କଳାହାଣ୍ଡି:କେସିଙ୍ଗା ,(ତୁମେଶ୍ୱର ସାହୁ) କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଏକ ବର୍ଷ ହେଲା ନୂତନ ଏକ୍ସ ରେ ମସିନ ପଡି ରହିଛି।ଫଳରେ ରୋଗୀ ମାନେ ଏକ୍ସରେ କରିବା ପାଇଁ ଘରୋଇ ହସ୍ପିଟାଲ ବ୍ୟବହାର କରି ଅଧକ ଖର୍ଚ୍ଚ ରେ ପଡ଼ୁଛନ୍ତିବୋଲି ଅଭିଯୋଗ ହେଉଛି।ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀମାନଙ୍କୁ ମାଗଣା ରେ ଏକ୍ସ ରେ ମସିନବ୍ୟବହାର ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦେଇଛନ୍ତି।କିନ୍ତୁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ରେ ଏକ୍ସ ରେ ମସିନ ରଖିବା ପାଇଁ ଜାଗା ନ ଥିବାରୁ ଏକ ବର୍ଷ ହେଲା ପଡିରହିଛି।
ଗରିବ ଶ୍ରେଣୀର ରୋଗୀ ମାନେ ନାହିଁ ନ ଥିବାର ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ଏ ନେଇ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ସୁପରିଟେଣ୍ଟଡେଣ୍ଟ ଡ଼.ସୁବାଷ ଚନ୍ଦ୍ର ବେହେରା ଙ୍କୁ ପଚାରିବାରୁ ଏକ ପୁରୁଣା କୋଠରି କୁ ଭାଙ୍ଗି ନୂତନ ଏକ କୋଠରୀ କାମ ନିର୍ମାଣ ଚାଲିଛି।ଆଉ ଦୁଇ ମାସ ମଧ୍ୟରେ କୋଠରୀ ନିର୍ମାଣ କାମ ଶେଷ ହେଲେ ନୂତନ ଏକ୍ସ ରେ ମସିନ ସ୍ଥାପନ କରାଯିବ ବୋଲି ପ୍ରକାଶ କରିଥିଲେ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

