ରାଜ୍ୟ ଯୁବ ବିଜେଡି ଉପସଭାପତିଙ୍କ ଜନସମ୍ପର୍କ ଯାତ୍ରା

0 minutes, 0 seconds Read

କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଶ୍ରୀପୁର ପଞ୍ଚାୟତର କନକପୁର ଠାରେ ସ୍ଥାନୀୟ ଜନସଧାରଣ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ସହ ସ୍ଥାନୀୟ ସମସ୍ୟା ସମ୍ପର୍କରେ ସମସ୍ତଙ୍କ ସହ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ ବିଜେଡ଼ି ସଂଗଠନ କିଭଳି ଆହୁରି ମଜଭୂତ ହୋଇପାରିବ ସେ ସମ୍ପର୍କରେ ସମସ୍ତଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତେ ସଂକଳ୍ପ ନେବାସହ ତାଙ୍କ ଦୀର୍ଘାୟୁ କାମନା କରିଥିଲେ। ଏହି ବୈଠକରେ ଶ୍ରୀପୁର ସରପଞ୍ଚ ଯୁଧିଷ୍ଠିର ନାଏକ, ଶ୍ରୀପୁର ବିଜେଡ଼ି ପଞ୍ଚାୟତ ସଭାପତି ମୋତିଲାଲ ସା, ଓ୍ବାର୍ଡ ମେମ୍ବର ବିମଲା ମାଝୀ, ସନ୍ତୋଷ ବୁଦ୍ଧିଆ, ଓଡ଼ିଶା ମୋ ପରିବାର ସଂଯୋଜକ ଅମିତ ଯାଦବ, ଯୁବ ନେତା ଦେବାଶିଷ ସିଂହ, ପ୍ରତାପ ପାତ୍ର, ଦୁଷ୍ମନ୍ତ ନାଏକ, ବିକି ବୁଦ୍ଧିଆ, ରଞ୍ଜିତ ମାଝୀ ତଥା ବରିଷ୍ଠ କର୍ମକର୍ତ୍ତା ଯୁବ-ଛାତ୍ର, ମହିଳା, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Hemant Kumar Ray
Editor, News Gallery
Mob: 9439506580
Email: newsgallery.in@gmail.com
author

Hemant Kumar Ray

Editor, News Gallery Mob: 9439506580 Email: newsgallery.in@gmail.com

Similar Posts