ନ୍ୟୁଜ ଗ୍ୟାଲେରି,ଭବାନୀପାଟଣା: ଥାଇଲାଣ୍ଡର ବ୍ୟାଙ୍କକସ୍ଥିତ ଏସିଆନ ଇଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଗତ ଜୁଲାଇ ୩୦ ତାରିଖରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ବିଜନେସ ଓ ମ୍ୟାନେଜମେଣ୍ଟ ଉପରେ ଇଣ୍ଟର ନେସନାଲ ଏଜୁକେସନ ଇନୋଭେସନ କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତରୁ ୬୫ ଜଣ ଏମବିଏ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଏଥିରେ ବିଶ୍ବର ବିଭିନ୍ନ ବିଶ୍ବବିଦ୍ୟାଳୟ ମ୍ୟାନେଜମେଣ୍ଟ ପ୍ରଫେସରମାନେ ଯୋଗ ଦେଇଥିଲେ । ବିଜନେସ ଓ ଏଆଇ, ଡ଼ିଜିଟାଲ ମାର୍କେଟିଂ, ଆମଦାନୀ ଓ ରପ୍ତାନୀ, ବିଜନେସ ଇନୋଭେସନ, ଉଦ୍ୟୋଗ ଓ କାରିଗରୀ କୈାଶଳ ସମେତ ବ୍ୟବସାୟୀକ ବିଭିନ୍ନ ଦିଗ ଉପରେ ଏହି ଶିବିରରେ ତାଲିମ ଦିଆଯାଇଥିଲା । ଏହି ଟିମରେ କଳାହାଣ୍ଡି ଜିଲ୍ଲାର ଜୁନାଗଡ ବ୍ଲକ ଅର୍ନ୍ତଗତ ଭଇରିଗୁଡା ଗ୍ରାମର ମିଲନ କୁମାର ବିଶି ସାମିଲ ହୋଇଥିଲେ । ବର୍ତ୍ତମାନ ସେ ବେଙ୍ଗାଲୁରୁ ସ୍ଥିତ ନିଟି ବିଶ୍ବବିଦ୍ୟାଳୟରେ ଏମବିଏ ମ୍ୟାନେଜମେଣ୍ଟ ଛାତ୍ରଭାବେ ଅଧ୍ୟୟନ କରୁଛନ୍ତି । ସେ ବରିଷ୍ଟ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ଓ ବନଶ୍ରୀ ବିଶିଙ୍କ ଶୁପୁତ୍ର ଅଟନ୍ତି । ଏନେଇ ଜିଲ୍ଲା ବୁଦ୍ଧିଯିବି ଜନସାଧାରଣ ଙ୍କ ମହଲରେ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।
Latest entries
ଜିଲ୍ଲା ଖବରOctober 14, 2026ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ, ଜେନାଖାଲ ପରିଦର୍ଶନ କଲେ ଜିଲ୍ଲାପାଳ
ଜିଲ୍ଲା ଖବରOctober 14, 2026ଅନ୍ତର୍ଜାତୀୟ ସମ୍ମିଳନୀରେ ଗବେଷଣାପତ୍ର ଉପସ୍ଥାପନ କରିବେ କଳାହାଣ୍ଡିର ଗବେଷକ ସୁଧୀର ଧଙ୍ଗଡ଼ାମାଝୀ
ଜିଲ୍ଲା ଖବରOctober 14, 2026ଅଗ୍ରସେନ ଜୟନ୍ତୀ ସମାଜ ମଙ୍ଗଳ ଓ ଏକତାର ବାର୍ତ୍ତା ଦେଲା ମାରୱାଡ଼ି ସମାଜ
ଜିଲ୍ଲା ଖବରOctober 9, 2026କଳାହାଣ୍ଡିରେ ଇଣ୍ଡିଆ ମେଣ୍ଟର ବନ୍ଦ ସଫଳ

