କଳାହାଣ୍ଡି: ଧର୍ମଗଡ, ଗମ୍ଭାରୀଗୁଡା ସ୍ଥିତଯଶୋଦା ଅନାଥଆଶ୍ରମ ଠାରେ ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟଶାଖା ତରଫରୁ ଅନାଥ ଶିଶୁ,ବୃଦ୍ଧ-ବୃଦ୍ଧା ଓ ମାନସିକ ବିକଳାଙ୍ଗ ମାନଙ୍କୁ ପୋଷାକ ଓ ହାଇଜିନ କିଟ୍ ବଣ୍ଟନ କରାଯାଇଛି। ଏହି ମାନବୀୟ ସେବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଧର୍ମଗଡ ଉପଜିଲ୍ଲାପାଳ ଶ୍ରୀ ବେଦଭୂଷଣ, ସମ୍ମାନିତ ଅତିଥି ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ କୁମାର ଚୋପଦାର, ରେଡକ୍ରସ ଜିଲ୍ଲା ଶାଖା ସଂପାଦକ ପ୍ରମୋଦ କୁମାର ଖିଲୋ, ବିଡିଓ ଶରତ କୁମାର ସେଠୀ, ଜିଲ୍ଲା ରେଡକ୍ରସ କାର୍ଯ୍ୟ କାରିଣୀ ସଭ୍ୟ ସମାଜସେବୀ ହୃଷିକେଶ ମିଶ୍ର, ଆଜୀବନ ସଦସ୍ୟ ଲିଂଗରାଜ ପାତ୍ର,ବିବେକ ରଂଜନ ମିଶ୍ର, ଜୟନ୍ତ କୁମାର ଜେନା,ଏନ ଏ ସି ଉପାଧ୍ୟକ୍ଷା ମନିଷା ମିଶ୍ର, ପ୍ରମୁଖ ସାମିଲ ହୋଇଥିଲେ।
ଜିଲ୍ଲା ଯୁବରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡାଙ୍କ ସଂଯୋଜନାରେ ଯୁବରେଡକ୍ରସ ପରାମର୍ଶଦାତା ସରୋଜ କୁମାର ପଣ୍ଡା, ଗୋବିନ୍ଦ ସାହୁ, ସଂଜୀବ କୁମାର ମୁଣ୍ଡ, ସରୋଜ କୁମାର ପଟ୍ଟଯୋଶୀ, ପଦ୍ମାଳୟା ଦଣ୍ଡସେନା, ମୋହନ ଚରଣ ବିଷି, କନିଷ୍ଠ ରେଡକ୍ରସ ପରାମର୍ଶଦାତା ସନ୍ତୋଷ କୁମାର ପାଣିଗ୍ରାହୀ ଓ ଆଜୀବନ ସଦସ୍ୟ ଲକ୍ଷପତି ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ କୋମେଟା ଇନ୍ଟିଲେକ୍ଟର କାର୍ଯ୍ୟ ନିର୍ବାହି ଅଧିକାରୀ ଘନଶ୍ୟାମ ଅଗ୍ରୱାଲ ଙ୍କ ବୈଷୟିକ ସହାୟତାରେ ଯଶୋଦା ଅନାଥ ଆଶ୍ରମ ନାମରେ ଏକ ଓ୍ବେବସାଇଟ ଉପ ଜିଲ୍ଲାପାଳ ଉଦଘାଟନ କରିଥିଲେ। ଯଶୋଦା ଅନାଥଆଶ୍ରମର ମୁଖ୍ୟ ପରିଚାଳକ ଶ୍ୟାମ ସୁନ୍ଦର ଜାଲ ଓ କସ୍ତୁରୀ ଜାଲଙ୍କ ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ରେଡକ୍ରସ ସୋସାଇଟି , କଳାହାଣ୍ଡି ଜିଲ୍ଲା ଶାଖାର କର୍ମକର୍ତ୍ତା, ଆଜୀବନ ସଦସ୍ୟ, ଯୁବ ଓ କନିଷ୍ଠ ରେଡକ୍ରସର ପରାମର୍ଶଦାତା ତଥା ସ୍ବେଛାସେବୀ ଛାତ୍ରଛାତ୍ରୀ , ବିଭିନ୍ନ ସ୍ବେଛାସେବୀ ସଂଗଠନ ଓ ସାମ୍ବାଦିକ ସାମିଲ ହୋଇଥିଲେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

