କଳାହାଣ୍ଡି:ଭବାନୀପାଟଣା, ଜିଲ୍ଲା ଆମ ଆଦମୀ ପାର୍ଟି ର ପରିବର୍ତ୍ତନ ସଚେତନତା ରଥ ଶୁଭ ଆରମ୍ଭ ହୋଇଯାଇଛି ।ଆମ ଆଦମୀ ପାର୍ଟି ଦିଲ୍ଲୀ ଓ ପଞ୍ଜାବରେ ସରକାର ଗଠନ ପରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଇବାପାଣି ଓ ରୋଜଗାରର ଦେଉଥିବାରୁ ଓ ସଫଳ ରାଜନୀତି କରୁଥିବା ବେଳେ ତାକୁ ଓଡିଶାରେ ମଧ୍ୟ ଲାଗୁ କରିବା ଦିଗରେ ସଚେତନ କରିବା ପାଇଁ ଆମ ଆଦମୀ ପାର୍ଟି କଳାହାଣ୍ଡି ଜିଲ୍ଲା ପକ୍ଷରୁ ଏକ ପରିବର୍ତନ ରଥ କଳାହାଣ୍ଡି ଜିଲ୍ଲା ରୁ ବାହାରିଛି ।
ଏହି ସଚେତନତା ରଥ ଭବାନୀପାଟଣା ମା ମାଣିକେଶ୍ବରୀ ମନ୍ଦିରରୁ ବାହାରି ଜିଲ୍ଲାର ୧୩ଗୋଟି ବ୍ଲକ ପରିଦର୍ଶନ କରି ଲୋକଙ୍କୁ ସଚେତନ କରାଇବ । ଚଳିତ ମାସ 29 ତାରିଖ ଦିନ କଳାହାଣ୍ଡି ବାସୀଙ୍କୁ 200 ୟୁନିଟ ବିଜୁଳି ଫ୍ରି ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବା କାର୍ଯ୍ୟକ୍ରମ ରହିଛି । ଏହାକୁନେଇ ଏହି କାର୍ଯ୍ୟକ୍ରମରେ ଆମ ଆଦମୀ ପାର୍ଟି ଜିଲ୍ଲା ଆବାହକ ସତ୍ୟ ମାହାର, କଳାହାଣ୍ଡି ଲୋକସଭା ସଂଯୋଜକ କୃତିବାସ ମୁଣ୍ଡଙ୍କ ସମେତ ଅନେକ ଦଳୀୟ କର୍ମୀମାନେ ଦଳର ଜନ ହିତକରି ଯୋଜନା ସମ୍ବନ୍ଧରେ ଘର ଘର ବୁଲି ସମସ୍ତ ଜନସାଧାରଣଙ୍କୁ ବାର୍ତ୍ତା ପହଞ୍ଚାଇବେ ।
Latest entries
ଜିଲ୍ଲା ଖବରAugust 14, 2026ବିଜେଡିର ବୁଥ୍ ସ୍ତରୀୟ ଯୁବ-ଛାତ୍ର ସମ୍ମିଳନୀ
ଜିଲ୍ଲା ଖବରAugust 14, 2026ବିକାଶ ଶିକ୍ଷାନୁଷ୍ଠାନ ତରଫରୁ ସଚେତନତା ରାଲି
ଜିଲ୍ଲା ଖବରAugust 12, 2026ରାସ୍ତା, ନାଲ ସସମସ୍ୟା ଥିବାରୁ ସଦର ବିଧାୟକ ସାଗର ଚରଣ ଦାସ ପଡ଼ା କୁ ପରୀଦର୍ଶନ
ଜିଲ୍ଲା ଖବରAugust 10, 2026ମୁଖ୍ୟମନ୍ତ୍ରୀ ଙ୍କୁ କଳାହାଣ୍ଡି ଜିଲ୍ଲା ଘରୋଇ ସ୍କୁଲ ସଂଘର ଦାବିପତ୍ର

