ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭେଜିପଦର ଯୁବକ ସଂଙ୍ଘ ପକ୍ଷରୁ ଆୟୋଜିତ ଅଷ୍ଟମ ୟଙ୍ଗଷ୍ଟାର କପ କ୍ରିକେଟ ପ୍ରତିଯୋଗିତା ଦ୍ୱିତୀୟ ତଥା ଅନ୍ତିମ ସେମି ଫାଇନାଲ ଭବାନୀପାଟଣା ବ୍ଲକ ଭେଜିପଦର ଗ୍ରାମର ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ ଉପସ୍ଥିତ ଥିବାବେଳେ ନିମନ୍ତ୍ରିତ ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲା ଯୋଜନା ଡେପୁଟି ଡିରେକଟର ଶ୍ରୀକାନ୍ତ ଦଳାଇ ଉପସ୍ଥିତ ଥିଲେ । ଅନ୍ୟତମ ସମ୍ମାନିତ ଅତିଥି କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ (ବାପି )ଉପସ୍ଥିତ ଥିଲେ । ଏହିମ୍ୟାଚ ରେ ଡୁଙ୍ଗୁରିପାଲି ଏବଂ ଭେଜିପଦର ମଧ୍ୟରେ ହୋଇଥିଲା ।
ଉପସ୍ଥିତ ସମସ୍ତ ଅତିଥି ଦୁଇଟି ଦଳ ର ସମସ୍ତ ଖେଳାଳୀମାନଙ୍କୁ ଉତ୍ସIହିତ କରିବା ସହ ଆୟୋଜକ କମିଟି ର ସଭାପତି ଅରୁଣ ବର୍ମା, ଉପସଭାପତି ଦିନେଶ ଦୁର୍ଗା, କୋଷାଧ୍ୟକ୍ଷ୍ୟ ତାମରେନ୍ଦ୍ର ମାଝୀ, ଅର୍କିତ ସୁନାନୀ ତଥା ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ । ଏହି ମ୍ୟାଚରେ ଡୁଙ୍ଗରିପଦର ବିଜୟୀ ହୋଇ ଫାଇନାଲ ପ୍ରତିଯୋଗିତା ଖେଳିବେ।
Latest entries
ଜିଲ୍ଲା ଖବରSeptember 7, 2026ଉମା ଶଙ୍କର କର ଙ୍କ ୨ଟି ପୁସ୍ତକ ଲୋକାର୍ପିତ
ଜିଲ୍ଲା ଖବରSeptember 7, 2026ବିଜେଡି ଟାଉନ ସଭାପତି ହେଲେ ଧବଳେଶ୍ବର ମହାପାତ୍ର
ଜିଲ୍ଲା ଖବରSeptember 6, 2026ଛାତ୍ର ଙ୍କର ସାମଗ୍ରୀକ ବିକାଶ ରେ ଗୁରୁଙ୍କ ଭୂମିକା ଅତୁଳନୀୟ
ଜିଲ୍ଲା ଖବରSeptember 5, 2026କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ମହା ସମାରୋହ

