେଷଜ୍ଞ ସଭ୍ୟ ଅବିନାଶ ଠାକୁର ଓ ଅନ୍ୟାନ୍ୟ କ୍ଷେତ୍ର ଅଧିକାରୀ, ବି ଡି ଓ ଉପସ୍ଥିତ ଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

