ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କିମ୍ବଦନ୍ତୀ ସୌରଭ ଗାଙ୍ଗୁଲି ବିଜେପି ଶାସିତ ରାଜ୍ୟ ତ୍ରିପୁରାର ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି। ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ତ୍ରିପୁରାର ପର୍ଯ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀଙ୍କ ସହ ତାଙ୍କ କୋଲକାତା ସ୍ଥିତ ବାସଭବନରେ ଏକ ବୈଠକ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି।ବୈଠକ ପରେ ଗାଙ୍ଗୁଲି କହିଛନ୍ତି, ‘ମୁଁ ପ୍ରସ୍ତୁତ ଅଛି । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା କହିଛନ୍ତି, ‘ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଜୀ ତ୍ରିପୁରା ପର୍ଯ୍ୟଟନର ବ୍ରାଣ୍ଡ ଆମ୍ବାସାଡର ହେବା ପାଇଁ ଆମର ପ୍ରସ୍ତାବକୁ ଗ୍ରହଣ କରିବା ଅତ୍ୟନ୍ତ ଗର୍ବର ବିଷୟ। ଆଜି ତାଙ୍କ ସହ ଟେଲିଫୋନ୍ ଯୋଗେ କଥା ବାର୍ତ୍ତା ହୋଇଛି।
ଗାଙ୍ଗୁଲିଙ୍କ ଯୋଗଦାନ ନିଶ୍ଚିତ ଭାବେ ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ପ୍ରୋତ୍ସାହନ ଦେବ ବୋଲି ମୋର ବିଶ୍ୱାସ ରହିଛି’। ରାଜ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ବୋଲି ତ୍ରିପୁରା ପର୍ଯ୍ୟଟନ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ କହିଛନ୍ତି। ମନ୍ତ୍ରୀ ଚୌଧୁରୀ ବିଶ୍ୱାସ କରନ୍ତି ଯେ ବ୍ରାଣ୍ଡ ଆମ୍ବାସାଡର ଭାବରେ ତାଙ୍କ ପରି ଜଣେ ବିଶିଷ୍ଟ ବ୍ୟକ୍ତିଙ୍କ ରହିବା ତ୍ରିପୁରାର ପର୍ଯ୍ୟଟନ କ୍ଷେତ୍ରକୁ ବହୁତ ଉପକୃତ କରିବ।
ପର୍ଯ୍ୟଟନ ମନ୍ତ୍ରୀ କହିଛନ୍ତି, ‘ଆମ ତ୍ରିପୁରା ରାଜ୍ୟ ପର୍ଯ୍ୟଟନକୁ ବିଶ୍ୱ ପାଖରେ ପହଞ୍ଚାଇବା ପାଇଁ ପ୍ରୋତ୍ସାହନ ଏବଂ ଉପଯୁକ୍ତ ବ୍ରାଣ୍ଡିଂର ଆବଶ୍ୟକତା ରହିଛି ଏବଂ ଏଥିପାଇଁ ଆମକୁ ଜଣେ ଲୋକପ୍ରିୟ ବ୍ରାଣ୍ଡ ଆମ୍ବାସାଡର ଦରକାର ଯିଏ କି ସମଗ୍ର ବିଶ୍ୱରେ ପରିଚିତ ଥିବେ। ତ୍ରିପୁରାର ପର୍ଯ୍ୟଟନକୁ ସମଗ୍ର ବିଶ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଆମର ପ୍ରିୟ ଦାଦା ସୌରଭ ଗାଙ୍ଗୁଲିଙ୍କ ଠାରୁ ଅଧିକ ଲୋକପ୍ରିୟ ବ୍ୟକ୍ତିତ୍ୱ ଆଉ କିଏ ହୋଇପାରେ’? ବୋଲି ସେ କହିଛନ୍ତି।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

