ନ୍ୟୁଜଗ୍ୟାଲେରି,ଧର୍ମଗଡ:(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ପ୍ରାଙ୍ଗଣ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ପାଳିତ ହୋଇ ଯାଇଛି ।ପ୍ରତିବର୍ଷ ଭଲି ଚଳିତବର୍ଷ ମଧ୍ୟ କଲାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଧର୍ମଗଡବ୍ଲକ ଠାରେ ପାଳିତ ହୋଇଯାଇଛି ।ଧର୍ମଗଡ ଇଷ୍ଟଦେବୀ ମା’ଭଣ୍ଡାର ଘରୁଣୀ ଙ୍କ ମନ୍ଦିର ଠାରୁ ମଶାଳ ଯାତ୍ରା ପଂଚାୟତ ସମିତି ଧର୍ମଗଡ ମଞ୍ଚ କୁ ଆସିଥିଲା।
ଏହି ମଶାଳ କୁ ଭବ୍ୟ ସ୍ଵାଗତ ଜଣାଇ ମଞ୍ଚରେ ସ୍ଥାପନ କରାଯାଇଥିଲା ।ମଶାଳ ଯାତ୍ରାରେ ଉଛୁଳି ପଡୁଥିଲା ମାଦଳ ବାଜା, ସାଙ୍ଗକୁ ଢୋଳ ମହୁରୀ ଓ ବିରବଦ୍ୟ ଘୁମୁରା,ନାଚ,ସହ କୀର୍ତ୍ତନ,ଭଳି ଅନେକ ଲୋକ ନୃତ୍ୟ । ଶହ ଶହ ଲୋକଙ୍କ ଜନଗହଲିରେ ଦର୍ଶକ ଙ୍କୁ ବେଶ୍ ମୁଗ୍ଧ କରୁଥିଲା ଏହି ମଶାଳ ଯାତ୍ରା ।ମା’ଭଣ୍ଡାର ଘରଣୀ ଙ୍କ ମଶାଳ ଧର୍ମଗଡ ବ୍ଲକ ମଞ୍ଚରେ ପହଞ୍ଚିବା ପରେ ରିତିନିତୀ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଥିଲା। ଏହି ଉତ୍ସବ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରି ଶରତ ପାତ୍ର ସଭାପତିତ୍ବ ଗ୍ରହଣ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଶୀ, ସମ୍ମାନିତ ଅଥିତି ଭାବେ ଧର୍ମଗଡ ତହସିଲଦାର ସଞ୍ଜୟ ସାମନ୍ତରାୟ, ମଞ୍ଚାସିନ ଅଥିତି ଭାବେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଧର୍ମଗଡ ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର ମୁଣ୍ଡ,ଧର୍ମଗଡ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମନୋଜ ବେହେରା,ଜ଼ିଲ୍ଲାପରିଷଦ ଜୋନ (୧)ଗୋପୀନାଥ ମହାନନ୍ଦ, (୨)ପ୍ରଣବ ପ୍ରକାଶ ଭଇଁସାଲ, (୩)ଶଙ୍କର ଜୋୟଡ଼,ଧର୍ମଗଡ ବ୍ଲକ ସରପଞ୍ଚ ସଂଘ ସଭାପତି ହାତୀରାମ ଦୁର୍ଗା, ଗ୍ରାମପଂଚାୟତ ଅଧିକାରୀ ଦେବୀ ପ୍ରସାଦ ନାଏକ, ସମିତି ସଭ୍ୟ ସରୋଜ ଶବର ମଞ୍ଚରେ ମଞ୍ଚାସିନ ଥିଲେ ।
ମଞ୍ଚାସିନ ପରେ ଅତିଥି ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା।ପରେ ବ୍ଳକ ଅଧ୍ୟକ୍ଷା ବବିତାପଟ୍ଟଯୋଶୀ ସ୍ୱ।ଗତ ଭାଷଣ ଦେଇ କାର୍ଯ୍ୟକ୍ରମ କୁ ଆଗକୁ ବଢାଇ ଥିଲେ । ଅତିଥି ମାନେ କଳାହାଣ୍ଡି ଉତ୍ସବ ର ମୁଖ୍ୟ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ ବିଭିନ୍ନ ପ୍ରତିଯୋଗିତା ରେ ଉତିଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଏଵଂ ପ୍ରତିଯୋଗୀ ମାନଙ୍କୁ ମଞ୍ଚ ରେ ଉପସ୍ଥିତ ଥିବା ମୁଖ୍ୟ ଅତିଥି ମାନେ ପୁରସ୍କାର ବିତରଣ କରାଯାଇଥିଲା।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

