କଳାହାଣ୍ଡି:(ନ୍ୟୁଜଗ୍ୟାଲେରି) ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଶ୍ରୀପୁର ପଞ୍ଚାୟତର କନକପୁର ଠାରେ ସ୍ଥାନୀୟ ଜନସଧାରଣ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପହଞ୍ଚାଇବା ସହ ସ୍ଥାନୀୟ ସମସ୍ୟା ସମ୍ପର୍କରେ ସମସ୍ତଙ୍କ ସହ ଆଲୋଚନା କରିଥିଲେ ।
ତୃଣମୂଳ ସ୍ତରରେ ବିଜେଡ଼ି ସଂଗଠନ କିଭଳି ଆହୁରି ମଜଭୂତ ହୋଇପାରିବ ସେ ସମ୍ପର୍କରେ ସମସ୍ତଙ୍କ ସହ ଆଲୋଚନା କରିଥିଲେ । ଏହା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ କିଭଳି ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ସମସ୍ତେ ସଂକଳ୍ପ ନେବାସହ ତାଙ୍କ ଦୀର୍ଘାୟୁ କାମନା କରିଥିଲେ। ଏହି ବୈଠକରେ ଶ୍ରୀପୁର ସରପଞ୍ଚ ଯୁଧିଷ୍ଠିର ନାଏକ, ଶ୍ରୀପୁର ବିଜେଡ଼ି ପଞ୍ଚାୟତ ସଭାପତି ମୋତିଲାଲ ସା, ଓ୍ବାର୍ଡ ମେମ୍ବର ବିମଲା ମାଝୀ, ସନ୍ତୋଷ ବୁଦ୍ଧିଆ, ଓଡ଼ିଶା ମୋ ପରିବାର ସଂଯୋଜକ ଅମିତ ଯାଦବ, ଯୁବ ନେତା ଦେବାଶିଷ ସିଂହ, ପ୍ରତାପ ପାତ୍ର, ଦୁଷ୍ମନ୍ତ ନାଏକ, ବିକି ବୁଦ୍ଧିଆ, ରଞ୍ଜିତ ମାଝୀ ତଥା ବରିଷ୍ଠ କର୍ମକର୍ତ୍ତା ଯୁବ-ଛାତ୍ର, ମହିଳା, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ରହିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

