Hemant Kumar Ray
Editor, News Gallery Mob: 9439506580 Email: newsgallery.in@gmail.com
ବିଶେଷକରି କଳାହାଣ୍ଡି ଜିଲ୍ଲାର ଐତିହାସିକ ଦଣ୍ଡପାଟ ଅଂଚଳ ର ୧୧ଗୋଟି ପଂଚାୟତକୁ ନେଇ ନୂତନ ଭାବେ ଦଣ୍ଡପାଟ ବ୍ଲକ ଘୋଷଣା ପାଇଁ ଅଂଚଳ ବାସୀ ଅଣ୍ଟା ଭିଡିଛନ୍ତି. ପ୍ରସ୍ତାବିତ ଏହି ନୂତନ ବ୍ଲକ ପାଇଁ ଆଜି ଧର୍ମଗଡ଼ ବ୍ଲକର ବେହେରା, ଜୟନ୍ତପୁର, ଛଞ୍ଚାନବାହଲି, ଧଅରପୁର, ତେଣ୍ଡାପାଲି ପଂଚାୟତ ଓ କୋକସରା ବ୍ଲକ ର ଗୋତମୁଣ୍ଡା, ସାନପୋଡଗୁଡା, ଡାଲଗୁମା, ମୂଷାପାଲି, ଡାହଗାଁ ଓ ଖୁଣ୍ଟିଆ ପଂଚାୟତ ର ସମସ୍ତ ପଂଚାୟତ ପ୍ରତିନିଧି, ବୁଦ୍ଧିଜୀବୀ ଦଳ ମତ ନିର୍ବିଶେଷରେ ସମସ୍ତେ ମିଶି ଆଜି ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟଯୋଶୀ ଙ୍କୁ ଭେଟି ପ୍ରସ୍ତାବିତ ନୂତନ ଦଣ୍ଡପାଟ ବ୍ଲକ କୁ ବେହେରା ଠାରେ ପ୍ରତିଷ୍ଠା କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ବେହେରା ଦଣ୍ଡପାଟ ଅଂଚଳର ମୁଖ୍ୟ ବାବାସାୟିକ କେନ୍ଦ୍ର. ଏହି ଅଂଚଳ ବ୍ୟତୀତ ପଡୋଶୀ ନବରଙ୍ଗପୁର ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ଶହ ଶହ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜର ଜୀବନ ଜୀବିକା ପାଇଁ ବେହେରା ଗ୍ରାମ ଉପରେ ନିର୍ଭର କରନ୍ତି. ଠିକ ସେହିଭଳି ବେହେରା ଠାରେ +୨ ଓ +୩ କଲେଜ, ପ୍ରାଥମିକ ଚିକିତ୍ସାଳୟ, ରାଜସ୍ବ ନିରୀକ୍ଷକ ଙ୍କ କାର୍ଯ୍ୟାଳୟ ଭଳି ଅନେକ ସରକାରୀ କାର୍ଯ୍ୟାଳୟ ଥିବାରୁ ଏହି ଅଂଚଳର ଲୋକ ମାନେ ବିଭିନ୍ନ ସରକାରୀ ସୁବିଧା ସୁଯୋଗ ପାଇଥାନ୍ତି. ତେଣୁ ନୁଆଁ ସରକାର ଦଣ୍ଡପାଟରେ ନିଶ୍ଚୟ ଏକ ନୂତନ ବ୍ଲକ ଗଠନ ପାଇଁ ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବିପତ୍ର ରେ ଉଲ୍ଲେଖ କରିଛନ୍ତି . ବର୍ତମାନ ଓଡିଶାରେ ଡବଲ ଇଂଜିନର ସରକାର ଥିବାବେଳେ ଧର୍ମଗଡ଼ ବିଧାୟକ ମଧ୍ୟ ସରକାରୀ ଦଳରୁ ପ୍ରତିନିଧିତ୍ବ କରୁଥିବାରୁ ଏହି ବ୍ଲକ ଗଠନ ପାଇଁ ବିଧାୟକ ନିଜେ ସବୁ ଦାୟିତ୍ୱ ନେବା ସହିତ ମଙ୍ଗ ଧରିବାକୁ ଅଂଚଳ ବାସୀ ଅନୁରୋଧ କରିଥିଲେ. ପୁନଶ୍ଚ ତାଙ୍କ ଅବଧିରେ ବେହେରା ଠାରେ ଦଣ୍ଡପାଟ ବ୍ଲକ ଗଠନ କରି ନିଜର ସ୍ବର୍ଣ୍ଣିମ ଇତିହାସ ଲେଖିଯିବାକୁ ସମବେତ ବୁଦ୍ଧିଜୀବୀ ତାଙ୍କୁ ଅନୁରୋଧ କରିଥିଲେ. ଉକ୍ତ ଦାବୀ ଉପରେ ପ୍ରତିକ୍ରିୟା ରଖି ବିଧାୟକ ଶ୍ରୀ ପାଟଯୋଶୀ ସରକାର ତ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ବ୍ଲକ ପୁନର୍ଗଠନ ପାଇଁ ନୋଟିସ ଜାରି କରି ନାହାନ୍ତି. ଆଗାମୀ ଦିନରେ ଏଭଳି ବିଜ୍ଞପ୍ତି ପ୍ରକାଶ ପାଇଲେ ସେ ସରକାର ଙ୍କ ନିୟମ ମୁତାବକ ନିଶ୍ଚୟ ସାହାଯ୍ୟ କରିବେ ବୋଲି ପ୍ରକାଶ କରିଥିଲେ. ଆଜିକାର ଏହି କାର୍ଯ୍ୟକ୍ରମରେ ଦଣ୍ଡପାଟ ବ୍ଲକ କ୍ରିୟାନୁଷ୍ଠାନ କମିଟି ର ସଭାପତି ଘନଶ୍ୟାମ ପଟେଲ, କାର୍ଯ୍ୟକାରୀ ସଭାପତି ଦିଗାମ୍ବର ଦୁରିଆ, ସମ୍ପାଦକ ପ୍ରଶାନ୍ତ ତିୱାରି, ଉପଦେଷ୍ଟା କମିଟି ଅଧ୍ୟକ୍ଷ ଧର୍ମାନନ୍ଦ ସେଠିଆ, ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ସରପଞ୍ଚ ଗୌଲୋଚନ ଗୋପାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଳରାମ ପୂଝରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଭିକାରି ନିଆଲ, ଭବେଶ ଗଇନ୍ତା, ନୌଜଲ ବାଗ, ସମତି ସଭ୍ୟ କିଶୋର ନାଗ, ଭାରତ ଗୋପାଳ, ତୁଳସୀ ରାମ ବାରିକ, ଚିତ୍ତରଞ୍ଜନ ପୂଝାରୀ, ବଳରାମ ପୂଝାରୀ, ଚନ୍ଦ୍ରଶେଖର ନାଏକ, ଚନ୍ଦନ ବାଣୁଆ, ଗୌରଚନ୍ଦ୍ର ବାଗ,ରାଜୁ ସିଂ ଠାକୁର, ଖଗପତି ନାଏକ,ଧର୍ମେନ୍ଦ୍ର ସୋନି, ତ୍ରିଲୋକନାଥ ସିଂ, ସୁରେନ୍ଦ୍ର ନାଏକ, ତରେସ୍ ବିଶି,ଲଲିତ ବାଣୁଆ,କମଲୁ ଗୋପାଳ, ସି୍ଧେଶ୍ୱର ଭଇଁସାଲ ଆଦି ଉପସ୍ଥିତ ଥିଲେ.
Editor, News Gallery Mob: 9439506580 Email: newsgallery.in@gmail.com
