କଳାହାଣ୍ଡି:କେସିଙ୍ଗା,(ତୁମେଶ୍ୱର ସାହୁ)କେସିଙ୍ଗା ବ୍ଲକ ଓ ଏସ ଇ ବି କର୍ମଚାରୀ ଫେଡେରେସନ ନିଖିଲ ଓଡ଼ିଶା ବିଦ୍ୟୁତ୍ ଶ୍ରମିକ ମହାସଂଘ କେସିଙ୍ଗା ପକ୍ଷରୁ ବିକ୍ଷୋଭ ଓ ଗଣ ଧାରଣା ଦିଆଯାଇଥିଲା। ପଶ୍ଚିମ ଓଡ଼ିଶା ବିଦ୍ୟୁତ୍ ମହାସଂଘ କୁ ନେଇ ଗଠିତ ଏକତା ମଞ୍ଚ ଡାକରାରେ ବିଭିନ୍ନ ଦାବୀ ନେଇ ଗତ ୮ ତାରିଖ ମଙ୍ଗଳବାର ଠାରୁ ଆନ୍ଦୋଳନ ଜାରି ରହିଛି। ଏ ହି କ୍ରମରେ ଗୁରୁବାର ତୃତୀୟ ଦିନ ବିଦ୍ୟୁତ୍ କ୍ଷେତ୍ର ର ସମସ୍ତ କର୍ମଚାରୀ କଳା ବେଚ ପିନ୍ଧି ଶାନ୍ତି ପୂର୍ଣ୍ଣ ଭାବରେ କେସିଙ୍ଗା ସ୍ଥିତ ଗ୍ରିଡ କଣ୍ଟ୍ରୋଲ ରୁମ୍ ତଥା ଓପିଟିସିଏଲ୍ ଡିଭିଜନ ସମ୍ମୁଖ ରେ ଅନିର୍ଦ୍ଦିଷ୍ଟ କାଳଯାଏ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।ବିଦ୍ୟୁତ୍ କ୍ଷେତ୍ର ରେ କାର୍ଯ୍ୟରତ ବିଭିନ୍ନ ଦାବୀ ଓ ସମସ୍ୟା କୁ ଏକତା ମଞ୍ଚ ଅଧିକାରୀ ମାନଙ୍କ ସହ ବାରମ୍ବାର ଆଲୋଚନା ହୋଇଥିଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ଏହି ଆନ୍ଦୋଳନ ସମଗ୍ର ଓଡ଼ିଶା ରେ ଗତ ୯ ତାରିଖ ରୁ ଆରମ୍ଭ ହୋଇଛି।
ଆସନ୍ତା ୧୫ ତାରିଖ ସୁଦ୍ଧା କର୍ମଚାରୀ ମାନଙ୍କ ସମସ୍ୟା ସମାଧାନ ନ ହେଲେ ୧୬ ତାରିଖ ଠାରୁ ଓପିଟିସିଏଲ୍ ମୂଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱର ଠାରେ ଘେରାଉ ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଏକତା ମଞ୍ଚ ତରଫରୁ ସୂଚନା ମିଳିଛି ।କର୍ମଚାରୀ ମାନଙ୍କ ବିଭିନ୍ନ ଦାବୀ ମଧ୍ୟରୁ ମୁଖ୍ୟତଃ ସମସ୍ତ ଦରମାଗତ ସମସ୍ୟା ଦୁରକରିବା,୨୮୩୦ ଏବଂ ୩୩୩୦ ଗ୍ରେଡ ପେ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ନୂତନ ମଜୁରୀ ନିର୍ଦ୍ଧାରଣ ୦୧-୦୪-୨୦୨୦ ଠାରୁ ଲାଗୁ କରିବା ଇତ୍ୟାଦି।ଆଜିର ଏହି ତୃତୀୟ ଦିନ ବିକ୍ଷୋଭ ପ୍ରଦର୍ଶନ ରେ ପୂର୍ଣ୍ଣ ଚନ୍ଦ୍ର ମାଝୀ,ଦୂର୍ଗା ମାଧବ ପଣ୍ଡା,ମନୋଜ କୁମାର ସାହୁ,ମିତ୍ରଭାନୁ ମୋଲାନା,ବିଶ୍ୱଜିତ୍ ମହଲା,ସୁବ୍ରତ ସାହୁ,ଅମିତ୍ ସାହୁ,ଶରତ ନାୟକ,ସରୋଜ ପ୍ରଧାନ,ଶ୍ରୀକାନ୍ତ ମଲାନା ପ୍ରମୁଖ ଉପସ୍ଥିତ ରହିଥିଲେ l
Latest entries
ଜିଲ୍ଲା ଖବରFebruary 25, 2026ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏକ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା
ଜିଲ୍ଲା ଖବରFebruary 24, 2026ଅବକାରୀ ବିଭାଗ ଚଢ଼ାଉ ନକଲି ବିଦେଶୀ ମଦ ଜବତ
ଜିଲ୍ଲା ଖବରFebruary 21, 2026ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଜନିତ ପରିସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ।
ଜିଲ୍ଲା ଖବରFebruary 17, 2026ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର

