ନ୍ୟୁଜଗ୍ୟାଲେରି,ଭବାନୀପାଟଣା: ଭେଜିପଦର ଯୁବକ ସଂଙ୍ଘ ପକ୍ଷରୁ ଆୟୋଜିତ ଅଷ୍ଟମ ୟଙ୍ଗଷ୍ଟାର କପ କ୍ରିକେଟ ପ୍ରତିଯୋଗିତା ଦ୍ୱିତୀୟ ତଥା ଅନ୍ତିମ ସେମି ଫାଇନାଲ ଭବାନୀପାଟଣା ବ୍ଲକ ଭେଜିପଦର ଗ୍ରାମର ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି ।
ଏହି ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ ଲଳିତା ନାଏକ ଉପସ୍ଥିତ ଥିବାବେଳେ ନିମନ୍ତ୍ରିତ ସ୍ୱତନ୍ତ୍ର ଅତିଥି ଭାବରେ ଜିଲ୍ଲା ଯୋଜନା ଡେପୁଟି ଡିରେକଟର ଶ୍ରୀକାନ୍ତ ଦଳାଇ ଉପସ୍ଥିତ ଥିଲେ । ଅନ୍ୟତମ ସମ୍ମାନିତ ଅତିଥି କଳାହାଣ୍ଡି ବ୍ୟାଡ଼ମିଣ୍ଟନ ସଂଘର ଜିଲ୍ଲା ସଭାପତି ପ୍ରଦୀପ କୁମାର ଦାସ (ବାପି )ଉପସ୍ଥିତ ଥିଲେ । ଏହିମ୍ୟାଚ ରେ ଡୁଙ୍ଗୁରିପାଲି ଏବଂ ଭେଜିପଦର ମଧ୍ୟରେ ହୋଇଥିଲା ।
ଉପସ୍ଥିତ ସମସ୍ତ ଅତିଥି ଦୁଇଟି ଦଳ ର ସମସ୍ତ ଖେଳାଳୀମାନଙ୍କୁ ଉତ୍ସIହିତ କରିବା ସହ ଆୟୋଜକ କମିଟି ର ସଭାପତି ଅରୁଣ ବର୍ମା, ଉପସଭାପତି ଦିନେଶ ଦୁର୍ଗା, କୋଷାଧ୍ୟକ୍ଷ୍ୟ ତାମରେନ୍ଦ୍ର ମାଝୀ, ଅର୍କିତ ସୁନାନୀ ତଥା ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜ୍ଞ୍ୟାପନ କରିଥିଲେ । ଏହି ମ୍ୟାଚରେ ଡୁଙ୍ଗରିପଦର ବିଜୟୀ ହୋଇ ଫାଇନାଲ ପ୍ରତିଯୋଗିତା ଖେଳିବେ।
Latest entries
ଜିଲ୍ଲା ଖବରOctober 22, 2026ପ୍ରେମୀ ଯୁଗଳ ମୃତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ
ଜିଲ୍ଲା ଖବରOctober 22, 2026ଜିଲ୍ଲା ସ୍ତରୀୟ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ
ଜିଲ୍ଲା ଖବରOctober 21, 2026ଦୁଆରସୁନି ଦୁର୍ଗାପୂଜା କମିଟି ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଓ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା
ଜିଲ୍ଲା ଖବରOctober 20, 2026ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ମହାସମାରୋହରେ ସମ୍ପନ୍ନ ହେଲା ପ୍ରସିଦ୍ଧ ଛତର ଯାତ୍ରା

