କଳାହାଣ୍ଡି:କେସିଙ୍ଗା ,(ତୁମେଶ୍ୱର ସାହୁ) କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ବର୍ଷ ହେଲା ନୂତନ ଏକ୍ସ ରେ ମସିନ ପଡି ରହିଛି।ଫଳରେ ରୋଗୀ ମାନେ ଏକ୍ସରେ କରିବା ପାଇଁ ଘରୋଇ ହସ୍ପିଟାଲ ବ୍ୟବହାର କରି ଅଧକ ଖର୍ଚ୍ଚ ରେ ପଡ଼ୁଛନ୍ତିବୋଲି ଅଭିଯୋଗ ହେଉଛି।ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀମାନଙ୍କୁ ମାଗଣା ରେ ଏକ୍ସ ରେ ମସିନବ୍ୟବହାର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦେଇଛନ୍ତି।କିନ୍ତୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଏକ୍ସ ରେ ମସିନ ରଖିବା ପାଇଁ ଜାଗା ନ ଥିବାରୁ ଏକ ବର୍ଷ ହେଲା ପଡିରହିଛି।
ଗରିବ ଶ୍ରେଣୀର ରୋଗୀ ମାନେ ନାହିଁ ନ ଥିବାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଏ ନେଇ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସୁପରିଟେଣ୍ଟଡେଣ୍ଟ ଡ଼.ସୁବାଷ ଚନ୍ଦ୍ର ବେହେରା ଙ୍କୁ ପଚାରିବାରୁ ଏକ ପୁରୁଣା କୋଠରି କୁ ଭାଙ୍ଗି ନୂତନ ଏକ କୋଠରୀ କାମ ନିର୍ମାଣ ଚାଲିଛି।ଆଉ ଦୁଇ ମାସ ମଧ୍ୟରେ କୋଠରୀ ନିର୍ମାଣ କାମ ଶେଷ ହେଲେ ନୂତନ ଏକ୍ସ ରେ ମସିନ ସ୍ଥାପନ କରାଯିବ ବୋଲି ପ୍ରକାଶ କରିଥିଲେ।
Latest entries
ଜିଲ୍ଲା ଖବରJanuary 16, 2026ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଯୁବ-ଛାତ୍ର ବିଜେଡିର ସାମ୍ବାଦିକ ସମ୍ମିଳନୀ
ଜିଲ୍ଲା ଖବରJanuary 15, 2026ମା ମାଣିକେଶ୍ୱରୀ ମନ୍ଦିର ରୁ ବାହାରିଲା ମଶାଲ ଯାତ୍ରା
ଜିଲ୍ଲା ଖବରJanuary 13, 2026୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉପଲକ୍ଷେ ଜିଲ୍ଲା ସ୍ତରୀୟ ବ୍ୟାଡ଼ମିଣ୍ଟନ ଖେଳ ପ୍ରତିଯୋଗିତା
ଜିଲ୍ଲା ଖବରJanuary 12, 2026କବି ବିରଞ୍ଚି ନାରାୟଣ ଦରୱାନଙ୍କ କବିତା ବହି “ସାରା ଆକାଶ ତମର” ଲୋକାର୍ପିତ

